Advertisment

World Cup 2023: ଭାରତ ମହେନ୍ଦ୍ର ସିଂହ ଧୋନିଙ୍କ ପରି ଅଧିନାୟକ ପାଇବ ନାହିଁ: KRK

ଭାରତ ହୁଏତ ବିଶ୍ୱକପ୍ ୨୦୨୩୩ର ଫାଇନାଲକୁ ଅଷ୍ଟ୍ରେଲିଆ ଠାରୁ ହାରିଥାଇପାରେ। କିନ୍ତୁ ଭାରତୀୟ ଟିମ୍ ପ୍ରଶଂସକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ପରାଜୟ ସତ୍ତ୍ୱେ ପ୍ରଶଂସକମାନେ ଭାରତୀୟ କ୍ରିକେଟ୍ ଟିମ୍‌କୁ ସମର୍ଥନ କରୁଥିବା ଦେଖାଯାଏ।

ଅଦ୍ୟତନ ହୋଇଛି
world cup 2023 final

KRK tweet India will never get a captain like dhoni

Advertisment

ଆଶା ଥିଲା ୨୦୧୬ର ପ୍ରତିଶୋଧ ନେବ ଭାରତ। ନିଜ ମାଟିରେ ଅଷ୍ଟ୍ରେଲିଆକୁ ମୁହଁତୋଡ ଜବାବ ଦେବ। ଚଳିତ ବିଶ୍ୱକପର ଲିଗ୍ ମ୍ୟାଚ୍ ଓ ସେମିଫାଇନାଲରେ ଭାରତର ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସମସ୍ତଙ୍କ ବିଶ୍ୱାସ ଥିଲା ଭାରତ ଏଥର ନିଶ୍ଚିତ କପ୍ ଆଣିବ। କିନ୍ତୁ କିଛି ଓଲଟ ପାଲଟ ହୋଇଗଲା। ସମସ୍ତଙ୍କ ଆଶା ସେହି ଆଶାରେ ହିଁ ରହିଗଲା। ଭାରତର ଶୋଚନୀୟ ପରାଚୟ ସମସ୍ତଙ୍କ ମନକୁ ଗଭୀର ଭାବେ ଆଘାତ ଦେଇଛି।

Advertisment

ତେବେ ଭାରତ ହୁଏତ ବିଶ୍ୱକପ୍ ୨୦୨୩୩ର ଫାଇନାଲକୁ ଅଷ୍ଟ୍ରେଲିଆ ଠାରୁ ହାରିଥାଇପାରେ। କିନ୍ତୁ ଭାରତୀୟ ଟିମ୍ ପ୍ରଶଂସକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ପରାଜୟ ସତ୍ତ୍ୱେ ପ୍ରଶଂସକମାନେ ଭାରତୀୟ କ୍ରିକେଟ୍ ଟିମ୍‌କୁ ସମର୍ଥନ କରୁଥିବା ଦେଖାଯାଏ।

ନିକଟରେ ଅଭିନେତା KRK ବା କମଲ ଆର୍‌ ଖାନ୍‌ ଏମିତି ବୟାନ ଦେଇଛନ୍ତି ଯାହାକୁ ନେଇ ସେ ଟ୍ରୋଲ୍ ହେଉଛନ୍ତି। ସେ ଧୋନିଙ୍କ ଅଧିନାୟକତ୍ୱକୁ ଭଲ ବୋଲି ବର୍ଣ୍ଣନା କରିଛନ୍ତି। ଏହାକୁ ନେଇ ପ୍ରଶଂସକମାନେ ଫିଡିକି ଯାଇଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ତାଙ୍କ ପ୍ରତି କ୍ରୋଧ ପ୍ରଦର୍ଶନ କରୁଥିବା ଦେଖାଯାଉଛି।

Advertisment

KRK ଟ୍ୱିଟ୍‌ କରି ଲେଖିଛନ୍ତି, “ଆଜି ଏହା ପୁଣି ପ୍ରମାଣିତ ହୋଇଛି ଯେ ମହେନ୍ଦ୍ର ସିଂହ ଧୋନିଙ୍କ ପରି ଭାରତ ଆଉ ଅଧିନାୟକ ପାଇବ ନାହିଁ।” ଏହି ଟ୍ୱିଟ୍ ପଢିବା ପରେ ପ୍ରଶଂସକମାନେ ରାଗି ଯାଇଥିଲେ। ଜଣେ ଲେଖିଛନ୍ତି, “ଏହା ବହୁତ ଭୁଲ। ରୋହିତ ନିଜର ବେଷ୍ଟ୍ ଦେଇଛନ୍ତି ଏବଂ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ।”

Advertisment

ଅନ୍ୟ ଜଣେ ଲେଖିଛନ୍ତି, “କେବଳ ଗୋଟିଏ ମ୍ୟାଚ୍‌କୁ ନେଇ ଆପଣ ଏମିତି କହିପାରିବେ ନାହିଁ। ଆପଣଙ୍କୁ ପୂରା ସିରିଜ୍ ଦେଖିବାକୁ ପଡିବ। ଭାରତ କେବେ ବି ଏମିତି ବିଶ୍ୱକପ ଖେଳି ନାହିଁ ଯେମିତି ଏଥର ଖେଳିଛି।”

କିଛି ଲୋକ KRK ଙ୍କ ଟ୍ୱିଟ୍‌କୁ ସମର୍ଥନ କରି ମନ୍ତବ୍ୟ ଦେଇଛନ୍ତି। ସେହିପରି ଆଉ କିଛି ଲୋକ କପିଲ ଦେବଙ୍କୁ ଶ୍ରେଷ୍ଠ ଅଧିନାୟକ ବୋଲି କହିଛନ୍ତି।

Ind Vs Aus India Vs Australia World Cup KRK
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: