Advertisment

ଚାଷୀଙ୍କ ଝିଅ ବନିବେ ଟଲିଉଡ୍ ହିରୋଇନ୍, ତେଲୁଗୁ ଫିଲ୍ମ ଗାରାଗାରେ ହିରୋଇନ ବନିଛନ୍ତି MV-75ର ମୋନିକା

କାଲିମେଳାର ଝିଅ, MV-75 ଗାଁର ଯୁବତୀ। ଯାହାଙ୍କ ନାଁ ମୋନିକା ସମାଦ୍ଦାର। ବୟସ ପ୍ରାୟ ୨୦ ବର୍ଷ। ମୋନିକା ହୁଏତ ବଣମଲ୍ଲୀ, କିନ୍ତୁ ଆଗକୁ ମହକିବେ ରୂପେଲି ପରଦାରେ।

ଅଦ୍ୟତନ ହୋଇଛି
Odia Girl In Tollywood

Odia Girl In Tollywood

Advertisment

ରୂପ ରଙ୍ଗ ଆଉ ଠାଣିକୁ ଦେଖିଲେ ୟାଙ୍କୁ ନା କିଏ କହିବେ ଉପାନ୍ତ ମାଲକାନଗିରି ଅଞ୍ଚଳର ଝିଅ ବୋଲି। ଗ୍ଲାମର ଆଉ ଏକ୍ସପ୍ରେସନ୍‌କୁ ଦେଖିଲେ ନା କେହି ଭାବିପାରିବେ ଉପାନ୍ତର ଗାଁ ଝିଅ ବୋଲି। ହଁ ୟେ କାଲିମେଳାର ଝିଅ, MV-75 ଗାଁର ଯୁବତୀ। ଯାହାଙ୍କ ନାଁ ମୋନିକା ସମାଦ୍ଦାର। ବୟସ ପ୍ରାୟ ୨୦ ବର୍ଷ। ମୋନିକା ହୁଏତ ବଣମଲ୍ଲୀ, କିନ୍ତୁ ଆଗକୁ ମହକିବେ ରୂପେଲି ପରଦାରେ। ମାନେ ତେଲୁଗୁ ସିନେମାରେ ନାୟିକା ହେବାକୁ ଯାଉଛନ୍ତି ମାଲକାନଗିରି ମୋନିକା। ‘ଗାରାଗା’ ନାମକ ନିର୍ମାଣାଧିନ ତେଲୁଗୁ ଫିଲ୍ମରେ ଦେଖିବାକୁ ମିଳିବ ହିରୋଇନ୍ ଭାବେ। ଯାହାର ଏବେ ଜାରି ରହିଛି ସୁଟିଂ। ସୁଟିଂ ସେଟରେ ସିନେମାର ଖଳନାୟକଙ୍କୁ କେମିତି ମାତ୍ ଦେଉଛନ୍ତି ଦେଖନ୍ତୁ। ଏ ହେଉଛି ବିଜୟୱାଡ଼ାରେ ହୋଇଥିବା ସୁଟିଂ ବେଳର ଦୃଶ୍ୟ। ପୂରା ପ୍ରଫେସନାଲ୍ ଆକଟ୍ରେସ୍ ଭଳି ଭିଲିଆନଙ୍କ ସହ ଲଢ଼େଇ କରୁଛନ୍ତି ମୋନିକା। ଆଗକୁ ଏହି ସିନେମାର ସୁଟିଂ ହାଇଦ୍ରାବାଦରେ ହେବ।

Advertisment

ମୋନିକାଙ୍କ ପରିବାର ମୂଳତଃ ବାଂଲାଦେଶୀ। ତଥାପି ଦୀର୍ଘବର୍ଷର ରହଣି ଭିତରେ ଏବଂ ମାଲକାନଗିରିର ପାଣିପବନରେ ବଢ଼ି ଓଡ଼ିଶାକୁ ଆଦରି ନେଇଛନ୍ତି। ମୋନିକାଙ୍କ ବାପା ଗୌତମ ସମାଦ୍ଦାର ଜଣେ କ୍ଷୁଦ୍ର ଚାଷୀ। ବଡ଼ ଭାଇ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି। ମାଲକାନଗିରିର ଏକ ଘରୋଇ ଆବାସିକ କଲେଜରେ ଯୁକ୍ତ ୨ ପାଠ ସାରି ବଡ଼ ଭାଇଙ୍କ ସହିତ ହାଇଦ୍ରାବାଦକୁ ଯାଇଥିଲେ ମୋନିକା। ସେଠାରେ ହାଇ-ଡ୍ୟାନ୍ସ ଷ୍ଟୁଡିଓ ଏକାଡେମୀରେ ଆଡମିଶନ କରିଥିଲେ। ମୋନିକାଙ୍କ ନୃତ୍ୟ ଶୈଳୀ ଏବଂ ରିଲ୍ସଗୁଡ଼ିକରେ ଛୋଟ ଛୋଟ ଅଭିନୟ ଦେଖି ଚଳଚ୍ଚିତ୍ରରେ କାମ କରିବାକୁ ଅଫର୍ ଆସିଥିଲା ତାଙ୍କୁ। ଆଉ ସେହି ସୁଯୋଗ କ୍ରମେ ଏବେ ତେଲୁଗୁ ସିନେମାରେ ଡେବ୍ୟୁ କରିବାକୁ ଯାଉଛନ୍ତି ମୋନିକା। ମୋନିକାଙ୍କ ଏହି ସଫଳତାକୁ ଦେଖି ଖୁସିର ଲୁହରେ ମା’ର ଆଖି ଭରିଯାଉଛି, ସାଙ୍ଗସାଥୀ ଓ ସଂପର୍କୀୟଙ୍କ ଛାତି ବି କୁଣ୍ଢେମୋଟ।

ଟଲିଉଡ୍ ପରଦାରେ ପୂର୍ବରୁ ଅନେକ ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ ଛାପ ଛାଡ଼ିଯାଇଛନ୍ତି। ଆଉ ଏହି ଧାରାରେ ମାଲକାନଗିରିର ମୋନିକାଙ୍କ ଅଭିନୟ ଯଦି ଦର୍ଶକଙ୍କୁ ଛୁଇଁବ, ତେବେ ଯୋଡ଼ି ହେବ ଆଉ ଏକ ନୂଆ ଅଧ୍ୟାୟ।

Advertisment
Odisha Malkangiri Tollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ