Advertisment

‘ଦୁଇ ଭାଇଙ୍କ କଳିରେ ରାଜନୀତି ହେବା କଥା ନୁହେଁ’

ଓଲିଉଡ କଳିରେ ରାଜନୀତି ପ୍ରବେଶ ପ୍ରସଙ୍ଗରେ ମୁହଁ ଖୋଲିଲେ ଅଭିନେତା ଶ୍ରୀତମ ଦାସ ଓ କୁନା ତ୍ରିପାଠୀ । କହିଲେ..

Kuna Tripathy

Kuna Tripathy

Advertisment

ତେଜୁଛି ଓଲିଉଡ କଳି। ଏହି ବିବାଦରେ ରାଜନୀତି ନହେବା ନେଇ କହିଛନ୍ତି ଅଭିନେତା କୁନା ତ୍ରିପାଠୀ । ସେ କହିଛନ୍ତି ଯେ, ପରିବାର କଥା ବାହାରକୁ ଯିବା ଆବଶ୍ୟକ ନାହିଁ। ଆଲୋଚନା ମାଧ୍ୟମରେ ସମାଧାନ କରିବି। ଏଭଳି କହି ମଧ୍ୟସ୍ତତା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ।

Advertisment

ଉଭୟ ପକ୍ଷଙ୍କୁ ଡାକିବି ସମାଧାନ ବାଟ ବାହାରିବ। ବ୍ୟାନ୍ କୌଣସି ସମସ୍ୟାର ସମାଧାନ ନୁହେଁ’ ବୋଲି କୁନା କହିଛନ୍ତି। ଦୁଇ ଭାଇଙ୍କ ମଧ୍ୟରେ କେମିତି ଭଲ ସମ୍ପର୍କ ହେବ ଦେଖିବି। ଦୁଇ ଭାଇଙ୍କ କଳିରେ ରାଜନୀତି ହେବା କଥା ନୁହେଁ ବୋଲି କହିଛନ୍ତି କୁନା ତ୍ରିପାଠୀ।

ସେପଟେ ଅଭିନେତା ଶ୍ରୀତମ ଦାସ ବି କହିଛନ୍ତି ପଶ୍ଚିମ ଓଡିଶାରୁ ଆସି ମନୋଜ ଏଠି ନମ୍ବର ୱାନ କଳାକାର ହୋଇଛନ୍ତି, ବହୁ ବଡ ବଡ଼ ଜାଗାରେ ଅଛନ୍ତି। ସେମାନେ ସମସ୍ତେ ଓଡିଶାର ସୁପୁତ୍ର। ଆମ ପରିବାର ଭିତରେ ଟିକେ ମନୋମାଳିନ୍ୟ ହୋଇଛି। ଆମ ପରିବାର ଭିତର କଥା ବାହାରକୁ ପଳେଇ ଆସିଛି ତାହା ବଡ଼ ଭଳି ଲାଗୁଛି, କିଛି ଦିନ ଭିତରେ ସମାଧାନ ହୋଇଯିବ।

Advertisment

ଓଲିଉଡ ବିବାଦ ଏବଂ ଏହା ଭିତରେ ରାଜନୀତି ପ୍ରବେଶ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ଶ୍ରୀତମ ଦାସ। ଏହାକୁ ନେଇ ରାଜନୀତି ହେବା କଥା ନୁହେଁ। ଗଣମାଧ୍ୟମ ଆଗରେ ସମସ୍ତ ରାଜନେତାଙ୍କୁ ଅନୁରୋଧ କରିବି ଏହା ଭିତରେ କେହି ମୁଣ୍ଡ ପୁରାନ୍ତୁ ନାହିଁ ବୋଲି ଶ୍ରୀତମ କହିଛନ୍ତି।

Ollywood Narasingha Mishra Kuna Tripathy Sritam Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ