Advertisment

କରୀନାଙ୍କ ଟି-ସାର୍ଟର ଦାମ ୪୦ ହଜାର ଟଙ୍କା

ଆପଣ ପିନ୍ଧିବା ତ ଦୂରର କଥା କେବେ ଦେଖିଛନ୍ତି କି ୪୦ ହଜାର ଟଙ୍କିଆ ଟି-ସାର୍ଟ। ଏଠି ଦେଖନ୍ତି ୪୦ ହଜାର ଟଙ୍କିଆ ଟି-ସାର୍ଟ, ଯାହାକୁ କରୀନା କପୁର ପିନ୍ଧନ୍ତି।

Kareena Kapoor khan spotted in Gucci t-shirt of cost 40k

Kareena Kapoor khan spotted in Gucci t-shirt of cost 40k

Advertisment

କରୀନା କପୁର ପ୍ରାୟ ସମୟରେ ନିର ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ନିଜେ ଫଟୋ ଉଠେଇ ପୋଷ୍ଟ୍ କରନ୍ତି ତ ପୁଣି କେତେବେଳେ ଫଟୋଗ୍ରାଫରଙ୍କ ଦ୍ୱାରା ଫଟୋ ବା ଭିଡିଓ କରାଯାଇଥାଏ। ଏଥର ମଧ୍ୟ ସେମିତି କିଛି ହୋଇଛି, ଯାହା ଫଳରେ କରୀନାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। କିନ୍ତୁ ଏଠାରେ କରୀନା ଚର୍ଚ୍ଚାକୁ ଆସି ନାହାନ୍ତି। ଏଥିରେ କରୀନାଙ୍କ ଲୁକ୍ ସହିତ ତାଙ୍କ ଆଉଟ୍‌ଫିଟ୍‌କୁ ନେଇ ଚର୍ଚ୍ଚା ହେଉଛି। ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ କରୀନାଙ୍କ ଟି-ସାର୍ଟର ମୂଲ୍ୟ ୪୦ ହଜାର ଟଙ୍କା। ଏ କଥା ଯିଏ ଶୁଣୁଛି ସିଏ ଚମକି ଉଠୁଛି।

Advertisment

କରୀନାଙ୍କ ଏହି ଭିଡିଓ ଇନ୍‌ଷ୍ଟାଣ୍ଟ୍‌ ବଲିଉଡର ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରୁ ଭାଇରାଲ ହେଉଛି। ଏଥିରେ କରୀନା ଏକ ବିଲ୍‌ଡିଂରୁ ବାହାରକୁ ଆସୁଥିବା ଦେଖାଯାଉଛି। ଏହି ସମୟରେ ସେ ଏକ ଟି-ସାର୍ଟ ଏବଂ ନୀଳ ରଙ୍ଗର ଲୁଜ୍ ପ୍ୟାଣ୍ଟ୍‌ ସହିତ ଚପଲ ପିନ୍ଧି ନିଜ ଷ୍ଟାଇଲ୍ କରିଛନ୍ତି। ଅଭିନେତ୍ରୀଙ୍କ ଏହି ଟି-ସାର୍ଟଟି ଅତ୍ୟଧିକ ଓସାରିଆ ଦେଖାଯାଉଛି। ଏଥିରେ ସେ ସେମିତି ଖାସ୍ ଦେଖାଯାଉ ନଥିଲେ ବି ତାଙ୍କର ଏହି ଟି-ସାର୍ଟଟି ୪୦ହଜାର ଟଙ୍କାର। କରୀନାଙ୍କ ଏହି ଭିଡିଓ ଉପରେ ଅନେକ ଲୋକ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଇଛନ୍ତି।

ଅଭିନେତ୍ରୀଙ୍କ ଏହି ଲୁକ୍ ଉପରେ କିଛି ଲୋକ ନିଜର ଭଲ ପାଇବା ମଧ୍ୟ ଦେଇଛନ୍ତି। ଅନ୍ୟପଟେ ଅନେକ ଲୋକ ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି, 'ବଡ ଲୋକ ବଡ କଥା !!!'। ଅନ୍ୟ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି, '୧୫୦ ଟଙ୍କା ଦେବେ'। ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି, 'ଯଦିବି କେହି ମୋତେ ମାଗଣାରେ ଏପରି ଟି-ସାର୍ଟ ଦିଅନ୍ତି, ତଥାପି ମୁଁ ଏହାକୁ ପିନ୍ଧିବି ନାହିଁ'। ଆୟ ଜଣେ ତ ଟ୍ରୋଲ୍ କରି କହିଛନ୍ତି, ‘ଆମର ଏଠି ୨୦୦ ଟଙ୍କାରେ ବି ଏହାଠାରୁ ଆହୁରି ଭଲ ଟି-ସାର୍ଟ ମିଳୁଛି।’

Advertisment

ଏହା ସହିତ ଅଭିନେତ୍ରୀ ମଧ୍ୟ ତାଙ୍କ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଗାମୀ ଦିନରେ କରୀନାଙ୍କ ହାତରେ ଅନେକ ଚଳଚ୍ଚିତ୍ର ଅଛି। ଏଥିରେ 'ଲାଲ ସିଂ ଚଡ୍ଡା', 'ଭିରେ ଦି ୱେଡିଂ ୨', 'ତଖ୍‌ତ' ଭଳି ସିନେମା ରହିଛି। ଅଭିନେତ୍ରୀଙ୍କ ଏହି ଚଳଚ୍ଚିତ୍ରକୁ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସେମାନେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ଉତ୍ସାହ ପ୍ରକାଶ କରୁଥିବା ଦେଖାଯାଏ। ଆଗକୁ ଦେଖିବାକୁ ପଡ଼ିବ ଯେ କରୀନାଙ୍କର ଏହି ଚଳଚ୍ଚିତ୍ରଗୁଡ଼ିକ ପରଦାରେ କମାଲ କରୁଛି କି ନାହିଁ।

Kareena Kapoor Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ