କାହିଁକି ସବୁବେଳେ ଧଳା ପିନ୍ଧିବାକୁ ପସନ୍ଦ କରୁଥିଲେ ଅଭିନେତା ଜିତେନ୍ଦ୍ର ?

ଜିତେନ୍ଦ୍ର କାହିଁକି ଧଳା ପିନ୍ଧିବା ପାଇଁ ପସନ୍ଦ କରୁଥିଲେ, କ’ଣ ଥିଲା କାରଣ ?

ନିଆରା ପୋଷାକ ପରିଧାନ ଶୈଳୀ ପାଇଁ ଚର୍ଚ୍ଚାରେ ଥିଲେ ଜିତେନ୍ଦ୍ର

ଆଜି ଜିତେନ୍ଦ୍ର ଓରଫ୍‌ ଜିତୁ ଦା’ଙ୍କ ଜନ୍ମଦିନ । ୮୦ ବର୍ଷରେ ପାଦ ଦେଇଛନ୍ତି ଭେଟେରାନ ଅଭିନେତା । ଜିତେନ୍ଦ୍ର ନିଜର ଅଭିନୟ ଏବଂ ଅଲଗା ଅନ୍ଦାଜ ପାଇଁ ବଲିଉଡରେ ଖୁବ ପରିଚିତ ଥିଲେ । ନିଜର ଅଭିନୟ ଓ ନୃତ୍ୟ ପାଇଁ ଲୋକମାନଙ୍କ ମନରେ ଅଲଗା ଏକ ପରିଚୟ ସୃଷ୍ଟି କରିପାରିଥିଲେ । ଦଶନ୍ଧି ଦଶନ୍ଧି ଧରି ଲୋକଙ୍କ ମନରେ ଘର କରିଥିବା ଜିତେନ୍ଦ୍ରଙ୍କ ଥିଲା ନିଆରା ପୋଷାକ ପରିଧାନ ଶୈଳୀ । ସବୁବେଳେ ହ୍ୱାଇଟ୍‌ ଫ୍ୟାସନ୍‌ ବା ଧଳା ପୋଷାକରେ ସେ ନଜର ଆସୁଥିଲେ । ରିଲରେ ହେଉ ରିୟଲ୍‌ରେ ସେ ଧଳା ପିନ୍ଧିବା ପାଇଁ ପସନ୍ଦ କରୁଥିଲେ । ଧଳା ସାର୍ଟ ସାଙ୍ଗକୁ ଧଳା ଟ୍ରାଉଜର ଏବଂ ପାଦରେ ରହୁଥିଲା ଧଳା ଜୋତା ।

୭ ଏପ୍ରିଲ ୧୯୪୨ମସିହାରେ ପଞ୍ଜାବର ଅମୃତସରେ ଜନ୍ମଗ୍ରହଣ କରିଥିଲେ ଜିତେନ୍ଦ୍ର । ସେ ୨୫୦ରୁ ଅଧିକ ସିନେମାରେ କାମ କରି ନିଜର ଜଲୱା ଦେଖାଇଛନ୍ତି । ୧୯୮୩ରେ ତିଆରି ହୋଇଥିବା ଚଳଚ୍ଚିତ୍ର ହିମତୱାଲାର ଏକ ଗୀତରେ ଜିତେନ୍ଦ୍ର ସମ୍ପୂର୍ଣ୍ଣ ଧଳା ଅର୍ଥାତ୍ ଧଳା ଟି-ସାର୍ଟ ଏବଂ ଧଳା ପ୍ୟାଣ୍ଟ, ଧଳା ଜୋତାରେ ରେ ନଜର ଆସିଥିଲେ । ଏହାପୂର୍ବରୁ ୧୯୭୦ରେ ହୋଇଥିବା ଚଳଚ୍ଚିତ୍ର ହମଜୋଲିରେ ମଧ୍ୟ ତାଙ୍କର ଧଳା ଅବତାର ଦେଖିବାକୁ ମିଳିଥିଲା ।

ତେବେ ତାଙ୍କର ସିଗ୍ନେଚର୍ ଷ୍ଟାଇଲ ସମ୍ପର୍କରେ ପଚରାଯିବାରୁ ସେ ଏକ ସାକ୍ଷାତକାରରେ କହିଥିଲେ, ଏହାର ଦୁଇଟି କାରଣ ରହିଛି । କଳା ରଙ୍ଗର ପତଳା ସମସ୍ତେ ପତଳା ଦେଖାଯାଆନ୍ତି । ମୁଁ ସବୁବେଳେ ଫିଟନେସକୁ ଗୁରୁତ୍ୱ ଦେଉଥିବାରୁ ମୁଁ ଭାବିଲି ମୁଁ ଯଦି ଧଳା ରଙ୍ଗରେ ପତଳା ଦେଖାଯାଏ, ତେବେ ଯାଇ ନିଜକୁ ଫିଟ୍‌ ଭାବିବି । ତେବେ ଧଳା ପୋଷାକରେ କଳା ଜୋତା ପିନ୍ଧିଲେ ଅଜବ ଦେଖାଯିବ ବୋଲି ସେ ଧଳା ଜୋତା ପିନ୍ଧୁଥିବା କଥା କହିଛନ୍ତି ।

ଜିତେନ୍ଦ୍ର ସର୍ବଦା ତାଙ୍କ ଫିଟନେସ୍‌ ପ୍ରତି ଅଧିକ ସଚେତନ ଥାଆନ୍ତି । ବର୍ତ୍ତମାନ ସୁଦ୍ଧା ବୃଦ୍ଧାବସ୍ଥାରେ ଯୁବକ ପରି ଦେଖାଯାଉଛନ୍ତି । ତାଙ୍କୁ ବାପା କିମ୍ବା ବୁଢ଼ା ରୋଲ କରିବାକୁ ଇଚ୍ଛା ନଥିଲା । ଏଥିପାଇଁ ଅମିତାଭ ବଚ୍ଚନ ଏବଂ ସ୍ୱର୍ଗତ ଋଷି କପୁରଙ୍କ ସମେତ ତାଙ୍କର କିଛି ସମସାମୟିକ ଅଭିନେତାଙ୍କ ପରି ଜିତେନ୍ଦ୍ର ୨୦୦ ମସିହା ପର ଠାରୁ ଆଉ ପରଦାରେ ନଜର ଆସିନାହାନ୍ତି ।