Advertisment

ବଲିଉଡ୍‌ରେ ପାଦ ଦେବା ନେଇ ଏମିତି କାହିଁକି କହିଲେ ମହେଶ ବାବୁ

ସାଉଥ୍ ଇଣ୍ଡଷ୍ଟ୍ରୀର ତାରକାମାନେ ଗୋଟେ ପରେ ଗୋଟେ ବଲିଉଡ୍ ମୁହାଁ ହେଉଥିବା ଦେଖାଯାଏ। ଏବେ ମହେଶ ବାବୁଙ୍କୁ ନେଇ ଏମିତି କିଛି ଚର୍ଚ୍ଚା ହେଉଛି। ତେବେ ସେ ଏହାକୁ ନେଇ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

Mahesh Babu denied to entry in bollywood industry

Mahesh Babu denied to entry in bollywood industry

Advertisment

ଆଜିର ଦିନରେ ସାଉଥ୍ ଇଣ୍ଡଷ୍ଟ୍ରୀର ତାରକାମାନେ ଗୋଟେ ପରେ ଗୋଟେ ବଲିଉଡ୍ ମୁହାଁ ହେଉଥିବା ଦେଖାଯାଏ। ପୁଷ୍ପା ହିଟ୍ ହେବା ପରେ ଅଲ୍ଲୁ ଅର୍ଜୁନ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମ ମାଧ୍ୟରେ ହିନ୍ଦୀ ସିନେମାରେ ପାଦ ଦେବାକୁ ଯାଉଛନ୍ତି। ସେହିପରି ବିଜୟ ଦେୱରକୋଣ୍ଡା ମଧ୍ୟ ଧର୍ମା ପ୍ରଡକ୍ସନର ଫିଲ୍ମରେ ‘ଲାଇଗର’ରେ ନଜର ଆସିବେ। ଏସବୁ ଭିତରେ ଏବେ ସାଉଥ୍ ହିରୋ ମହେଶ ବାବୁ ମଧ୍ୟ ବଲିଉଡ୍‌ରେ ଡେବ୍ୟୁ କରିବାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି।

Advertisment

ମହେଶ ବାବୁ ହ୍ରାଇଦ୍ରାବଦର ଏକ କାର୍ଯ୍ୟକ୍ରମରେ ସାମିଲ ଥିଲେ। ଏହି ସମୟରେ ଜଣେ ଗଣମାଧ୍ୟମ କର୍ମଚାରୀ ତାଙ୍କର ଆଗାମୀ ପ୍ରୋଜେକ୍ଟକୁ ନେଇ କିଛି ପ୍ରଶ୍ନ କରିଥିଲେ। ସେ ବଲିଉଡ୍‌ରେ ମହେଶ ବାବୁଙ୍କ ଏଣ୍ଟ୍ରିକୁ ନେଇ ପ୍ରଶ୍ନ କରିଥିଲେ। ହିନ୍ଦି ସିନେମାରେ କାମ କରିବା ନେଇ ସେ ସ୍ପଷ୍ଟ ମନାକରିଦେଇଛନ୍ତି। ସେ କହିଛନ୍ତି ଯେ “ହିନ୍ଦୀ ଫିଲ୍ମ କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ତେଲୁଗୁ ଫିଲ୍ମ ମଧ୍ୟ ସାରା ଦେଶରେ ଚାଲିଛି। ମତେ ହିନ୍ଦୀ ଫିଲ୍ମରେ ଅଭିନୟ କରିବା ନେଇ କୌଣସି ଆବଶ୍ୟକତା ନାହିଁ।” ସେ ତେଲୁଗୁ ଫିଲ୍ମ ପାଇଁ କମିଟେଡ୍ ବୋଲି କହିଛନ୍ତି।

ଆଗରୁ ଏହା ମଧ୍ୟ କୁହାଯାଉଥିଲା ଯେ ମହେଶ ବାବୁ ହଲିଉଡ୍‌ରେ ପାଦ ଦେବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମରେ ଏହାକୁ ନେଇ ମହେଶ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ “ମୁଁ ହଲିଉଡ୍ ପ୍ରୋଜେକ୍ଟ୍ ବିଷୟରେ ଜାଣେ ନାହିଁ କି ମୁଁ କୌଣସି ପ୍ରୋଜେକ୍ଟର ଅଂଶ ମଧ୍ୟ ନୁହେଁ।” ତେବେ ମହେଶ ବାବୁଙ୍କ ଏହି ପ୍ରତିକ୍ରିୟା ବର୍ତ୍ତମାନ ଅନେକ ଗୁଜବ ଉପରେ ଲଗାମ ଦେଇଛି।

Advertisment

ମହେଶ ବାବୁ ସାଉଥ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର୍। ସେ ସାଉଥ୍‌କୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ସେ ନିକଟରେ ‘ସରକାରୁ ଭାରୀ ପାଟା’ରେ ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ପରଶୁରାମ ପେଟଲା ନେଇଛନ୍ତି। ଏହା ମେ ୧୨ରେ ପ୍ରେକ୍ଷାଳୟକୁ ଆସିବ। ଏହି ଫିଲ୍ମ ମାଧ୍ୟମରେ ମହେଶ ବାବୁଙ୍କ ଝିଅ ସିତାରା ପଟ୍ଟାମନେନୀ ମଧ୍ୟ ଅଭିନୟ ଦୁନିଆଁରେ ପାଦ ରଖିବାକୁ ଯାଉଛନ୍ତି। ଏହି ଫିଲ୍ମରେ ସିତାରାଙ୍କ ଏକ ଗୀତ ଅଛି, ଯାହାର ଟାଇଟଲ୍ ‘ପେନୀ’‌। ଏହି ଗୀତକୁ ପ୍ରଶଂସକମାନେ ଖୁବ ପସନ୍ଦ କରିଛନ୍ତି।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ