Advertisment

Miss World 2024: ୧୧୨ ସୁନ୍ଦରୀଙ୍କୁ ପଛରେ ପକେଇ ମିସ୍ ୱାର୍ଲ୍ଡ ହେଲେ କ୍ରିଷ୍ଟିନା; ଜାଣନ୍ତୁ ଭାରତ ରହିଲା କେଉଁଠି

ଚେକ୍ ରିପବ୍ଲିକ’ର କ୍ରିଷ୍ଟିନା ପିସ୍ଜକୋଭା ୧୦୦ରୁ ଅଧିକ ସୁନ୍ଦରୀଙ୍କୁ ପରାସ୍ତ କରି ୭୧ ତମ ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ଖ୍ରୀଷ୍ଟିନା ୧୧୨ ପ୍ରତିଯୋଗୀଙ୍କୁ ପରାସ୍ତ କରି ମିସ୍ ୱାର୍ଲ୍ଡର ମୁକୁଟ ପିନ୍ଧିଛନ୍ତି। ମିସ୍ ୱାର୍ଲ୍ଡ ହୋଇଥିବା ଏହି ଖ୍ରୀଷ୍ଟିନା କିଏ ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Krystyna pyszkova of czech republic wins 71st miss world crown

Krystyna pyszkova of czech republic wins 71st miss world crown

Advertisment

ମିସ୍ ୱାର୍ଲ୍ଡ ୨୦୨୪ଫାଇନାଲ୍ ହୋଇଯାଇଛି। ଏଥର ମୁମ୍ବାଇରେ ୭୧ ତମ ମିସ୍ ୱାର୍ଲ୍ଡ ଆୟୋଜିତ ହୋଇଥିଲା ଯେଉଁଥିରେ ଚେକ୍‌ ରିପବ୍ଲିକର ୨୪ ବର୍ଷୀୟ କ୍ରିଷ୍ଟିନା ପିସ୍ଜକୋଭା ମିସ୍ ୱାର୍ଲ୍ଡ ତାଜ୍ ଜିତିଛନ୍ତି। ୧୧୫ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକେଇ କ୍ରିଷ୍ଟିନା ଏହି ବାଜି ମାରିନେଇଛନ୍ତି।

Advertisment

ପୂର୍ବ ବର୍ଷର ବିଜେତା ମିସ୍ ୱାର୍ଲ୍ଡ ୨୦୨୨ ପୋଲାଣ୍ଡର କେରୋଲିନା ବିଲାଭସ୍କା କ୍ରିଷ୍ଟିନାଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ତାଜ ପିନ୍ଧେଇଛନ୍ତି, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ମିସ୍ ୱାର୍ଲ୍ଡ ୨୦୨୪ରେ ୧୨ ଜଣିଆ ବିଚାରପତି ପ୍ୟାନେଲରେ ଚଳଚ୍ଚିତ୍ର ନିର୍ମାତା ସାଜିଦ୍ ନାଡିଆଡ୍‌ୱାଲା, କ୍ରିତି ସାନନ୍, ପୂଜା ହେଗ୍‌ଡେ, କ୍ରିକେଟର ହରଭଜନ ସିଂହଙ୍କ ସମେତ ଅନେକ ଭେଟେରାନ୍ ସେଲିବ୍ରେଟି ରହିଥିଲେ। କରଣ ଜୋହର ଏବଂ ପୂର୍ବତନ ମିସ୍ ୱାର୍ଲ୍ଡ ମେଗାନ୍ ୟଙ୍ଗ୍ ଏହି ଶୋ’କୁ ହୋଷ୍ଟିଂ କରିଥିଲେ।

Advertisment

ମଞ୍ଚରେ ଶାନ, ନେହା କକ୍କର ଏବଂ ଟୋନି କକ୍କର ପର୍ଫର୍ମାନ୍ସ କରିଥିଲେ। ଖ୍ରୀଷ୍ଟିନା ବିଜେତା ଆଖ୍ୟା ଅର୍ଜନ କରିଥିବାବେଳେ ଲେବାନନ୍‌ର ୟାସିମିନ୍‌ ଜେଟୁନ୍ ପ୍ରଥମ ରନର୍ ଅପ୍ ହୋଇଛନ୍ତି।

କ୍ରିଷ୍ଟିନା ପିସ୍ଜକୋଭାଙ୍କ ବିଷୟରେ କହିବାକୁ ଗଲେ ସେ ଜଣେ ଛାତ୍ର, ସ୍ୱେଚ୍ଛାସେବୀ ଏବଂ ଆନ୍ତର୍ଜାତୀୟ ମଡେଲ। ୨୪ ବର୍ଷୀୟ ମଡେଲ୍ ଭାବରେ କାମ କରୁଥିବାବେଳେ ଉଭୟ ଲ’ ଏବଂ ବିଜନେସ୍ ଏଡ୍‌ମିନିଷ୍ଟ୍ରେସନ୍‌ରେ ଡିଗ୍ରୀ ପାଇଁ ପାଠ ପଢୁଛନ୍ତି। ସେ ମଧ୍ୟ କ୍ରିଷ୍ଟିନା ପିସ୍ଜକୋ ଫାଉଣ୍ଡେସନ୍ ପ୍ରତିଷ୍ଠା କରିଛନ୍ତି। ମିସ୍ ୱାର୍ଲ୍ଡ ଅର୍ଗାନାଇଜେସନ୍ ଅନୁଯାୟୀ, କ୍ରିଷ୍ଟିନାଙ୍କ ସବୁଠାରୁ ଗୌରବପୂର୍ଣ୍ଣ ମୁହୂର୍ତ୍ତ ଥିଲା ତାଞ୍ଜାନିଆରେ ବଞ୍ଚିତ ପିଲାମାନଙ୍କ ପାଇଁ ଏକ ଇଂରାଜୀ ବିଦ୍ୟାଳୟ ଖୋଲିବା, ଯେଉଁଠାରେ ସେ ମଧ୍ୟ ସ୍ୱେଚ୍ଛାକୃତ ଭାବେ କରିଛନ୍ତି।

Advertisment

ପ୍ରକାଶଥାଉ ଯେ ମିସ୍ ଇଣ୍ଡିଆ ୨୦୨୨ ର ବିଜେତା ସିନି ଶେଟ୍ଟୀ, ମିସ୍ ୱାର୍ଲ୍ଡ ୨୦୨୪ରେ ଭାରତ ପାଇଁ ପ୍ରତିନିଧିତ୍ୱ କରୁଥିଲେ। ସେ କିନ୍ତୁ ଶ୍ରେଷ୍ଠ ୪ରେ ମଧ୍ୟ ନିଜକୁ ରଖିପାରି ନଥିଲେ ଏବଂ ଏହି ଦୌଡରୁ ବାଦ୍ ପଡିଥିଲେ। ସେ ୮ ନମ୍ବର ସ୍ଥାନରେ ରହିଗଲେ।

କ୍ରିଷ୍ଟିନା ସଙ୍ଗୀତକୁ ଭଲ ପାଆନ୍ତି। ସେ ଟ୍ରାନ୍ସଭର୍ସ ଫ୍ଲ୍ୟୁଟ୍ ଏବଂ ଭାୟୋଲିନ୍ ବଜାଇବାକୁ ପସନ୍ଦ କରନ୍ତି। କଳା ପ୍ରତି ତାଙ୍କର ବହୁତ ଆଗ୍ରହ ଥିବାରୁ ସେ ଏକ କଳା ଏକାଡେମୀରେ ୯ ବର୍ଷ ବିତାଇଛନ୍ତି।

Miss World
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ