Advertisment

କଙ୍ଗନା ରାଣାୱତଙ୍କ ଜେଲ୍‌ରେ ରହିବେ ୧୬ ସେଲିବ୍ରିଟି

ନୂଆ ରୂପରେ ଆସୁଛନ୍ତି କଙ୍ଗନା ରାଣାୱତ। ତାଙ୍କ ମୁହଁରୁ ଶୁଣାଯିବ ଦମଦାର ଡାଏଲଗ୍‌। ଶୋ’ର ଟିଜର ରିଲିଜ୍ ହୋଇଥିବା ବେଳେ, ଏଥିରୁ ସ୍ପଷ୍ଟ ହେଉଛି ଯେ ଶୋ’ ହିଟ୍ ହେବ।

Kangana Ranaut says my jail my rules

Kangana Ranaut says my jail my rules

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍ ଖୁବ୍ ଶୀଘ୍ର ଡିଜିଟାଲ୍ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି। ସେ 'ଲକ୍ ଅପ୍' ନାମକ ଏକ ରିଆଲିଟି ଶୋ ସହିତ ଆସିବେ। ଏହି ଶୋ’କୁ ସେ ନିଜେ ହୋଷ୍ଟ୍ କରୁଥିବା ଦେଖିବାକୁ ମିଳିବେ। ନିକଟରେ ନିର୍ମାତା ଶୋ’ର ପୋଷ୍ଟର ରିଲିଜ୍ କରି କଙ୍ଗନାଙ୍କ ଧାକଡ୍ ରୂପ ଦେଖାଇଥିଲା। ଏବେ ଶୋ’ର ଟିଜର ରିଲିଜ୍ ହୋଇଛି।

Advertisment

ଏହା ଫେବୃଆରୀ ୨୭ରୁ ଓଟିଟି ପ୍ଲାଟ୍‌ଫର୍ମରେ ପ୍ରସାରିତ ହେବ। ତେବେ ଟିଜରରେ କଙ୍ଗନାଙ୍କ ନିଆରା ଷ୍ଟାଇଲ୍ ପୁଣି ଥରେ ସାମ୍ନାକୁ ଆସିଛି। ଏଥିରେ ଶୁଣାଯାଇଛି ତାଙ୍କର ଦମଦାର ଡାଏଲଗ୍‌। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହି ଜେଲ୍‌ ତାଙ୍କର ହେବ ଏବଂ ନିୟମ ମଧ୍ୟ ତାଙ୍କର ହେବ। ତେବେ ଶୋ’ର ଟ୍ରେଲର ଫେବୃଆରୀ ୧୬ରେ ମୁକ୍ତିଲାଭ କରିବ।

କଙ୍ଗନା ରାନାୱତଙ୍କ ଏହି ନୂଆ ଶୋ 'ଲକ୍ ଅପ୍'ର ଟିଜର ବିଭିନ୍ନ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍ ହୋଇଛି। କଙ୍ଗନା ମଧ୍ୟ ଏହାକୁ ନିଜ ଇନ୍‌ଷ୍ଟା ପେଜ୍‌ରେ ଶେୟାର କରିଛନ୍ତି। ଏହି ଟିଜରରେ ପଙ୍ଗା କ୍ୱିନ୍‌ଙ୍କ ଏହି ଜବରଦସ୍ତ ଡାଏଲଗ ପ୍ରମାଣ କରୁଛି ଯେ ଶୋ’ ହିଟ୍ ହେବ।

Advertisment

ଭିଡିଓରେ କଙ୍ଗନା ଏକ ଶିମରି ପୋଷାକରେ ନଜର ଆସିଛନ୍ତି। ସେ କୁହନ୍ତି ଯେ “ଏ ଦୁନିଆରେ ଦୁଇ ପ୍ରକାରର ଲୋକ ଅଛନ୍ତି, ଜଣେ ମୋତେ ପସନ୍ଦ କରନ୍ତି ଏବଂ ଅନ୍ୟ ପ୍ରକାର ହେଲେ ଗ୍ରେଡ୍ ଷ୍ଟ୍ରଗଲର୍ସ ଯେଉଁମାନେ ମୋ ସହ ଖରାପ କରି ଚର୍ଚ୍ଚାରେ ରୁହନ୍ତି। ସେମାନେ ମୋ ସ୍ୱରକୁ ଚପେଇ ଏଫ୍‌ଆଇଆର୍ ଦାଖଲ କରି ନେପୋଟିଜିମ୍ ଫର୍ମୁଲା ପ୍ରୟୋଗ କରିଛନ୍ତି। ମୋ ଜୀବନକୁ୨୪*୭ ରିଏଲିଟି ଶୋ କରି ରଖିଦେଇଛନ୍ତି। ଏବେ କିନ୍ତୁ ମୋ ପାଳି। ମୁ ନେଇଆସୁଛି ‘ଦ ବାପ୍ ଅଫ୍ ବିଗେଷ୍ଟ୍ ରିଏଲିଟି ଶୋ’ ମୋ ଜେଲେ ମୋ ରୁଲ୍। ମୋ ଜେଲ୍‌ରେ ରହିବେ ୧୬ ଜଣ ବିବାଦୀୟ ସେଲିବ୍ରିଟି। ସେମାନଙ୍କ ସହ ତାହା ହେବ ଯାହା ମୁଁ ଚାହିଁବି।”

ଭିଡିଓ ଶେୟାର କରି କଙ୍ଗନା କ୍ୟାପସନରେ ଲେଖିଛନ୍ତି, ମୋ ଜେଲ୍‌ ଏହିପରି, ଚଳିବ ନାହିଁ ଭାଇଗିରି କି ବାପାର ଟଙ୍କା। ଫେବୃଆରୀ ୨୭ରୁ ଷ୍ଟ୍ରିମିଂ ପାଇଁ ଅପେକ୍ଷା କରନ୍ତୁ। ଫେବୃଆରୀ ୧୬ରେ ଏହାର ଟ୍ରେଲର ରିଲିଜ୍ ହେବ।

Advertisment

ପ୍ରକାଶଥାଉ ‘ଲକ୍ ଅପ୍’ ଏକ ସେଲିବ୍ରିଟି-ଆଧାରିତ ରିଆଲିଟି ଶୋ ହେବ, ଯେଉଁଥିରେ ୧୬ ପ୍ରତିଯୋଗୀ ପ୍ରାୟ ୭୨ ଦିନ ପାଇଁ ଦୁଇଟି ଜେଲ୍‌ରେ ରହିବେ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ