Man carried his specially-abled friend on his back to watch Pathaan Movie
ଫିଲ୍ମ ଦେଖିବାର ନିଶା କଥା କହିଲେ ଆପଣ ଜମା ଆଶ୍ଚର୍ଯ୍ୟ ହେବେନି। କାରଣ ଏମିତି ନିଶାରେ ପଡ଼ିବା ଆଜିକାଲିର ଯୁବପିଢ଼ି ମାହିର୍। କିନ୍ତୁ ଜଣେ ଆଉ ଜଣଙ୍କୁ ଫିଲ୍ମ ଦେଖେଇବାର ନିଶା କଥା କହିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ।
ଦୁଇ ସାଙ୍ଗ। ହଠାତ୍ ଜଣେ ସାଙ୍ଗ କହିଲା, ସାଙ୍ଗ...ମୋର ଟିକେ ‘ପଠାନ୍’ ଫିଲ୍ମ ଦେଖିବାକୁ ମନ ହଉଚିରେ। କିନ୍ତୁ କ’ଣ କରିବି, ମୁଁ ଜନ୍ମରୁ ପୋଲିଓ, କିଏ ମୋତେ ନେବ। ବାସ୍, ଏଇ କଥା ପଦକ ସାଙ୍ଗର ହୃଦୟ ତରଳେଇ ଦେଲା। ସେ ପଣ କଲା, ଯେମିତି ହେଲେ ତା’ ସାଙ୍ଗକୁ ଫିଲ୍ମ ଦେଖଇବ। ଘଟଣାଟି ହେଉଛି ବିହାର ଭାଗଲପୁରର।
ଦୁଇ ସାଙ୍ଗ ଏଠାରେ ରୁହନ୍ତି। ଉଭୟଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଭଲ ନୁହେଁ। କିନ୍ତୁ କଥାରେ ଅଛି, ଦୃଢ଼ ଇଚ୍ଛା ଶକ୍ତି ଆଗରେ ସବୁ କିଛି ହାର୍ ମାନେ। ତେବେ ଦିବ୍ୟାଙ୍ଗ ସାଙ୍ଗକୁ ‘ପଠାନ୍’ ଦେଖଇବାକୁ ମନ କରି ଜାଣିଲା ଯେ, ତାଙ୍କ ଅଞ୍ଚଳର କୌଣସି ହଲ୍ରେ ‘ପଠାନ୍’ ରିଲିଜ୍ ହୋଇନି।
ଏଥିପାଇଁ ସେ କୋଲକାତା ଯିବାକୁ ମନ କଲା ଏବଂ ଅର୍ଥ ଯୋଗାଡ଼ କରି ସେଠାରେ ଯାଇ ପହଞ୍ଚିଗଲା। କିନ୍ତୁ ଟଙ୍କା ସରିଯିବାରୁ ସେ ଆଉ କିଛି ଗାଡ଼ିମୋଟରର ସାହାଯ୍ୟ ନନେଇ ଦିବ୍ୟାଙ୍ଗ ସାଙ୍ଗକୁ ପିଠିରେ ବୋହି ବାହାରିଲା ଫିଲ୍ମ ହଲ୍। ଯଦିଓ ହଲ୍ ଷ୍ଟେସନ୍ ଠାରୁ ଦୂରରେ ଥିଲା, ଏଥିପାଇଁ ତା’ ମନରେ ଟିକେ ବି କଷ୍ଟ ନଥିଲା।
ପିଠିରେ ବୋହି ବୋହି ଫିଲ୍ମ ହଲ୍ରେ ପହଞ୍ଚିଗଲା। ଆଉ ଉଭୟେ ମିଶି ଫିଲ୍ମ ଦେଖିଲେ। ଏ ଦୃଶ୍ୟ ଦେଖୁଥିବା ଜଣେ ଯୁବକ ତାଙ୍କ ଟ୍ୱିଟର ହାଣ୍ଡେଲରେ ଏଇ ଦୃଶ୍ୟକୁ ରେକର୍ଡ କରି ସେୟାର କରିଛନ୍ତି। ଏବେ ସୁଦ୍ଧା ଏହି ଭିଡିଓକୁ ଲକ୍ଷାଧିକ ଲୋକ ଦେଖି ସାରିଲେଣି।
ଏହି ଭିଡିଓ ଦେଖି ଅନେକ ଇମୋସନାଲ କମେଣ୍ଟ ଦେଇଛନ୍ତି। କେହି କେହି ଲେଖିଛନ୍ତି, ଆଜିକାଲି ଏମିତି ବନ୍ଧୁ ମିଳିବା କଷ୍ଟ। ଆଉ ଜଣେ ଲେଖିଛନ୍ତି, ସତରେ ଦିବ୍ୟାଙ୍ଗ ବନ୍ଧୁଙ୍କୁ ଫିଲ୍ମ ଦେଖେଇ ତମେ କମାଲ୍ କରିଦେଲ। ସତରେ ବନ୍ଧୁ ହବ ତ ଏମିତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1675078087.jpg)