Advertisment

କ୍ୟାଟ୍ରିନାଙ୍କ ଜୀବନ କାହାଣୀ; ପିଲାଟି ଦିନରୁ ଛାଡିଦେଇଥିଲେ ବାପା

କ୍ୟାଟ୍ରିନା କୈଫ୍‌ଙ୍କ ପିଲାଦିନ ଥିଲା ବହୁ ଦୁଃଖମୟ। ସେ ଛୋଟ ଥିଲା ବେଳେ ତାଙ୍କ ବାପା-ମା’ଙ୍କର ହୋଇଥିଲା ବିଛେଦ। ତେବେ ଏହା ପରେ କ’ଣ ହୋଇଥିଲା, କିପରି ହୋଇଥିଲା ତାଙ୍କ ଜୀବନ ଯାପନ ଆସନ୍ତୁ ସେ ବିଷୟରେ ଜାଣିନେବା।

Katrina Kaif family life

Katrina Kaif family life

Advertisment

ମୁମ୍ବାଇ : କ୍ୟାଟ୍ରିନା କୈଫ ଓ ଭିକି କୌଶଲଙ୍କ ଆଜି ବାହାଘର। ଏହି ବିବାହରେ କ୍ୟାଟ୍ରିନା ଓ ଭିକିଙ୍କର ପରିବାର ସମେତ ସେମାନଙ୍କ ସାଙ୍ଗସାଥୀ ଓ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡିତ ଲୋକେ ସାମିଲ ଅଛନ୍ତି। ଭିକି ଓ କ୍ୟାଟ୍ରିନାଙ୍କ ଏହି ଲୁଚାଛପା ବିବାହକୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ଜୋର ଧରିଥିବା ବେଳେ ଶେଷରେ ସେମାନେ ବିବାହ ବନ୍ଧନରେ ବାନ୍ଧିହେବା ନିଶ୍ଚିତ ହୋଇଛି।

Advertisment

ଆପଣମାନେ କ’ଣ ଜାଣିଛନ୍ତି, କ୍ୟାଟ୍ରିନାଙ୍କ ପରିବାର ବିଷୟରେ? କ୍ୟାଟ୍ରିନା କୈଫଙ୍କ ୭ ଭାଇ ଭଉଣୀ ଥିବା ବେଳେ ବହୁ ପୂର୍ବରୁ ତାଙ୍କ ବାପା ମା’ଙ୍କର ଛାଡପତ୍ର ହୋଇଛି। ତେବେ ଆସନ୍ତୁ କ୍ୟାଟ୍ରିନାଙ୍କ ପରିବାରକୁ ନେଇ କିଛି କଥା ଜାଣିନେବା।

କ୍ୟାଟ୍ରିନା କୈଫ୍‌ଙ୍କ ଜନ୍ମ ହଂକଂରେ ହୋଇଥିବା ବେଳେ ସେ ମୂଳ ଭାରତୀୟ ବ୍ରିଟିଶ ଅଭିନେତ୍ରୀ। କାଟ୍ରୀନାଙ୍କ ପିଲାଦିନ ଟର୍କୋଟରେ କଟିଥିଲା। କ୍ୟାଟ୍ରିନାଙ୍କ ଯୁବତୀ ଅବସ୍ଥା ଅନେକ ଦେଶରେ କଟିଛି। ଶେଷରେ ସେ ଲଣ୍ଡନରେ ରହିଥିଲେ। ତାଙ୍କ ବାପା ଜଣେ କାଶ୍ମୀରି ଅଧିବାସୀ ହୋଇଥିବା ବେଳେ ତାଙ୍କ ନାମ ମୋହମ୍ମଦ କୈଫ୍‌। ସେହିପରି ତାଙ୍କ ମା’ ମୂଳ ରୂପରେ ଜଣେ ବ୍ରିଟିଶ ହୋଇଥିବା ବେଳେ ତାଙ୍କ ନାଁ ସୁଜୈନ ଟର୍କୋଟ।

Advertisment

ଅଧିକାଂଶ ସମୟ ଦେଖାଯାଏ ଯେ କ୍ୟାଟ୍ରିନା କୈଫ ମିଡିଆ ସାମ୍ନାରେ ତାଙ୍କ ମା’ଙ୍କ ନାମକୁ ନିଅନ୍ତି ଓ ତାଙ୍କୁ ଖୁବ ସମ୍ମାନ ମଧ୍ୟ କରନ୍ତି। ସୁନୈନ ଟର୍କୋଟ୍ ଜଣେ ଓକିଲ୍ ହୋଇଥିବା ବେଳେ ଜଣେ ସକ୍ରିୟ ସମାଜସେବୀ ମଧ୍ୟ। ଏକ ସାକ୍ଷାତକାରରେ କ୍ୟାଟ୍ରିନା କହିଥିଲେ ଯେ ତାଙ୍କର ଓ ତାଙ୍କ ସମସ୍ତ ଭାଇ ଭଉଣୀଙ୍କ ଲାଳନପାଳନ ନେଇ ତାଙ୍କ ବାପାଙ୍କର କୌଣସି ଅବଦାନ ନାହିଁ। ସେ କହିଥିଲେ ଯେ ତାଙ୍କାର ଲାଳନପାଳନ ନେଇ ଓ ତାଙ୍କୁ ସଫଳତାରେ ଶୀର୍ଷରେ ପହଞ୍ଚାଇବା ନେଇ ତାଙ୍କ ମା’ଙ୍କର ହିଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।

Katrina Kaif family lifeଭାଇ ଭଉଣୀଙ୍କ ସହ କ୍ୟାଟ୍ରିନା କୈଫ୍

କ୍ୟାଟ୍ରିନା କୈଫ ଯେତେବେଳେ ଖୁବ ଛୋଟ ଥିଲେ ସେତେବେଳେ ତାଙ୍କ ବାପା-ମା’ଙ୍କର ବିବାହ ବିଚ୍ଛେଦ ହୋଇଥିଲା। ଏହା ପରେ ତାଙ୍କ ବାପା ମୋହମ୍ମଦ କୈଫ୍ ଆମେରିକା ଚାଲିଗଲେ। ସେବେଠାରୁ କ୍ୟାଟ୍ରିନାଙ୍କ ତାଙ୍କ ବାପାଙ୍କ ସହ ଭେଟ ହୋଇନି ଆଉ ସେବେଠାରୁ ହିଁ ତାଙ୍କ ପାଳନ ପୋଷଣ ତାଙ୍କ ମା’ ହିଁ କରୁଛନ୍ତି। କ୍ୟାଟ୍ରିନାଙ୍କର ୬ ଭଉଣୀ ଓ ଜଣେ ଭାଇ ଥିବା ବେଳେ ତାଙ୍କ ପରିବାର ଖୁବ ବଡ। କ୍ୟାଟ୍ରିନାଙ୍କ ଉପରେ ତିନି ଜଣ ଭରଣୀ ଥିବା ବେଳେ ତାଙ୍କ ତଳେ ଦୁଇ ଭଉଣୀ ଅଛନ୍ତି। ଭାଇ ମଧ୍ୟ ତାଙ୍କ ଠାରୁ ବଡ।

Advertisment

କ୍ୟାଟ୍ରିନା କୈଫ୍‌ଙ୍କ ସବୁଠାରୁ ବଡ ଭଉଣୀ ହେଉଛନ୍ତି ଷ୍ଟେଫନୀ ଟର୍କୋଟ୍। ସାଧାରଣ ଲୋକଙ୍କ ମଧ୍ୟରେ ସେ ବେଶ ଜଣାଶୁଣା। କ୍ୟାଟ୍ରିନାଙ୍କ ପରିବାରର ଦ୍ୱିତୀୟ ସନ୍ତାନ ହେଉଛନ୍ତି ତାଙ୍କ ବଡ ଭାଇ ସେବେଷ୍ଟିୟନ ଟର୍କୋଟ୍। ସେ ଜଣେ ପର୍ଣ୍ଣିଚର ଡିଜାଇନର୍ ଏବଂ ଆଡ୍‌ଭେଞ୍ଚର ପ୍ରେମୀ। କ୍ୟାଟ୍ରିନାଙ୍କ ତୃତୀୟ ଭଉଣୀ ହେଉଛନ୍ତି କ୍ରିଷ୍ଟିନି ଟର୍କୋଟ୍। ସେ ବିବାହିତ ହୋଇଥିବା ବେଳେ ଜଣେ ଗୃହୁଣୀ ଭାବେ ଜୀବନ ଯାପନ କରୁଛନ୍ତି। ତାଙ୍କର ଚତୁର୍ଥ ନମ୍ବର ଭଉଣୀ ନତାଶା ଟର୍କୋଟ୍ ହୋଇଥିବା ବେଳେ ପାଞ୍ଚ ନମ୍ବର ଭଉଣୀ ହେଉଛନ୍ତି ଜଣେ ଜ୍ୱେଲରୀ ଡିଜାଇନର୍‌।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ