Advertisment

'କଭି ଖୁସି କଭି ଗମ୍‌' କ୍ୟୁଟ୍‌ବୟ କ୍ରିଶ୍ ଏବେ ମାଚୋମ୍ୟାନ୍‌

ବଲିଉଡ୍‌ର ଚର୍ଚ୍ଚିତ ଫିଲ୍ମ 'କଭି ଖୁସି କଭି ଗମ୍‌'କୁ ୨୦ ବର୍ଷ ପୂରିଛି। ତେବେ ଆସନ୍ତୁ ଜାଣିବା ଏହାକୁ କିପରି ମନେପକେଇଛନ୍ତି ଏହି ଫିଲ୍ମର ଶାହରୁଖ ଓ କାଜୋଲଙ୍କ ପୁଅ ଭୂମିକାରେ ଥିବା କ୍ରିଶ୍।

Krish in Kabhi Khushi Kabhie Gham, today he has become a Macho Man

Krish in Kabhi Khushi Kabhie Gham, today he has become a Macho Man

Advertisment

ମୁମ୍ବାଇ : ଦୀର୍ଘ ୯୦ ବର୍ଷରୁ ଅଧିକ ସମୟ ଧରି ବଲିଉଡ୍ ଦର୍ଶକମାନଙ୍କୁ ଦେଇଛି ଅନେକ ଫିଲ୍ମ। ଏହାରି ଭିତରେ ଏମିତି କିଛି ଫିଲ୍ମ ଅଛି ଯାହାକୁ ଦର୍ଶକେ କେବେ ବି ଭୁଲିପାରି ନାହାନ୍ତି। ଏହି ଫିଲ୍ମଗୁଡିକ ହୃଦୟରେ ଛାପ ହୋଇ ରହିଯାଇଛି। ଏହି ଫିଲ୍ମଗୁଡିକୁ ଯେତେ ଦେଖିଲେ ବି ମନ ମାନେନି ଆଉ ସବୁବେଳେ ନୂଆ ନୂଆ ହିଁ ଲାଗେ।

Advertisment

ହିନ୍ଦୀ ଚଳଚ୍ଚିତ୍ର ଦୁନିଆରେ ଏହାର ସଂଳାପ, ଗୀତ ଓ ଚରିତ୍ର ପାଇଁ ବେଶ ଜଣାଶୁଣା ଫିଲ୍ମ 'କଭି ଖୁସି କଭି ଗମ୍‌' ୨୦ ବର୍ଷ ପୂରଣ କରିଛି। ଏହି ଫିଲ୍ମକୁ ଲୋକେ ଆଜି ବି ଭୁଲି ପାରି ନାହାନ୍ତି। ଧର୍ମା ପ୍ରଡକ୍ସନ୍ସ ସହିତ ସେଲିବ୍ରେଟିମାନେ ମଧ୍ୟ ଫିଲ୍ମର ଦୁଇ ଦଶନ୍ଧି ପୂର୍ତ୍ତି ପାଳନ ଅବସରରେ ଫଟୋ ଓ ଭିଡିଓ ମଧ୍ୟ ସେୟାର କରୁଛନ୍ତି। ଏହି ସମୟରେ ଜିବରାନ୍ ଖାନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ତେବେ କିଏ ଏହି ଜିବରାନ୍ ଖାନ୍‌। ତାଙ୍କ ଭିଡିଓ କାହିଁକି ଭାଇରାଲ୍ ହେଉଛି? ତାଙ୍କର ଫିଲ୍ମ 'କଭି ଖୁସି କଭି ଗମ୍‌' ସହିତ କେଉଁ ସଂପର୍କ ରହିଛି ଆସନ୍ତୁ ସେ ଉପରେ ନଜର ପକେଇ ନେବା।

ଜିବ୍‌ରାନ୍ ଖାନ ହେଉଛନ୍ତି ଏହି ଫିଲ୍ମର ସେହି ଚରିତ୍ର ଯିଏ କାଜୋଲ ଓ ଶାହାରୁଖ ଖାନଙ୍କ ପୁଅ କ୍ରିଶ୍ ଭୂମିକାରେ ନଜର ଆସିଥିଲେ। ଫିଲ୍ମ 'କଭି ଖୁସି କଭି ଗମ୍‌' ୨୦ ବର୍ଷ ପୂରଣ କରିବା ଅବସରରେ କ୍ରିଶ୍ ବା ଜିବରାନ୍ ଖାନ୍ ଏକ ଦୃଶ୍ୟର ରିକ୍ରିଏସନ୍‌ କରିଛନ୍ତି। ଏହି ଭିଡିଓରେରେ ସେ ଏକ ପ୍ରସିଦ୍ଧ ସଂଳାପ କହୁଥିବା ନଜର ଆସୁଛନ୍ତି।

Advertisment

ଏହି ଭିଡିଓ ସେୟାର୍ କରିବା ସହିତ ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି – “ଯଦି ତୁମେ ଜୀବନରେ କିଛି ହାସଲ କରିବାକୁ ଚାହୁଁଛ, କିଛି ପାଇବାକୁ ଚାହୁଁଛ... ତେବେ ସବୁବେଳେ ପଛକୁ ଫେରି # K3G ଦେଖନ୍ତୁ, ଏହି ଚଳଚ୍ଚିତ୍ରଟି ହେଉଛି ଏହି ଜାଗା ଯେଉଁଠି ମତେ କ୍ୟାମେରା ପ୍ରତି ପ୍ରେମ ହୋଇଯାଇଥିଲା। ଏହା ସହିତ ସେ କରଣ ଜୋହର ଓ ପୂରା ଟିମ୍‌କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।”

Advertisment

ପ୍ରକାଶଥାଉ ଯେ ଜିବ୍ରାନ୍ ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ। କେବଳ ଏତିକି ନୁହେଁ, ପ୍ରଶଂସକମାନେ ତାଙ୍କ ସିକ୍ସ ପ୍ୟାକ୍ ବଡି ଏବଂ ଏହି ଷ୍ଟାଇଲିସ୍ ଲୁକ୍ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ସେ ଏବେ ମାଚୋମ୍ୟାନ୍‌ ଭଳି ଦେଖାଯାଉଛନ୍ତି। ତେବେ ବର୍ତ୍ତମାନ ଜିବ୍ରାନଙ୍କ ଏହି ଭିଡିଓକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଛନ୍ତି। ଲୋକେ ଏହା ଉପରେ କମେଣ୍ଟ ମଧ୍ୟ ଦେଉଛନ୍ତି।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ