Advertisment

ପିଲାମାନଙ୍କ ସାମ୍ନାରେ ଶିକ୍ଷକଙ୍କ ଶିକ୍ଷୟିତ୍ରୀଙ୍କୁ ପ୍ରେମ ପ୍ରସ୍ତାବ

ସୋସିଆଲ୍ ମିଡିଆରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପ୍ରେମଜନିତ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ପିଲାମାନଙ୍କ ସାମ୍ନାରେ ଶିକ୍ଷକ ଜଣକ ମହିଳା ଶିକ୍ଷକଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିବା ଭିଡିଓରେ ନଜର ଆସିଛି।

ଅଦ୍ୟତନ ହୋଇଛି
Male teacher proposed female teacher in classroom

Male teacher proposed female teacher in classroom

Advertisment

ସ୍କୁଲରେ ପଢିବା ବେଳେ ଶିକ୍ଷକମାନଙ୍କୁ ନେଇ ଅନେକ ଗୁଜବ ଶୁଣାଯାଏ। ଅନେକ ଥର ବିଦ୍ୟାଳୟର କର୍ମଚାରୀ କିମ୍ବା ପିଲାମାନେ ଶିକ୍ଷକମାନଙ୍କ ବିଷୟରେ ଏପରି ମିଥ୍ୟା ଖବର ପ୍ରଚାର କରନ୍ତି ଯେ ଯାହା ସାଙ୍ଗେ ସାଙ୍ଗେ ଚାରିଆଡେ ଖେଳିଯାଏ। ଏଥିରୁ ସବୁଠାରୁ ସାଧାରଣ ଗୁଜବ ହେଉଛି ଦୁଇ ଶିକ୍ଷକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ।

Advertisment

ଯଦିଓ ଛାତ୍ରଛାତ୍ରୀମାନେ ଏହିସବୁ ଦିଗ ବିଷୟରେ ଚିନ୍ତା କରିବା ଉଚିତ୍ ନୁହେଁ, କିନ୍ତୁ ଯେତେବେଳେ ଏପରି କିଛି ସେମାନଙ୍କ ସାମ୍ନାକୁ ଆସେ ସେତେବେଳେ କେହି ନିଜକୁ ଅଟକାଇ ପାରେ ନାହିଁ। ସମ୍ପ୍ରତି ଏକ ଭିଡିଓ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେଉଛି ଯେଉଁଥିରେ ଜଣେ ଶିକ୍ଷକ ତାଙ୍କ ନାମକୁ ଆଉ ଜଣେ ମହିଳା ଶିକ୍ଷକଙ୍କ ସହ ଯୋଡା ଯାଉଥିବା ଉଲ୍ଲେଖ କରୁଥିବା ଦେଖାଯାଏ। ଏହା ପରେ ଏହି ପୁରୁଷ ଶିକ୍ଷକଙ୍କ କଥାବାର୍ତ୍ତା ଏତେ ମୋଡ଼ ନେଇଥାଏ ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି।

ଟ୍ୱିଟର୍‌ ବ୍ୟବହାରକାରୀ @ eliistender10 ଚଳିତ ବର୍ଷ ଅକ୍ଟୋବରରେ ଏକ ଭିଡିଓ ସେୟାର କରିଥିଲେ ଯାହାକି ଭାଇରାଲ ହୋଇଥିଲା। ଏହି ଭିଡିଓଟି ଏକ ବିଦ୍ୟାଳୟର ଶ୍ରେଣୀଗୃହ ପରି ଦେଖାଯାଉଛି। ଯଦି ଆପଣ ଏହାକୁ ଭଲ ଭାବରେ ଦେଖିବେ ତେବେ ଆପଣ ଦେଖିପାରିବେ ଯେ ପଛରେ ଆମେରିକାର ଜାତୀୟ ପତାକା ଦେଖାଯାଉଛି। ତେଣୁ ଏହା ସ୍ପଷ୍ଟ କରୁଛି ଯେ ଏହି ଭିଡିଓଟି ଆମେରିକାର କୌଣସି ଏକ ବିଦ୍ୟାଳୟର। ୨ ମିନିଟ୍‌ର ଏହି ଭିଡିଓରେ ଜଣେ ପୁରୁଷ ଶିକ୍ଷକ ପିଲାମାନଙ୍କୁ କିଛି ପଚାରୁଛନ୍ତି। ସେମାନେ ତାଙ୍କ ବିଷୟରେ ଓ ମହିଳା ଶିକ୍ଷକଙ୍କ ବିଷୟରେ କେଉଁ ଗୁଜବ ଶୁଣୁଛନ୍ତି ବୋଲି ସେମାନଙ୍କୁ ପଚାରୁଥିବାର ଦେଖାଯାଏ।

Advertisment

ଭିଡିଓର କ୍ୟାପ୍‌ସନ୍ ଅନୁଯାୟୀ, ମିଷ୍ଟର୍ ସେଫର୍ଟ ନାମକ ଜଣେ ବ୍ୟକ୍ତି ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ପାଖରେ ମିସ୍ ବେକର୍ ନାମକ ଜଣେ ଶିକ୍ଷକ ଦେଖାଯାଉଛନ୍ତି, ଯାହାଙ୍କୁ ନେଇ ଗୁଜବ ପ୍ରଚାର ହେଉଛି। ଉଭୟେ ପରସ୍ପରକୁ ଡେଟ୍ କରୁଛନ୍ତି। ସେଫର୍ଟ ଚତୁରତାର ସହିତ ସାମ୍ନାରେ ବସିଥିବା ୫ମ ଶ୍ରେଣୀର ପିଲାମାନଙ୍କୁ ପଚାରୁଥିବ ନଜର ଆସନ୍ତି ଯେ ସେ ଏବଂ ବେକରଙ୍କ ସମ୍ପର୍କ ଅତି ନିକଟତର ହୋଇଛି ଏବଂ ସେମାନଙ୍କ ସଂପର୍କ ଡେଟିଂରୁ ଆହୁରି ଅଧିକ ବାଟ ଯାଇଛି।

Advertisment

ହଠାତ୍ ସେଫର୍ଟ ଆଣ୍ଠୁମାଡି ବେକରଙ୍କ ସାମ୍ନାରେ ମୁଦିକୁ ବାହାର କରି ତାଙ୍କୁ ବିବାହ ପ୍ରସ୍ତାବ ଦିଅନ୍ତି। ପିଲାମାନେ ଉଚ୍ଚ ସ୍ୱରରେ ପାଟି କରିବା ଆରମ୍ଭ କରନ୍ତି ଏବଂ ମହିଳା ଶିକ୍ଷକ ମଧ୍ୟ ଖୁ ଖୁସି ହୋଇଯାଆନ୍ତି। ସେ ମଧ୍ୟ ବିବାହ ପାଇଁ ରାଜି ହୋଇଯାଆନ୍ତି। ଖବର ଲେଖା ହେବା ବେଳକୁ ଭିଡିଓଟି ୧୯ ଲକ୍ଷରୁ ଅଧିକ ଭ୍ୟୁ ପାଇସାରିଛି। ଅନେକ ଲୋକ ଭିଡିଓ ଉପରେ ମନ୍ତବ୍ୟ ଦେଇ ନିଜର ମତାମତ ମଧ୍ୟ ଦେଉଛନ୍ତି। ଅନେକ ଲୋକ ଭିଡିଓରେ ପ୍ରେମ ବର୍ଷା କରୁଛନ୍ତି। ଠିକ୍ ଏହି ସମୟରେ କିଛି ଲୋକ କିନ୍ତୁ ଶ୍ରେଣୀଗୃହରେ ଏପରି କାର୍ଯ୍ୟ କରିବାକୁ ବାରଣ କରିଛନ୍ତି। ସେମାନଙ୍କ ମତରେ ପିଲାମାନଙ୍କ ଆଗରେ ଏପରି କାର୍ଯ୍ୟ କରିବା ଉଚିତ ନୁହେଁ।

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ