Advertisment

ମା’ ହେବେ କାଜଲ; ଖୁସି କହିଲେ ନ ସରେ

ମା ହେବାକୁ ଯାଉଛନ୍ତି କାଜଲ୍। ଏହି ଖୁସିରେ ସେ ଇନ୍‌ଷ୍ଟାଗ୍ରାମ୍‌ରେ ବେବି ବମ୍ପ୍ ସହିତ ଫଟୋ ଶେୟାର କରୁଛନ୍ତି।

ଅଦ୍ୟତନ ହୋଇଛି
Kajal Aggarwal is looking very beautiful in pregnancy

Kajal Aggarwal is looking very beautiful in pregnancy

Advertisment

ମୁମ୍ବାଇ: ସେ ସାଉଥ୍ ଫିଲ୍ମ୍ ହେଉ କି ହିନ୍ଦୀ କାଜଲ ଅଗ୍ରୱାଲ୍ ସବୁଥିରେ ତାଙ୍କର କଲୱା ଦେଖେଇଛନ୍ତି। ଏବେ ଏହି ଅଭିନେତ୍ରୀ ମା ହେବାକୁ ଯାଉଛନ୍ତି। ଏହି ଖୁସିରେ ସେ ଇନଷ୍ଟାଗ୍ରାମ୍‌ରେ ବେବି ବମ୍ପ୍ ସହିତ ଫଟୋ ଶେୟାର କରୁଛନ୍ତି। ଗ୍ଲାମରସ୍ ଫଟୋ ସହିତ, ସେ ଗର୍ଭାବସ୍ଥାରେ ବ୍ୟାୟାମ କରିବା ସମୟରେ ଇନ୍‌ଷ୍ଟାରେ ଫଟୋ ଶେୟାର୍ କରୁଛନ୍ତି। ନିକଟରେ ସେ ଏକ ଧଳା ରଙ୍ଗର ସାର୍ଟରେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ଖୁବ ଆକର୍ଷଣୀୟ ଲାଗୁଛନ୍ତି।

Advertisment

ଗରମ ଦିନ ଚାଲିଥିବାରୁ ସେ ପିନ୍ଦିଥିବା ଏହି ସାର୍ଟ ଉପଯୁକ୍ତ ହୋଇଥିବା ବେଳେ ଏହା ତାଙ୍କୁ ଖୁବ ମାନୁଛି ଓ ସେ ଷ୍ଟାଇଲିସ୍ ବି ଦେଖାଯାଉଛନ୍ତି। ଅଫ୍ ହ୍ୱାଇଟ୍ ସାର୍ଟ ଉପରେ ବ୍ଲୁ ପ୍ରିଣ୍ଟ୍ ଖୁବ୍ ସୁନ୍ଦର ଲାଗୁଛି। ଏହା ସହିତ ସେ ସୁନାର ଷ୍ଟେଟ୍‌ମେଣ୍ଟ କାନଫୁଲ ରିଙ୍ଗ ପିନ୍ଧିଛନ୍ତି। ଏହି ଫଟୋ ପୋଷ୍ଟ କରି ସେ 'ମଣ୍ଡେ ମର୍ଣ୍ଣି ମୁଡ୍' ହ୍ୟାସ୍‌ଟ୍ୟାଗ୍ ସେୟାର କରିଛନ୍ତି |

ଅଭିନେତ୍ରୀ ଲାଲ୍ ଲିପ୍‌ଷ୍ଟିକ୍ ସହିତ ଗାଲରେ ବ୍ଲସ୍‌ ବ୍ୟବହାର କରିଛନ୍ତି। ଏହା ସହିତ ସେ ଆଇବ୍ରୋକୁ ଡାର୍କ କରି ନିଜ ଲୁକ୍ସକୁ କମ୍ପ୍ଲିଟ୍ କରିଛନ୍ତି। କାଜଲ କମଳା ରଙ୍ଗର ହିଲ୍ ସହିତ ଏହି ଆଉଟଫିଟ୍ ମଧ୍ୟ ପିନ୍ଧିଛନ୍ତି। କ୍ୟାମେରା ସାସ୍ନାରେ ପୋଜ୍ ଦେଇ କାଜଲ ତାଙ୍କ ବେବି ବମ୍ପ ଏବଂ ପ୍ରେଗ୍ନେସୀ ଗ୍ଲୋକୁ ଦେଖେଇଥିବା ନଜର ଆସନ୍ତି।

Advertisment

କାଜଲ ପ୍ରତିଦିନ ତାଙ୍କର ପ୍ରେଗ୍ନେସୀକୁ ନେଇ କିଛି ନା କିଛି ଫଟୋ ଶେୟାର୍ କରନ୍ତି ଏବଂ ପ୍ରତ୍ୟେକ ଫଟୋରେ ସେ ଖୁବ ସୁନ୍ଦର ଦେଖାଯାଆନ୍ତି। ପୂର୍ବରୁ ମଧ୍ୟ ସେ ଏଭଳି ଏକ ଫଟୋ ଶେୟାର କରିଥିଲେ ଯାହାକୁ ପ୍ରଶଂସକମାନେ ଖୁବ ପସନ୍ଦ କରିଥିଲେ। ଏଥିରେ କଳା ମ୍ୟାକ୍ସି ଡ୍ରେସ୍‌ ପିନ୍ଧି ଏହି ଅଭିନେତ୍ରୀ ନିଜ ବେବି ପମ୍ପ୍‌କୁ ଦେଖେଇବା ସହ କ୍ୟାପସନ୍ ଦେଇଥିଲେ ଯେ 'Anticipation'।

Advertisment

କାମର କଥା ଆଲୋଚନା କଲେ କାଜଲ ଅଗ୍ରୱାଲ ଶିବ କୋରତାଲାଙ୍କ ‘ଆଚାର୍ଯ୍ୟ’ରେ ଅଭିନେତା ଚିରଞ୍ଜୀବୀ, ରାମ ଚରଣ, ପୂଜା ହେଗ୍‌ଡେଙ୍କ ସହ ନଜର ଆସିବେ। ଏହି ଫିଲ୍ମଟି ମାର୍ଚ୍ଚ ୨୯ରେ ମୁକ୍ତିଲାଭ କରିବ। ଏହା ବ୍ୟତୀତ ତାଙ୍କ ହାତରେ ନାଗାର୍ଜୁନଙ୍କ ସହ ‘ଘୋଷ୍ଟ’ ନାମକ ଏକ ଫିଲ୍ମ ମଧ୍ୟ ଅଛି।

Bollywood Kajal Aggarwal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ