Advertisment

ଅଙ୍ଗ ପ୍ରଦର୍ଶନ ନେଇ କ୍ଷୋଭର ଶିକାର ହେଲେ ମଲାଇକା ଅରୋରା

ମଲାଇକା ଅରୋରାଙ୍କ ବୋଲ୍ଡ ଲୁକ୍‌କୁ ନାପସନ୍ଦ କରିଛନ୍ତି ଲୋକେ। ଏକ ବିବାହ ଉତ୍ସବରେ ତାଙ୍କ ଅଙ୍ଗ ପ୍ରଦର୍ଶନ ଯୋଗୁଁ ସେ ଟ୍ରୋଲ୍‌ର ଶିକାର ହୋଇଛନ୍ତି। କିଏ କହୁଛି ସନ୍ନି ଲିଓନ୍ ଠାରୁ ବଳିଗଲେ ତ କିଏ କହୁଛି ଏଇଟା ମାଛ ଧରା ଜାଲ।

ଅଦ୍ୟତନ ହୋଇଛି
Malaika Arora gets trolled for her balck thigh high slit dress

Malaika Arora gets trolled for her balck thigh high slit dress

Advertisment

ନୂଆଦିଲ୍ଲୀ: ନିକଟରେ ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଭୟ ନିଜ ବିବାହକୁ ବ୍ୟକ୍ତିଗତ ରଖିଥିଲେ, କିନ୍ତୁ ସେମାନଙ୍କର ବିବାହ ଉତ୍ସବ ଏପର୍ଯ୍ୟନ୍ତ ମଧ୍ୟ ସରି ନାହିଁ। ଗତକାଲି ରାତିରେ ଫିଲ୍ମ ନିର୍ମାତା ରିତେଶ ସିଦ୍ଧୱାନୀ ଫରହାନ ଅଖତର ଏବଂ ଶିବାନୀ ଦାଣ୍ଡେକରଙ୍କ ବିବାହ ଉତ୍ସବ ପାଇଁ ଏକ ପାର୍ଟୀ ଦେଇଥିଲେ।

Advertisment

ଏହି ପାର୍ଟିରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ। କରୀନା କପୁର, ମଲାଇକା ଅରୋରା, ଅମୃତା ଅରୋରା ଓ କରିସ୍ମା କପୁରକୁ ଏକାଠି ଦେଖିବାକୁ ମିଳିଥିଲା। ସେମାନେ ଏକାବେଳରେ ପ୍ରବେଶ କରିଥିଲେ। ସମସ୍ତ ଚାରିଜଣ ଅଭିନେତ୍ରୀ ବୋଲ୍ଡ ବ୍ଲାକ୍ ଲୁକ୍‌ରେ ଥିଲେ। କିନ୍ତୁ ମଲାଇକା ଅରୋରାଙ୍କ ଲୁକ୍ ଚର୍ଚ୍ଚାର ବିଷୟ ହୋଇଯାଇଥିଲା। ତାଙ୍କର ପୋଷାକ ପାଇଁ ତାଙ୍କୁ ଅନେକ ଟ୍ରୋଲ ମଧ୍ୟ କରାଯାଉଛି।

ନିଜ ବୋଲ୍ଡ ଲୁକ୍ ପାଇଁ ସର୍ବଦା ହେଡ୍‌ଲାଇନ୍‌ରେ ଥିବା ଅଭିନେତ୍ରୀ ମଲାଇକା ଅରୋରା ତାଙ୍କର ଏହି ଡ୍ରେସିଂ ସେନ୍ସ ହେତୁ ନେଟିଜେନ୍ସଙ୍କ ଟାର୍ଗେଟରେ ଆସିଛନ୍ତି। ଅଭିନେତ୍ରୀ ତାଙ୍କ ଗର୍ଲ ଗ୍ୟାଙ୍ଗ ସହିତ ଫରହାନ ଅଖତର ଏବଂ ଶିବାନୀ ଦାଣ୍ଡେକରଙ୍କ ପାର୍ଟୀରେ ଏକ ଟ୍ରାନ୍ସପାରେଣ୍ଟ୍ କଳା ହଟ ପୋଷାକ ପିନ୍ଧି ପହଞ୍ଚିଥିଲେ। ଯେହେତୁ ତାଙ୍କର ଏହି ବୋଲ୍ଡନେସକୁ ଲୋକମାନେ ପସନ୍ଦ କରୁନଥିଲେ ଏନେଇ ତାଙ୍କୁ ଟ୍ରୋଲର ସାମ୍ନା କରିବାକୁ ପଡିଛି।

Advertisment

ମଲାଇକାଙ୍କ ବୋଲ୍ଡ ଡ୍ରେସ୍‌ ଦେଖି ଜଣେ ଉପଭୋକ୍ତା ଲେଖିଛନ୍ତି, ଯାହା ବି କିଛି ପିନ୍ଧିବାର ମାନେ, ଏମିତି ପୋଷାକ ପିନ୍ଧି କିଏ କ’ଣ କୌଣସି ବିବାହ ଉତ୍ସବକୁ ଆସେ। ଅନ୍ୟ ଜଣେ ତାଙ୍କ ପୋଷାକକୁ ଏକ ମାଛଧରା ଜାଲ ଭାବରେ ତୁଳନା କରି ଲେଖିଥିଲେ, ମାଛ ଧରିବା ପାଇଁ ସ୍ୱିମ୍‌ସୁଟ୍ ଉପରେ ଜାଲ ଲଗାଯାଇଛି। ଅନ୍ୟ ଜଣେ ଲେଖିଛନ୍ତି, ବିବାହରେ ଏତେ ଅସୁନ୍ଦର ପୋଷାକ କିଏ ପିନ୍ଧେ। ସେହିପରି ଆଉ ଜଣେ ଲେଖିଛନ୍ତି ଯେ - "ବର୍ତ୍ତମାନ ସନ୍ନି ଲିଓନ୍ ବି ଏତେ ଅଙ୍ଗ ପ୍ରଦର୍ଶନ କରୁ ନାହାନ୍ତି।"

ମଲାଇକା ଆରୋରାଙ୍କ ସହ କରିସ୍ମା କପୁର, ଅମୃତା ଅରୋରା, କରୀନା କପୁର, ଦୀପିକା ପାଦୁକୋନଙ୍କ ପରି ସେଲିବ୍ରିଟିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମସ୍ତଙ୍କୁ କଳା ପୋଷାକରେ ଦେଖିବାକୁ ମିଳିଥିଲା।​ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ମଲାଇକା ଏବଂ ତାଙ୍କ ଗାର୍ଲ ଗ୍ୟାଙ୍ଗ୍‌ ଏହି ଉତ୍ସବରେ ସାମିଲ ହେବାର ନଜର ଆସିଛନ୍ତି।

Advertisment

ଫରହାନ ଅଖତର ଓ ଶିବାନୀ ଦାଣ୍ଡେକରଙ୍କ ବିବାହ କେବଳ କିଛି ଘନିଷ୍ଠ ବନ୍ଧୁ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପାରମ୍ପାରିକ ମରାଠୀ ବିବାହ ସମାରୋହ ବା ନିକାହ ବଦଳରେ ଏହି ଦମ୍ପତି ପରସ୍ପରକୁ ପ୍ରତିଶୃତି ଦେଇଥିଲେ। ସେମାନଙ୍କ ବିବାହରେ ଯୋଗ ଦେଇଥିବା ଅନ୍ୟମାନଙ୍କ ମଧ୍ୟରେ ସମୀର କୋଚର, ମୋନିକା ଡୋଗ୍ରା, ରିତେଶ ସିଦ୍‌ୱାନି, ରିୟା ଚକ୍ରବର୍ତ୍ତୀ ଏବଂ ହ୍ରିତିକ ରୋଶନଙ୍କ ଭଳି ତାରକାଙ୍କ ନାମ ରହିଛି। ଖଣ୍ଡାଲାରେ ଫରହାନ୍ ଅଖତର ଏବଂ ଶବାନା ଆଜମିଙ୍କ ଫାର୍ମହାଉସ୍‌ରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ