Advertisment

ସିନେମା ହଲ୍‌ରେ ଜମିବ କ୍ରିକେଟ୍‌ : ଲଢିବ ‘୮୩’ ଓ ‘ଜର୍ସି’

ରିଲିଜ୍ ହେବାକୁ ଯାଉଛି ଦୁଇ କ୍ରିକେଟ୍ ଧର୍ମୀ ଫିଲ୍ମ। ଏଇ ଡିସେମ୍ବରରେ ପରଦାରେ ଲଢିବ ‘୮୩’ ଓ ‘ଜର୍ସି’। ଏହାକୁ ନେଇ ଦର୍ଶକଙ୍କ ଉତ୍ସାହ ବଢିଯାଇଛି।

ଅଦ୍ୟତନ ହୋଇଛି
Jersey and 83 film rule box office

Jersey and 83 film rule box office

Advertisment

(ପ୍ରସନ୍‌ଜିତ ରାୟ) : କ୍ରିକେଟ୍‌...କ୍ୟାରିୟର...କାହାଣୀ। ହିନ୍ଦୀ ଫିଲ୍ମରେ କ୍ରିକେଟ୍‌କୁ ନେଇ ଆସିବାକୁ ଯାଉଛି ଦୁଇଟି ବହୁ ପ୍ରତିକ୍ଷିତ ଫିଲ୍ମ। ଗୋଟିଏ ‘୮୩’ ଅନ୍ୟଟି ଜର୍ସି। ୧୯୮୩ ବିଶ୍ୱକପ୍‌ ବିଜେତା ଇଣ୍ଡିଆ ଟିମ୍‌ର ସଂଘର୍ଷକୁ ନେଇ ‘୮୩’ ଫିଲ୍ମ ନିର୍ମାଣ ହୋଇଛି। ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ବିଶାଳ ବିଜୟ ହାସଲ କରିଥିଲା । ଏହି ଚର୍ଚ୍ଚିତ ରୋମାଞ୍ଚକର ଓ ପ୍ରତିଟି ଭାରତୀୟଙ୍କୁ ଗର୍ବିତ କରିଥିବା ଘଟଣାକୁ ନେଇ ନିର୍ମାଣ ହୋଇଛି ହିନ୍ଦୀ ଫିଲ୍ମ ‘୮୩’।

Advertisment

ଟ୍ରେଲର ରିଲିଜ୍‌ ହେବା ପରେ ୨୫ ଜୁନ୍‌ ୧୯୮୩ର ସେହି ଅଭୁଲା ସ୍ମୃତି ଆଖି ସାମ୍ନାକୁ ଚାଲିଆସିଛି। ସେଦିନର ଗୋଟି ଗୋଟି ଘଟଣା, ସତେ ଯେମିତି ପରଦାରେ ଉତାରିଛନ୍ତି ନିର୍ଦ୍ଦେଶକ କବୀର ଖାନ୍‌। ରଣବୀର ସିଂହ କପିଲ ଦେବଙ୍କ ଭୂମିକାରେ ନଜର ଆସିବେ। ରଣବୀରଙ୍କ ଲୁକ୍‌ ବି ଅବିକଳ କପିଲ ଦେବଙ୍କ ଭଳି ହୋଇଛି, ଯାହା ଫିଲ୍ମର ବଡ଼ ୟୁଏସ୍‌ପି। ପଦ୍ମାବତର ଭିଲେନ୍‌, ବାଜିରାଓ ମସ୍ତାନୀର ଯୋଦ୍ଧା ଆଉ ଏବେ କ୍ରିକେଟର। ରଣବୀର ନିଜକୁ ଭିନ୍ନ ଭିନ୍ନ ସେଡ୍‌ସରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ।

ସିନେମାରେ ରଣବୀରଙ୍କ ରିୟଲ୍‌ ଲାଇଫ୍‌ ପତ୍ନୀ ଦୀପିକା ପାଦୁକୋଣ ରୋମୀ ଦେବୀଙ୍କ ଚରିତ୍ରରେ ନଜର ଆସିବେ। ସେହିପରି ସୁନୀଲ ଗାଭାସ୍କରଙ୍କ ଭୂମିକାରେ ତାହିର ଭାସିନ୍‌, ମଦନ ଲାଲ୍‌ଙ୍କ ଭୂମିକାରେ ହାଡ୍ରି ସାନ୍ଧୁ, ପିଆର୍‌ ମାନ ସିଂହଙ୍କ ଭୂମିକାରେ ଦିଶିବେ ପଙ୍କଜ ସିଂହ। ସେହିଭଳି ସନ୍ଦୀପ ପାଟିଲଙ୍କ ଭୂମିକାରେ ତାଙ୍କ ପୁଅ ଚିରାଗ ଅଭିନୟ କରିଛନ୍ତି।

Advertisment

ସେହିପରି ସାହିଦ୍‌ କପୁରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଜର୍ସି’ ବି ଚଳିତ ମାସରେ ରିଲିଜ୍‌ ହେଉଛି। ଜଣେ ରଣଜୀ ଖେଳାଳିଙ୍କ କାହାଣୀ ଉପରେ ଫିଲ୍ମ ଆଧାରିତ। ପ୍ରତିଭାବାନ ଖେଳାଳିର ଜୀବନରେ ଏପରି କିଛି ଘଟଣା ଘଟେ ଯାହା ତାଙ୍କୁ କ୍ରିକେଟ୍‌ ଛାଡ଼ିବାକୁ ବାଧ୍ୟ କରେ। ଫ୍ୟାମିଲ୍‌ ଲାଇଫ୍‌କୁ ସମ୍ଭାଳିବା ପାଇଁ ପ୍ରତିଟି ମୂହୁର୍ତ୍ତରେ ସଂଘର୍ଷ କରିବାକୁ ପଡ଼େ। ତେବେ ପୁଅର ନିବେଦନ ଓ ବାପା ନିଜ ସମ୍ମାନକୁ ରଖିବାକୁ ପୁଣି କ୍ରିକେଟ୍‌ ପଡିଆକୁ ଫେରନ୍ତି।

ତେଲୁଗୁର ମୂଳ ଫିଲ୍ମର ରିମେକ୍‌ ହେଉଛି ‘ଜର୍ସି’ । ନେଚୁରାଲ୍‌ ଷ୍ଟାର୍‌ ନାନିଙ୍କ ଅବିକଳ ଲୁକ୍‌ ଓ ଷ୍ଟାଇଲ୍‌କୁ ଏଥିରେ କପି କରାଯାଇଛି। ହେଲେ ସାହିଦ୍‌ଙ୍କ ବିନ୍ଦାସ୍‌ ଆଟିଟ୍ୟୁଟ୍‌, ଷ୍ଟାଇଲିସ୍‌ ଡାଇଲଗ୍‌ ଡେଲିଭରି ଫିଲ୍ମର ପ୍ଲସ୍‌ ପଏଣ୍ଟ ହେବ। ଜର୍ସିର ଏହି ସ୍ପୋର୍ଟ୍ସ ଡ୍ରାମାକୁ ସାଉଥ୍‌ରେ ଅଡିଏନ୍ସଙ୍କ ଥମ୍ସ ଅପ୍‌ ମିଳିଥିଲା। ନିର୍ଦ୍ଦେଶକ ଗୌତମ ଏହାକୁ ହିନ୍ଦୀରେ ରିମେକ୍‌ କରିବାକୁ ଭାବିଥିଲେ। ଆଉ କବିର ସିଂହ ପରେ ସାଉଥ୍‌ରେ ଲୋକପ୍ରିୟ ହୋଇଥିବା ସାହିଦ ବନି ଯାଇଥିଲେ ଜର୍ସି ପାଇଁ ପ୍ରଥମ ପସନ୍ଦ। ଫିଲ୍ମରେ ସାହିଦଙ୍କ ବିପକ୍ଷରେ ମୃଣାଳ ଠାକୁରଙ୍କୁ ଲିଡ୍‌ରେ ଦେଖିବାକୁ ମିଳିବ।

Advertisment

‘୮୩’ ଫିଲ୍ମରେ ଫାଇନାଲ୍‌ ମ୍ୟାଚ୍‌ରେ କପିଲ ଦେବଙ୍କ ଐତିହାସକ କ୍ୟାଚ୍‌, ଜିଓ୍ୱାବେ ମ୍ୟାଚ୍‌, ଡ୍ରେସିଂ ରୁମ୍‌ର ବିଭିନ୍ନ ଚର୍ଚ୍ଚିତ ଘଟଣା ଦେଖିବାକୁ ମିଳିବ। ଫିଲ୍ମର ଟ୍ରେଲରରେ ପ୍ରାୟ ସମସ୍ତ ଘଟଣାକୁ ସ୍ଥାନ ମିଳିଛି। ତେଣୁ ହଲ୍‌ରେ ଦର୍ଶକ କିପରି କାହାଣୀ ସହ ବାନ୍ଧି ରହୁଛନ୍ତି ତାହା ବଡ଼ ଚ୍ୟାଲେଞ୍ଜ ହେବ। କରୋନା କଟକଣା ଯୋଗୁଁ ପ୍ରାୟ ଦେଢ଼ ବର୍ଷ ପରେ ଅର୍ଥାତ ଆସନ୍ତା ୨୪ରେ ବଡ଼ ପରଦାରେ ରିଲିଜ୍‌ ହେଉଛି ‘୮୩’। ସେହିପରି ଏହାର ଠିକ ସପ୍ତାହେ ପରେ ୩୧ ତାରିଖରେ ‘ଜର୍ସି’ ରିଲିଜ୍‌ ହେବ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ