ରିଲିଜ୍ ହେଲା KGF 2; ରାତି ୩ ଟାରେ ବି ହଲ୍‌ ଗଲେ ଦର୍ଶକ

ରିଲିଜ୍ ହୋଇଛି କେଜିଏଫ୍ ୨ । ଦର୍ଶକଙ୍କ ସମସ୍ତ ଉତ୍କଣ୍ଠା ଓ ଆଶା ପୂରଣ ହୋଇଛି । ପୁଣି ଥରେ ବଡ଼ ପରଦାରେ ଧମାଲ କରୁଛନ୍ତି ୟଶ୍ ।

ରିଲିଜ୍ ହେଲା ଦେଶର ସବୁଠୁ ବଡ଼ ଫିଲ୍ମ KGF2

ରିଲିଜ୍ ହୋଇଛି ଦଶନ୍ଧି ବଡ଼ ସିନେମା କେଜିଏଫ୍ ୨ । ଦର୍ଶକଙ୍କ ସମସ୍ତ ଉତ୍କଣ୍ଠା ଓ ଆଶା ପୂରଣ ହୋଇଛି । ପୁଣି ଥରେ ବଡ଼ ପରଦାରେ ଧମାଲ କରୁଛନ୍ତି ୟଶ୍ । ୬ ହଜାରରୁ ଅଧିକ ହଲ୍‌ରେ ରିଲିଜ୍ ହୋଇଥିବା ସିନେମା ପ୍ରଥମ ଦିନରେ ହିଁ ୫୦ କୋଟିରୁ ଅଧିକ ବିଜନେସ୍ କରିଛି । କ୍ରେଜ୍ କେବଳ ଦକ୍ଷିଣ ଭାରତରେ ସୀମିତ ରହିନି, ଭୁବନେଶ୍ୱରରେ ରାତି ୩ଟାରୁ ଲୋକେ ହାଉସ୍‌ଫୁଲ୍ ଶୋ’ କୁ ଉପଭୋଗ କରିଛନ୍ତି ।

ଯେଉଁ ସମୟରେ ପୁରା ରାଜଧାନୀ ଶୋଇଛି ସେହି ସମୟରେ ସିନେମା ଦେଖିବାକୁ ଆସିଛନ୍ତି ଲୋକେ । ଭୁବନେଶ୍ୱରରେ ରାତି ୩ଟାରୁ ଆରମ୍ଭ ହୋଇଛି କେଜିଏଫ୍୨ର ଶୋ’ । ଫାଷ୍ଟ ଡେ ଫାଷ୍ଟ ଶୋ ଦେଖିବାକୁ ବହୁ ଦୂର ଦୂରାନ୍ତରୁ ଲୋକେ ରାଜଧାନୀକୁ ଆସି ପହଞ୍ଚିଛନ୍ତି ।

ପ୍ରଥମ ଥର ପାଇଁ ରାଜ୍ୟରେ ରାତି ୩ଟାରେ ଫିଲ୍ମ ରିଲିଜ୍ ହୋଇଛି । କେଜିଏଫ୍‌କୁ ନେଇ ଲୋକଙ୍କ ଭିତରେ ବହୁ ଉତ୍ସାହ ରହିଥିବାରୁ ପ୍ରଥମ ଦିନରୁ ହିଁ ଜଣାପଡ଼ିଛି । ବିଶେଷ ଭାବେ ୟୁଥ୍‌ମାନେ ଫିଲ୍ମ ଦେଖିବାକୁ ହଲ୍‌ରେ ପହଞ୍ଚିଛନ୍ତି । ପରିସ୍ଥିତି ଏପରି ବି ହୋଇଛି କି କିଛି ଲୋକେ ଟିକେଟ୍ ପାଇନାହାନ୍ତି ତଥାପି ସିନେମା ଦେଖିବାକୁ ହଲ୍ ସମ୍ମୁଖରେ ଅପେକ୍ଷା କରି ରହିଛନ୍ତି ।