Madhuri Dixit new house 12.5 lakh per month rent
ମୁମ୍ବାଇ: ବଲିଉଡ୍ ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ମୁମ୍ବାଇରେ ଏକ ନୂଆ ଆଲିଶାନ ଘର ଭଡାକୁ ନେଇଛନ୍ତି। ଏହା ୫୫୦୦ ସ୍କୋୟାର୍ ଫୁଟରେ ବିସ୍ତାର ହୋଇଛି। ଏହା ମୁମ୍ବାଇ ପାଖରେ ଥିବା ବର୍ଲିରେ ୨୯ ନମ୍ବର ଫ୍ଲୋର୍ରେ ରହିଛି। ଏଠାରୁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ସୌନ୍ଦର୍ଯ୍ୟକୁ ସବୁବେଳେ ଉପଭୋଗ କରିହେବ। ରାତିରେ ‘ସ୍ୱପ୍ନ ନଗରୀ’ର ଭିନ୍ନ ଝଲକ ଏଠାରୁ ନଜର ଆସିବ। ସବୁଠାରୁ ଖାସ୍ କଥା ହେଉଛି ଏହାର ରହିଛି ସମୁଦ୍ରର ସୁନ୍ଦର ଦୃଶ୍ୟ। ଏହି ଆପାର୍ଟମେଣ୍ଟର କିଛି ପଟୋ ସାମ୍ନାକୁ ଆସିଛି, ଯାହା ସୋସିଆଲ୍ ମିଡିରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ମାଧୁରୀ ସବୁ ସମୟରେ ଇଣ୍ଡଷ୍ଟ୍ରୀରେ କାମ କରି ନିଜର ଦବଦବା ଜାରି ରଖିଛନ୍ତି। ଆଜି ସେ ୫୪ ବର୍ଷରେ ପାଦ ଦେଇଥିଲେ ବି ଏହି ବୟସରେ ସେ ଯୁବକଙ୍କ ହୃଦୟକୁ ଧକ ଧକ କରିଦିଅନ୍ତି। ନିକଟରେ ରିଲିଜ୍ ହୋଇଥିବା ତାଙ୍କର ୱେବ୍ ସିରିଜ୍ରେ ସେ ତାଙ୍କ ଯାଦୁ ଦେଖେଇଛନ୍ତି। କିନ୍ତୁ ଆଜି ଆମେ ତାଙ୍କର ଏହି ଭଡା ଘର ବିଷରେ ଜାଣିବା, ଜାହାର ମୂଲ୍ୟ ଶୁଣି ଆପଣ ଆବାକ୍ ହୋଇଯିବେ।
ଏହି ଘରକୁ ଆର୍କିଟେକ୍ଟ ଅପୂର୍ବା ମେହେଟ୍ଟା ମାତ୍ର ୪୫ ଦିନରେ ପ୍ରସ୍ତୁତ କରିଛନ୍ତି। ଏନେଇ ସେ ଖୁବ ପରିଶ୍ରମ ମଧ୍ୟ କରିଛନ୍ତି ଏବଂ ଘରର ହୁଲିଆ ପୂରା ବଦଳେଇ ଦେଇଛନ୍ତି। ତେବେ ଘରର ସମସ୍ତ ଡିଜାଇନ୍ ମାଧୁରୀ ଓ ତାଙ୍କ ସ୍ୱାମୀ ଶ୍ରୀରାମ ନେନେଙ୍କ ମନ ମୁତାବକ ହୋଇଛି।
ରିପୋର୍ଟ ଅନୁସାରେ ମଧୁରୀ ଦୀକ୍ଷିତ ଏହି ଘରକୁ ଲିଜ୍ରେ ନେଇଛନ୍ତି। ଏନେଇ ପ୍ରତି ମାସରେ ତାଙ୍କୁ ୧୨.୫ ଲକ୍ଷ ଟଙ୍କା ଦେବାକୁ ପଡିବ। ଅପୂର୍ବା କହିଛନ୍ତି ଯେ ମାଧୁରୀ ଜଣେ ଏତେ ବଡ ଷ୍ଟାର୍ ହୋଇ ମଧ୍ୟ ମାଟି ସହିତ ଜଡିତ ଅଛନ୍ତି ଏହା ଦେଖି ଆଶ୍ଚର୍ଯ୍ୟ ଲାଗେ।
ମାଧୁରୀଙ୍କ କାମର କଥା ଆଲୋଚନା କଲେ ସେ ନିକଟରେ ୱେବ୍ ସିରିଜ୍ ‘ଦ ଫେମ୍ ଗେମ୍’ ରେ ନଜର ଆସିଥିଲେ। ଏଥିରେ ସେ ଅନମିକା ନାମକ ଜଣେ ଅଭିନେତ୍ରୀଙ୍କ ଭୂମିକାରେ ନଜର ଆସିଥିଲେ। ଏଥିରେ ମାଧୁରୀଙ୍କ ବ୍ୟତୀତ ସଞ୍ଜୟ କପୁର, ମାନବ କୌଲ୍, ଗଗନ୍ ଅରୋଡା ସମେତ ଅନେକ ଷ୍ଟାର୍ଙ୍କୁ ମଧ୍ୟ ଦେଖିବାକୁ ମିଳେ।
ତେବେ ଏହାରି ଭିତରେ ମାଧୁରୀଙ୍କ ଏକ ଭିଡିଓ ଭାଇରାଲ୍ ହେଉଥିବା ଦେଖାଯାଏ, ଯେଉଁଥିରେ ସେ ଜୈକୀ ଶ୍ରଫଙ୍କ ସହିତ ନାଚୁଥିବା ନଜର ଆସନ୍ତି। ଉଭୟ ୧୯୯୧ରେ ଆସିଥିବା ଫିଲ୍ମ ‘୧୦୦ ଡେଜ୍’ର ଗୀତ ‘ସୁନ୍ ବୋଲିୟା ଶୁକ୍ରିୟା ମେହରବାନୀ’ରେ ଝୁମୁଥିବା ଦେଖାଯାଆନ୍ତି। ମାଧୁରୀ ଏହି ପୋଷ୍ଟ୍ କରି ଜୈକୀ ଶ୍ରଫ୍ଙ୍କୁ ଟ୍ୟାଗ୍ କରିଛନ୍ତି ଓ ଭିଡିଓର କ୍ୟାପସନରେ ଲେଖିଛନ୍ତି ଯେ “ଜୈକୀ ଶ୍ରଫଙ୍କ ସହ ୧୦୦ ଦିନରେ ଏହି ପେପ୍ପୀ ନମ୍ବର ସହ ରିଲ୍ କରି ବହୁର ଭଲ ଲାଗୁଛି। ସେଟ୍ରେ ପୂରା ନିଆଁ ଲଗେଇ ଦେଲା।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647957187.jpg)