Malayalam actor vinayakan arrested misbehaving with passengers at Hyderabad airport
ରିଲ୍ ଲାଇଫ୍ର ଖଳନାୟକ ସାଜିଲେ ରିଏଲ୍ ଲାଇଫ୍ ଖଳନାୟକ। ହାଇଦ୍ରାବାଦର ଶମଶାବାଦ୍ ବିମାନବନ୍ଦରରେ ମାଲାୟାଲମ୍ ଅଭିନେତା ବିନାୟକନଙ୍କୁ ଗିରଫ କରାଯାଇଛି। ରଜନୀକାନ୍ତଙ୍କ ଫିଲ୍ମ 'ଜେଲର'ରେ ଭୟଙ୍କର ଭିଲେନ୍ ଭୂମିକାରେ ଅଭିନୟ କରି ଲୋକଙ୍କ ପାଖରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବିନାୟକନ। ତେବେ ସେ ମଦ୍ୟପାନ କରି ବିମାନବନ୍ଦରରେ ଏକ ହଙ୍ଗାମା ସୃଷ୍ଟି କରି ଗିରଫ ହୋଇଥିବା ଜଣାଯାଇଛି।
ପୋଲିସ ଅଧିକାରୀଙ୍କ ବୟାନ:
ପୋଲିସ ଅଧିକାରୀଙ୍କ କହିବା କଥା, "ଆମକୁ ଅନେକ କଲ୍ ଆସିଥିଲା , ଯେଉଁଥିରେ କୁହାଯାଇଥିଲା ଯେ ଜଣେ ବ୍ୟକ୍ତି ସର୍ବସାଧାରଣ ଅଞ୍ଚଳରେ ଉପଦ୍ରବ ସୃଷ୍ଟି କରୁଛନ୍ତି। ଘଟଣାସ୍ଥଳରେ ପହଞ୍ଚିବା ପରେ ସେହି ବ୍ୟକ୍ତି ଅଭିନେତା ବିନାୟକନ ବୋଲି ଆମେ ଜାଣିଲୁ ଏବଂ ସେ ଅତ୍ୟଧିକ ମଦ୍ୟପାନ କରି ନିଶାରେ ଥିଲେ।।" ଅଧିକ ଅନୁସନ୍ଧାନ ପରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ କହିଛନ୍ତି।
ଏହି ଅଭିନେତା ପୂର୍ବରୁ ଜେଲ୍ ଯାଇଥିଲେ:
ବିମାନବନ୍ଦର ପୋଲିସ ଷ୍ଟେସନର ସିଆଇ ବଲରାଜ କହିଛନ୍ତି ଯେ “ଏକ ମାମଲା ପଞ୍ଜିକୃତ ହୋଇଛି ଏବଂ ତଦନ୍ତ ଚାଲିଛି।” ଅକ୍ଟୋବର ୨୦୨୩ରେ, ମାଲାୟାଲମ ଅଭିନେତା ବିନାୟକନଙ୍କୁ କେରଳ ପୋଲିସ ଷ୍ଟେସନରେ ଗଣ୍ଡଗୋଳ କରିବା ନେଇ ଗିରଫ କରାଯାଇଥିଲା।
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମନ ଚଣ୍ଡୀଙ୍କ ମୃତ୍ୟୁକୁ ନେଇ ସେ ସମ୍ବେଦନଶୀଳ ମନ୍ତବ୍ୟ ପାଇଁ ମଧ୍ୟ ଖବରରେ ଥିଲେ। ୨୦୨୨ ମୀଟୁ ଆନ୍ଦୋଳନ କୁ ନେଇ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେବା ନେଇ ସେ ମଧ୍ୟ ଚର୍ଚ୍ଚାରେ ଥିଲେ। ଏମିତି ଅନେକ ଘଟଣାକୁ ନେଇ ତାଙ୍କ ନାଁରେ ମାମଲା ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725783242.jpg)