Advertisment

Viral Video: ଅଭିନେତ୍ରୀ କାଜୋଲଙ୍କ ସହ ଅଘଟଣ; ଦୁର୍ଗା ପୂଜା ମଞ୍ଚରୁ ଗଳିପଡିଲେ

ଅଭିନେତ୍ରୀ କାଜୋଲଙ୍କ ସହ ଘଟିଲା ଏମିତି ଅଘଟଣ। ଦୁର୍ଗା ପୂଜା ସମୟରେ କାଜୋଲଙ୍କ ସହ ଏମିତି କିଛି ଘଟିଛି, ଯାହାର ଭିଡିଓ ଏବେ ଭାଇରାଲ ହେଉଛି। ଦେଖନ୍ତୁ….

ଅଦ୍ୟତନ ହୋଇଛି
Kajol almost falls off durga puja pandal

Kajol almost falls off durga puja pandal

Advertisment

ପ୍ରତିବର୍ଷ ପରି ବଲିଉଡ ଅଭିନେତ୍ରୀ କାଜୋଲ ଏଥର ମଧ୍ୟ ଦୁର୍ଗା ପୂଜାରେ ନଜର ଆସିଥିଲେ। କାଜୋଲ ଏହି ସୁନ୍ଦର ପର୍ବକୁ ପ୍ରତିବର୍ଷ ନିଜ ସାଙ୍ଗ ଏବଂ ପରିବାର ସହିତ ଖୁବ ଧୂମଧାମରେ ପାଳନ କରନ୍ତି। ଚଳିତ ବର୍ଷ ମଧ୍ୟ ଏହିପରି କିଛି ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ କାଜୋଲଙ୍କ ପାରମ୍ପରିକ ଲୁକ ଖୁବ ଦେଖିଲା ଭଳି। କିନ୍ତୁ ଦୁର୍ଗା ପୂଜା ସମୟରେ କାଜୋଲଙ୍କ ସହ ଏମିତି କିଛି ଘଟିଛି, ଯାହାର ଭିଡିଓ ଏବେ ଭାଇରାଲ ହେଉଛି।

Advertisment

କାଜୋଲ ଦୁର୍ଗା ପୂଜାରେ ମଞ୍ଚ ଉପରେ ଥିଲେ ଏବଂ ତାଙ୍କର ସମସ୍ତ ଧ୍ୟାନ ତାଙ୍କ ଫୋନରେ ଥିଲା। ଏହି ସମୟରେ ସେ ଫୋନକୁ ଦେଖି ଦେଖି ଚାଲିବାରୁ ମଞ୍ଚର ହଠାତ୍ ତଳେ ପଡିଗଲେ। ଭାଗ୍ୟବଶତଃ କାଜୋଲ ଝୁଣ୍ଟି ପଡ଼ିବା ମାତ୍ରେ ତଳେ ଠିଆ ହୋଇଥିବା ଲୋକମାନେ ତାଙ୍କୁ ଧରି ନେଇଥିଲେ ଫଳରେ ସେ ଅଳ୍ପକେ ବଞ୍ଚିଗଲେ। ଏହି ଘଟଣା ଯୋଗୁଁ କାଜୋଲଙ୍କ ଗୋଡରେ ଖୁବ ଆଘାତ ଲାଗିଛି। ଏହି ସମୟରେ ତାଙ୍କ ହାତକୁ ଫୋନ୍ ମଧ୍ୟ ଖସି ପଡିଥିଲା। ତାଙ୍କ ପୁଅ ୟୁଗ୍‌ ମଧ୍ୟ ଏହି ସମୟରେ ତାଙ୍କର ଯତ୍ନ ନେଉଥିବା ନଜର ଆସନ୍ତି।

Advertisment

ଦୁର୍ଗା ପୂଜା ଅବସରରେ ବଲିଉଡ ଅଭିନେତ୍ରୀ କାଜୋଲ ଦେବୀଙ୍କ ଆଶୀର୍ବାଦ ପାଇଁ ଜୁହୁର ଉତ୍ତର ବମ୍ବେ ସାର୍ବଜନୀନ ଦୁର୍ଗା ପୂଜା ମଞ୍ଚରେ ପହଞ୍ଚିଥିଲେ। ଏହି ସମୟରେ, କାଜୋଲ ଗୋଲାପୀ ରଙ୍ଗର ଶାଢିରେ ଖୁବ ସୁନ୍ଦର ଦେଖାଯାଉଥିଲେ। ପ୍ରତିବର୍ଷ ଅଭିନେତ୍ରୀ ଏହି ପୂଜା ଉତ୍ସବରେ ଅଂଶଗ୍ରହଣ କରନ୍ତି। ଏହା ପଶ୍ଚିମ ଉପାନ୍ତ ଅଞ୍ଚଳର ସବୁଠାରୁ ବଡ ପୂଜା। ଏହାକୁ ଆୟାନ ମୁଖାର୍ଜୀଙ୍କ ବାପା ତଥା କାଜୋଲଙ୍କ ମାମୁଁ ଦେବ ମୁଖାର୍ଜୀଙ୍କ ଦ୍ୱାରା ଆୟୋଜିତ କରାଯାଏ।

Advertisment


 
 
 
 
 
 
 
 
 
 
 
 
 
 

A post shared by Instant Bollywood (@instantbollywood)

Kajol Devgan Viral Video Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ