Advertisment

କେଜିଏଫ୍ ପଛରେ ଥିବା ସତ କାହାଣୀ; ରକ୍ତରେ ହିଁ ଭରା

ଖୁବ୍ ଶୀଘ୍ର ରିଲିଜ୍ ହେବ କେଜିଏଫ୍ ୨। କହିବ ସୁନା ଖଣିର ସତ ଘଟଣା। କେତେ ଭୟଙ୍କର ଥିଲା ସେହି ଦୃଶ୍ୟ ପରଦାରେ ଗୋଟି ଗୋଟି ଦିଶିବ। ଜାଣିବା ପାଇଁ ପଢନ୍ତୁ ପୂରା ଘଟଣା।

KGF chapter-2-will tell real thriller story about gold mine

KGF chapter-2-will tell real thriller story about gold mine

Advertisment

ସାଉଥ୍‌ର ବହୁ ଅପେକ୍ଷିତ ଫିଲ୍ମ ‘କେଜିଏଫ୍ ଚାପ୍ଟର୍ ୨’ ଏପ୍ରିଲ୍ ୧୪ରେ ରିଲିଜ୍ ହେବ। ଏହି ଫିଲ୍ମରେ ସାଉଥ କଳାକାର ୟଶ ଓ ଶ୍ରୀନିଧିଙ୍କ ସହିତ ବଲିଉଡ୍ କଳାକାର ସଞ୍ଜୟ ଦତ୍ତ ଓ ରନୀନା ଟଣ୍ଡନ ନଜର ଆସିବେ। ଏହି ଫିଲ୍ମରେ ସଞ୍ଜୟ ଦତ୍ତଙ୍କୁ ଭୟଙ୍କର ଭୂମିକାରେ ଦେଖିବାକୁ ମିଳିବ। ତେବେ ଯେଉଁ ଭୂମିକାରେ ସଞ୍ଜୟଙ୍କୁ ଦେଖିବାକୁ ମିଳିବ ତାହା କୌଣସି କାଳ୍ପନିକ କାହାଣୀ ନୁହେଁ ବରଂ ସତ ଉପରେ ଆଧାରିତ।

Advertisment

କେଜିଏଫ୍‌ର ପୂରା କାହାଣୀ ଯେଉଁ ସୁନା ଖଣି ଉପରେ ରଚିତ ଯାହାର କାହାଣୀ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏନେଇ ଭାରତକୁ ଏମିତିରେ ଖାଲି ଖାଲିରେ ସୁନାର ଚଢେଇ ବୋଲି କୁହାଯାଉ ନଥିଲା। ସୁନାର ଚାହିଦା ନେଇ କେଜିଏଫ୍ ଅଞ୍ଚଳରେ ରକ୍ତପାତ ବି ଦେଖାଦେଲା ଆଉ ବିକାଶ ବି। ତେବେ ପୂରା ଘଟଣାକୁ ଜାଣିବା ପାଇଁ ପଢନ୍ତୁ ଥ୍ରୀଲର୍ ଓ ରହସ୍ୟରେ ଭରପୂର ଏହି କାହାଣୀ।

ସାଉଥ୍‌ର ଜଣାଶୁଣା ଫିଲ୍ମ କେଜିଏଫ୍‌ର କାହାଣୀ ଦର୍ଶକଙ୍କୁ ଏତେ ପସନ୍ଦ ଆସିଥିଲା ଯେ ପ୍ରଥମ ଭାଗ ପରଠାରୁ ହିଁ ଏହାର ଦ୍ୱିତୀୟ ସଂସ୍କରଣ ପାଇଁ ଦାବି ହେଉଥିଲା। ସୁନାର ଯେଉଁ ଖଣିକୁ ନେଇ ଏହି ଫିଲ୍ମ ତିଆରି କରାଯାଇଛି ଏହାର ଇତିହାସ ପାଖାପାଖି ୧୨୧ ବର୍ଷର ପୁରୁଣା। ଦେଖିବାକୁ ଗଲେ କେଜିଏଫ୍ ବା ‘କୋଲାର୍ ଗୋଲ୍ଡ୍ ଫିଲ୍ଡ୍’ର କାହାଣୀ ହିଁ ହତ୍ୟାକଣ୍ଡ। ସୁନାରେ ମାଲେମାଲ୍ ଏହି ଅଞ୍ଚଳରେ ଅନେକ ଗୁପ୍ତ ରହସ୍ୟ ମଧ୍ୟ ଲୁଚି ରହିଛି।

Advertisment

କେଜିଏଫ୍ ଅଞ୍ଚଳରେ ୧୨୧ ବର୍ଷ ପୂର୍ବରୁ ଖନନ ବେଳେ ପାଖାପାଖି ୯୦୦ ଟନ୍ ସୁନା ମିଳିଥିଲା। ଏହି କୋଲାର୍ ଗୋଲ୍ଡ୍ ଫିଲ୍ଡ୍ କର୍ଣ୍ଣାଟକରେ ରହିଛି। ଏହି ଖଣିକୁ ନେଇ ବ୍ରିଟିଶ ସରକାରର ଲେଫ୍ଟିନାଣ୍ଟ୍ ଜନ୍ ୱାରେନ୍ ଏକ ପ୍ରବନ୍ଧ ଲେଖିଥିଲେ।

ତାଙ୍କ କହିବା କଥା ୧୭୯୯ରେ ଶ୍ରୀରଙ୍ଗପଟ୍ଟନମର ଲଢେଇ ବେଳେ ଇଂଗ୍ରେଜମାନେ ଟିପୁ ସୁଲତାନଙ୍କ ହତ୍ୟା କରିଥିଲେ। ଏହାପରେ କୋଲାର ଓ ଏହାର ଆଖପାଖ ଅଞ୍ଚଳକୁ ଅକ୍ତିଆର କରିନେଇଥିଲେ। କିଛି ବର୍ଷ ପରେ ଇଂରେଜ ଏହି ଅଞ୍ଜଳକୁ ମୈସୁର ରାଜ୍ୟକୁ ଦାନ କରିଦେଇଥିଲେ। କିନ୍ତୁ ଚତୁରତାର ସହିତ ସୁନା ବାହାରୁଥିବା ସ୍ଥାନକୁ ନିଜ ପାଖରେ ରଖିଥିଲେ।

Advertisment

ୱାରେନଙ୍କ ଏହି ପ୍ରବନ୍ଧ ଅନୁସାରେ ଚୋଳ ସାମ୍ରାଜ୍ୟ ସମୟରେ ଲୋକେ ନିଜେ ଖନନ କରି ସୁନା ନେଇଯାଉଥିଲେ। ଥରେ ୱାରେନ୍ ଗାଁ ଲୋକଙ୍କୁ ଲାଞ୍ଚ ଦେଇ ସୁନା ବାହାର କରେଇଲେ। କିନ୍ତୁ ବହୁତ ଖୋଳିଲା ପରେ ଅଳ୍ପ ସୁନା ବାହାରୁଥିଲା। ଏହା ପରେ ଆଧୁନିକ ଯନ୍ତ୍ରପାତିର ମଧ୍ୟ ବ୍ୟବହାର କରାଗଲା। ହେଲେ ବି କିଛି ଫାଇଦା ହେଲାନି। ଏହା ବଦଳରେ ଅନେକ ଶ୍ରମିକଙ୍କ ଜୀବନ ଗଲା। ଫଳରେ ବାଧ୍ୟହୋଇ ‍ଇଂଗ୍ରେଜ ସରକାର ଏହି ଖନନ ଉପରେ ରୋକ୍ ଲଗେଇଲେ।

୧୮୭୧ରେ ୱାରେନଙ୍କ ଏହି ପ୍ରବନ୍ଧକୁ ବ୍ରିଟିଶ ସୈନିକ ମାଇକେଲ୍ ଫିଟ୍‌ଜରେରାଲ୍ଡ ଲେବେଲୀ ପଢିଲେ। ଏହା ପରେ ଏଠାରୁ ସୁନା ପାଇବା ନେଇ ମନ ବଳେଇଲେ। ସେ ରିସର୍ଚ୍ଚ କାମରେ ଲାଗିଗଲେ। ୧୮୭୩ରେ ମୈସୁର ମହାରାଜାଙ୍କ ଠାରୁ ଏହା ଖନନ ନେଇ ଅନୁମତି ନେଲେ। ୧୮୭୫ରେ ଖନନ କାମ ଆରମ୍ଭ କଲେ। ଏହି କାମ ଏତେ ଭୟଙ୍କର ଥିଲା ଯେ କେହି ବି କଳ୍ପନା କରିପାରିବେ ନାହିଁ।

ଏହି ଫିଲ୍ମରେ ଥିବା ଏକ ସଂଳାପ ଏହା ପଛରେ ଥିବା ସତକୁ ଲୋକଲୋଚନକୁ ନେଇଆସେ। ଏହି ଲୋମଟାଙ୍କୁରା ସଂଳାପ ହେଉଛି ‘ରକ୍ତରେ ଲେଖାହୋଇଥିବା କାହାଣୀ… ସ୍ୟାହୀରେ ବଢିବ ନାହିଁ। ଯଦି ଆଗକୁ ଯିବାକୁ ହୁଏ ତେବେ ପୁଣି ଥରେ ରକ୍ତ ହିଁ ମାଗିବ।’ ଏହାର ଅର୍ଥ ଯଦି ବର୍ଷ ବର୍ଷ ଧରି ପଡି ରହିଥିବା ଏହି ଖଣିକୁ ପୁଣି ଖୋଲାଯାଏ ତେବେ ଆଉଥରେ ରକ୍ତପାତ ହେବା ଧାର୍ଯ୍ୟ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ