Advertisment

‘ଜୟ ଭୀମ୍’ କମାଲ କଲା ; ଆଇଏମ୍‌ଡିବି ତାଲିକାରେ ଶୀର୍ଷରେ ରହିଲା

ସମସ୍ତଙ୍କ ହୃଦୟକୁ ଛୁଇଁଛି ଫିଲ୍ମ ‘ଜୟ ଭୀମ୍’। ଏନେଇ ଫିଲ୍ମକୁ ମିଳିଛି ସଫଳତା। ଆଇଏମ୍‌ଡିବିର ୨୦୨୧ର ଟପ୍ ଫିଲ୍ମ ତାଲିକାର ଶୀର୍ଷରେ ରହିଛି। ଏନେଇ ଖୁସିରେ କ’ଣ କୁହନ୍ତି ଫିଲ୍ମର ମୁଖ୍ୟ ନାୟକ ତଥା ନିର୍ମାତା ସୂର୍ଯ୍ୟା ଆସନ୍ତୁ ଜାଣିବା।

Jai Bhim is the top movie of 202-IMDB

Jai Bhim is the top movie of 202-IMDB

Advertisment

ମୁମ୍ବାଇ: ଫିଲ୍ମ, ଟିଭି ଓ ପ୍ରସିଦ୍ଧ ତାରକାଙ୍କ ବିଷୟରେ ସୂଚନା ଦେବା ନେଇ ଆଇଏମ୍‌ଡିବି ଦୁନିଆରେ ସବୁଠାରୁ ଲୋକପ୍ରିୟ ମାଧ୍ୟମ ହୋଇପାରିଛି। ବର୍ତ୍ତମାନ ଆଇଏମ୍‌ଡିବି ୨୦୨୧ର ସର୍ବୋତ୍ତମ ଫିଲ୍ମ ତାଲିକା ଜାରି କରିଛି। ଏଥିରେ ସାଉଥ୍‌ର ସୁପରଷ୍ଟାର୍ ସୂର୍ଯ୍ୟାଙ୍କ ଫିଲ୍ମ ‘ଜୟ ଭୀମ୍’ ସବୁଠାରୁ ଆଗରେ ଅଛି।

Advertisment

ଆଇଏମ୍‌ଡିବିର ଟପ୍ ୧୦ ତାଲିକାର ପ୍ରଥମ ସ୍ଥାନରେ ତାମିଲ୍ ଫିଲ୍ମ ‘ଜୟ ଭୀମ୍’ ରହିଛି। ବାସ୍ତବିକ ଘଟଣାକୁ ନେଇ ନିର୍ମିତ ହୋଇଥିବା ଏହି ଫିଲ୍ମ ସମସ୍ତଙ୍କ ହୃଦୟକୁ ଛୁଇଁଛି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସୂର୍ଯ୍ୟା ଅଭିନୟ କରିଥିବା ବେଳେ ସେ ନିଜେ ମଧ୍ୟ ଏହାର ସହ-ନିର୍ମାତା ଥିଲେ।

ସେହିପରି ଦ୍ୱିତୀୟ ସ୍ଥାନରେ ସିଦ୍ଧାର୍ଥ ମଲ୍‌ହୋତ୍ରାଙ୍କର ଫିଲ୍ମ ‘ଶେରଶାହ’ ରହିଛି। ଏହି ଫିଲ୍ମ କାରଗିଲ୍ ଯୁଦ୍ଧର ହୀରୋ କ୍ୟାପ୍‌ଟେନ୍ ବିକ୍ରମ ବତ୍ରାଙ୍କ ବାୟୋପିକ୍ ଉପରେ ଆଧାରିତ। ଏଥିରେ ସିଦ୍ଧାର୍ଥ ନିଜେ ଶିର୍ଷକ ଭୂମିକା ନିଭେଇ ଥିଲେ। ଏହି ତାଲିକାରେ ‘ଶେରଶାହ’ ଦ୍ୱିତୀୟ ସ୍ଥାନରେ ଥିବା ନେଇ ସିଦ୍ଦାର୍ଥ ମଲ୍‌ହୋତ୍ରା ନିଜର ଖୁସି ବ୍ୟକ୍ତକରି କହିଛନ୍ତି ଯେ “ଶେରଶାହକୁ ଲଗାତର ମିଳୁଥିବା ଭଲ ପାଇବା ଓ ପ୍ରଶଂସାକୁ ଦେଖି ମୁଁ ଭାରି ଖୁସି। କ୍ୟାପ୍‌ଟେନ୍ ବିକ୍ରମ ବତ୍ରାଙ୍କ କାହାଣୀକୁ ସାମ୍ନାକୁ ଆଣିବା ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହା ଆଇଏମ୍‌ଡିବିର ୨୦୨୧ର ଟପ୍ ରେଟେଡ୍ ଫିଲ୍ମରେ ସ୍ଥାନ ପାଇଥିବାରୁ ପୂରା ଟିମ୍ ପାଇଁ ଗର୍ବର ବିଷୟ ହୋଇଛି।”

Advertisment

ତୃତୀୟ ସ୍ଥାନରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍‌ଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରହିଛି। ଏହା ରୋହିତ୍ ଶେଟ୍ଟୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ବେଳେ ସୀମାପାର ଆତଙ୍କବାଦୀଙ୍କ ଉପରେ ଆଧାରିତ ଏହି ଫିଲ୍ମରେ ଅକ୍ଷୟ ଜଣେ ଏଟିଏସ୍ ମୁଖ୍ୟ ଭୂମିକାରେ ଆସିଛନ୍ତି। ଏହା ମଧ୍ୟ ଭଲ ରୋଜଗାର କରିଛି।

ସେହିପରି ଚତୁର୍ଥ ସ୍ଥାନରେ ‘ମାଷ୍ଟର’, ପଞ୍ଚମରେ ‘ସର୍ଦାର ଉଧମ୍’, ଷଷ୍ଠ ସ୍ଥାନରେ ‘ମିମୀ’, ସପ୍ତମରେ ‘କର୍ଣନ୍’, ଅଷ୍ଟମରେ ‘ଶିଦ୍ଧତ’, ନବମରେ ‘ଦୃଶ୍ୟମ ୨’, ଦଶମ ସ୍ଥାନରେ ‘ହସୀନ ଦିଲ୍‌ରୁବା’ ରହିଛି।

Advertisment

ତେବେ ‘ଜୟ ଭୀମ’ର ଏହି ଅଦ୍ଭୁତ ସଫଳତାକୁ ନେଇ ସୂର୍ଯ୍ୟା ବେଶ ଖୁସିରେ ଅଛନ୍ତି। ସେ ତାଙ୍କର ଆନନ୍ଦକୁ ଜାହିର କରିବାକୁ ଯାଇ କହିଛନ୍ତି ଯେ “ଜଣେ ଅଭିନେତା ଓ ନିର୍ମାତା ଭାବରେ ଏଭଳି ବାରମ୍ବାର ହୁଏ ନାହିଁ ଯେ ଆପଣକୁ ପାଖକୁ ଏମିତି କିଛି ଘଟଣା ଆସିବା ଯାହା ଆପଣଙ୍କ ଖୁସିକୁ ଦ୍ୱିଗୁଣିତ କରିଦେବ। ଜୟ ଭୀମ ଏଭଳି ଏକ ଅନୁଭବ। ଏହା ଏଭଳି ଏକ ଫିଲ୍ମ ଯାହାର ଅଂଶ ହୋଇ ମୁ ଖୁବ୍ ଗର୍ବିତ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ “ଏହା ଭାବନା ଓ ଡ୍ରାମାର ଏକ ସଂପୂର୍ଣ୍ଣ ମିଶ୍ରଣ ସହିତ ଇଛାବିରୁଧ ଓ ସାମାଜିକ ପରିବର୍ତ୍ତନର ଏକ କାହାଣୀକୁ ବର୍ଣ୍ଣନା କରେ। ସମସ୍ତ ବର୍ଗ, ସମାଲୋଚକ ଏବଂ ଦର୍ଶକଙ୍କ ଠାରୁ ମିଳୁଥିବା ଭଲ ପାଇବା ଓ ପ୍ରଶଂସାକୁ ଦେଖି ଖୁସି ଲାଗୁଛି। ମୁଁ ଖୁସି ଯେ 'ଜୟ ଭୀମ' ସମ୍ମାନଜନକ ' ଆଇଏମ୍‌ଡିବି ଟପ୍ ରେଟେଡ୍ ଚଳଚ୍ଚିତ୍ର ୨୦୨୧'ର ଏକ ଅଂଶ ହୋଇଛି। ଏନେଇ ମୁଁ ମୋର ଶୁଭେଚ୍ଛୁ ଏବଂ ଦର୍ଶକଙ୍କୁ ସେମାନଙ୍କ ଭୋଟ୍ ପାଇଁ ଧନ୍ୟବାଦ ଦେବାକୁ ଚାହୁଁଛି।”

ସୂର୍ଯ୍ୟା ପୁଣି କହିଛନ୍ତି ଯେ “ଏହିପରି ମତାମତ ଭଲ କାହାଣୀ ଉପରେ ଆମର ବିଶ୍ୱାସ ଓ ସେସବୁକୁ ଜୀବନ୍ତ କରିବାର ଆବଶ୍ୟକତାକୁ ପ୍ରମାଣିତ କରେ। 'ଜୟ ଭୀମ'କୁ ୨୪୦ରୁ ଅଧିକ ଦେଶ ତଥା ଅଞ୍ଚଳକୁ ନେଇଥିବାରୁ ପ୍ରାଇମ୍‌ ଭିଡିଓକୁ ଧନ୍ୟବାଦ।”

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ