Advertisment

‘ବେଶରମ ରଙ୍ଗ’ ଗୀତରେ ଜାପାନୀ ଝିଅଙ୍କ ଦମଦାର ଡ୍ୟାନ୍ସ

ବଲିଉଡ ଗୀତ ସବୁବେଳେ ସାରା ବିଶ୍ୱରେ ରାଜ କରିଆସୁଛି। ଏହା ହେଉଛି ଲୋକଙ୍କ ପ୍ରଥମ ପସନ୍ଦ। ବଲିଉଡ୍ ଗୀତରେ ନାଚିବାକୁ କେହି ନିଜକୁ ଅଟକାଇ ପାରନ୍ତି ନାହିଁ। ଏବେ ଏହି ମୋହରେ ପଡିଛନ୍ତି ଜଣେ ଜାପାନୀ ଝିଅ। ସେ ‘ବେଶରମ ରଙ୍ଗ’ ଗୀତରେ ନାଚି ସମସ୍ତଙ୍କ ହୃଦୟରେ ରାଜ୍ କରୁଛନ୍ତି।

ଅଦ୍ୟତନ ହୋଇଛି
Japanese girl got addicted to bollywood

Japanese girl got addicted to bollywood

Advertisment

ବଲିଉଡ ଗୀତ ସବୁବେଳେ ସାରା ବିଶ୍ୱରେ ରାଜ କରିଆସୁଛି। ଏହା ହେଉଛି ଲୋକଙ୍କ ପ୍ରଥମ ପସନ୍ଦ। ବଲିଉଡ୍‌ ଗୀତରେ ନାଚିବାକୁ କେହି ନିଜକୁ ଅଟକାଇ ପାରନ୍ତି ନାହିଁ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସମସ୍ତେ ହିନ୍ଦୀ ଗୀତରେ ନାଚିବାକୁ ଆଗ୍ରହୀ।

Advertisment

ଗୋଟିଏ ପରେ ଗୋଟିଏ ବଲିଉଡ ଗୀତ ଦୁନିଆର କୋଣ ଅନୁକୋଣରେ ବାଜୁଛି। ଲୋକମାନେ ଏହାର ଭିଡିଓ ଏବଂ ରିଲ୍ ତିଆରି କରନ୍ତି ଏବଂ ଏହାକୁ ସୋସିଆଲ୍ ମିଡିଆରେ ଶେୟାର ମଧ୍ୟ କରିବାକୁ ଭଲ ପାଆନ୍ତି। ଆଜିକାଲି ଦୀପିକା ପାଦୁକୋନଙ୍କ ‘ବେଶରମ ରଙ୍ଗ’ ମଧ୍ୟ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଯାଇଛି।

ଇନଷ୍ଟାଗ୍ରାମ mayojapan ରେ ଶେୟାର ହୋଇଥିବା ଏକ ଭିଡିଓରେ ଜଣେ ଜାପାନୀ ଝିଅ ବଲିଉଡ ନିଶାରେ ପଦିଥିବା ଦେଖାଯାଏ। ଫିଲ୍ମ ‘ପଠାନ’ର ‘ବେଶରମ ରଙ୍ଗ’ ଗୀତରେ ସେ ଦୀପିକା ପାଦୁକୋନଙ୍କ ପରି ନାଚୁଥିବା ଦେଖିବାକୁ ମିଳେ। କେବଳ ଏତିକି ନୁହେଁ, ଏହି ଭିଡିଓରେ ଆଉ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳେ ​​ଯିଏ ନିଜକୁ ଶାହାରୁଖ ଖାନଙ୍କ ଭୂମିକାରେ ଫିଟ୍ କରିବାକୁ ଚେଷ୍ଟା କରିଛନ୍ତି।

Advertisment

ଯେଉଁ ଗୀତକୁ ନେଇ ଏବେ ସାରା ଦେଶରେ ବିଦ୍ରୋହ ଦେଖାଦେଇଛି, ସେହ୍ନି ଗୀତ ଏବେ ବୋବାଲ ମଧ୍ୟ କରୁଛି।, ଲୋକମାନେ ଏହି ଗୀତରେ ନିଜ ନିଜ ଷ୍ଟାଇଲ୍‌ରେ ଭିଡିଓ ତିଆରି କରୁଛନ୍ତି। କେହି କେହି ଦୀପିକା ପାଦୁକୋନଙ୍କ ଏହି ଡ୍ୟାନ୍ସ ଷ୍ଟେପ୍‌କୁ କପି କରୁଥିବା ବେଳେ ଆଉ କେହି ନିଜର ନିଆରା ଷ୍ଟାଇଲ୍ ଦେଖାଇ ଲୋକଙ୍କ ହୃଦୟକୁ ରାଜ କରିବାକୁ ଚେଷ୍ଟା କରୁଛନ୍ତି।

ଏହି ଧାରାରେ ଏହି ଜାପାନୀ ଝିଅ ମଧ୍ୟ ପଡିଛନ୍ତି। ସୋସିଆଲ୍ ମିଡିଆରେ ତାଙ୍କର ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ସେ ଅବିକଳ ଦୀପିକା ପାଦୁକୋନଙ୍କ ଡ୍ୟାନ୍ସ ଷ୍ଟେପ୍‌କୁ କପି କରୁଥିବା ଦେଖାଯାଆନ୍ତି। ବିଦେଶୀ ହୋଇଥିଲେ ମଧ୍ୟ ମାୟୋ ନାମକ ଏହି ଜାପାନୀ ଝିଅ ଏହି ଗୀତରେ ତାଙ୍କ ଡ୍ୟାନ୍ସକୁ ଖୁବ ସମ୍ମାନର ସହିତ ପରିବେଷଣ କରୁଥିବା ନଜର ଆସନ୍ତି।

Advertisment

ମାୟୋଙ୍କ ପ୍ରଦର୍ଶନକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି। ତାଙ୍କ ଡ୍ୟାନ୍ସ ଭିଡିଓରେ ଶାହାରୁଖଙ୍କ କମିକୁ ପୂରଣ କରିବା ପାଇଁ କଳା ଚଷମା ପିନ୍ଧିଥିବା ଜଣେ ବ୍ୟକ୍ତି ମଧ୍ୟ ତାଙ୍କ ଝଲକ ଦେଖାଉଛନ୍ତି। କିଛି ଲୋକ ମାୟୋଙ୍କୁ ଦୀପିକା ପାଦୁକୋନଙ୍କ ଅପେକ୍ଷା ଭଲ ଦେଖାଯାଉଛନ୍ତି ବୋଲି କହିଛନ୍ତି। ଖବର ଲେଖାହେବା ବେଳକୁ ଏହି ଭିଡିଓଟିକୁ ୧୭,୦୦ରୁ ଅଧିକ ଲାଇକ୍ ମିଳିସାରିଥିଲା।

ଖାଲି ଏତିକି ନୁହେଁ ମାୟୋଙ୍କୁ ଅନେକ ବଲିଉଡ୍‌ରେ ଗୀତରେ ନାଚିବାର ମଧ୍ୟ ଦେଖାଯାଏ। ସେ ଅନ୍ୟ ଏକ ହିନ୍ଦୀ ଗୀତ ‘କରେଣ୍ଟ ଲଗା’ ରେ ମଧ୍ୟ ଜବରଦସ୍ତ ନାଚୁଥିବା ଦେଖାଯାଆନ୍ତି।

ସେହିପରି ଲତା ମଙ୍ଗେସ୍‌କର ଓ ଉଦିତ ନାରାୟଣଙ୍କ ଦ୍ୱାରା ସ୍ୱର ଦିଆଯାଇଥିବା ଆଉ ଏକ ଏକ ‘କୋଇ ଲଡ୍‌କୀ ହୈ…’ ଗୀତରେ ନାଚି ସେ ସମସ୍ତଙ୍କ ହୃଦୟ ଜିତିଛନ୍ତି।

Bollywood Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ