Advertisment

ଜୟ ଭୀମ୍‌କୁ ନେଇ କାହିଁକି ବିବାଦ ?

ବିବାଦ ଘେରରେ ଜୟ ଭୀମ୍। ଫିଲ୍ମରେ ପ୍ରଦର୍ଶିତ ହୋଇଥିବା କିଛି ଦୃଶ୍ୟ ଓ ଚରିତ୍ର ଚିତ୍ରଣକୁ ନେଇ ବିବାଦ। ଅଭିନେତା ସୂର୍ଯ୍ୟାଙ୍କୁ ସୁରକ୍ଷା।

ଅଦ୍ୟତନ ହୋଇଛି
Jai Bheem controversy security beefed up at actor Suriya’s house

Jai Bheem controversy security beefed up at actor Suriya’s house

Advertisment

(ପ୍ରସନଜିତ୍ ରାୟ): ତାମିଲ ଫିଲ୍ମ ଜୟ ଭୀମ୍‌କୁ ନେଇ ତେଜିବାରେ ଲାଗିଛି ବିବାଦ। ଫିଲ୍ମରେ ପ୍ରଦର୍ଶିତ ହୋଇଥିବା କିଛି ଦୃଶ୍ୟ ଓ ଚରିତ୍ର ଚିତ୍ରଣକୁ ନେଇ ବିବାଦ ଏତେ ତେଜିଲାଣି ଯେ ଅଭିନେତା ସୂର୍ଯ୍ୟାଙ୍କୁ ସୁରକ୍ଷା ଯୋଗାଇବାକୁ ପଡ଼ିଛି। ତାମିଲନାଡୁ ସରକାରଙ୍କ ପକ୍ଷରୁ ସୂର୍ଯ୍ୟାଙ୍କୁ କଡ଼ା ସୁରକ୍ଷା ଦିଆଯାଇଛି। ସୂର୍ଯ୍ୟାଙ୍କ ସହ କିଛି ସୁରକ୍ଷାକର୍ମୀ ଓ ତାଙ୍କ ବାସଭବନ ବାହାରେ ସୁରକ୍ଷାକୁ ବଢ଼ାଯାଇଛି।

Advertisment

ବିବାଦ ଭିତରେ କିନ୍ତୁ ନରମି ନାହାନ୍ତି ଅଭିନେତା ସୂର୍ଯ୍ୟା। ରିୟଲ ସେଙ୍ଗିନୀ ଅବା ପାର୍ବତୀ ଆମ୍ମଲଙ୍କୁ ୧୫ ଲକ୍ଷ ଟଙ୍କା ସହାୟତା ଦିଆଯାଇଛି। ସୂର୍ଯ୍ୟା ନିଜ ଆଡୁ ୧୦ ଲକ୍ଷ ଓ ସିନେମା ନିର୍ମାତାଙ୍କ ପକ୍ଷରୁ ୫ ଲକ୍ଷ ଫିକ୍ସ ଡିପୋଜିଟ୍ କରାଯାଇଛି। ଏହା ପାର୍ବତୀଙ୍କ ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ସହାୟ ହେବ ବୋଲି କହିଛନ୍ତି ସୂର୍ଯ୍ୟା।

ଅପରପକ୍ଷେ ଏବେ ବି ତାମିଲନାଡୁର କିଛି ସଂଗଠନ ସୂର୍ଯ୍ୟାଙ୍କ ବିପକ୍ଷରେ ଖଡ୍‌ଗହସ୍ତ। ଜୟ ଭୀମ ନିର୍ମାତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟରେ ପହଞ୍ଚିଛି ମାମଲା। ବେନିୟାର ସଂଗଠନ ପକ୍ଷରୁ ୫ କୋଟି ଟଙ୍କାର ମାନହାନି ମାମଲା ଦାୟର ହୋଇଛି। ଫିଲ୍ମରେ ଦର୍ଶାଯାଇଥିବା ଅନେକ ଦୃଶ୍ୟ ବେନିୟାର ସମ୍ପ୍ରଦାୟଙ୍କୁ କଠୋର ଆଘାତ ଦେଇଥିବା ଅଭିଯୋଗ ହୋଇଛି।

Advertisment

ଏହି ଘଟଣାକୁ ନେଇ ସୂର୍ଯ୍ୟାଙ୍କୁ ଆକ୍ରମଣ ଓ ଖୋଲା ଧମକ ବି ଦିଆଯାଇଛି। ବେନିୟାର ସମ୍ପ୍ରଦାୟ ପ୍ରେରିତ ରାଜନୈତିକ ଦଳ ପିଏମ୍‌କେ ପକ୍ଷରୁ ସୂର୍ଯ୍ୟାଙ୍କୁ ଆକ୍ରମଣ କଲେ ଲକ୍ଷେ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଏହାପରେ ସୂର୍ଯ୍ୟାଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି। ସୂଚନା ମୁତାବକ ସୂର୍ଯ୍ୟାଙ୍କୁ ଧମକ ଦେବା ଘଟଣାରେ ପୁଲିସ୍ ପିଏମ୍‌କେ ପଦାଧିକାରୀ ଏ. ପଲାନୀସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରିଛି।

Jai Bheem controversy ଜୟ ଭୀମ୍‌କୁ ନେଇ କାହିଁକି ବିବାଦ ?

ପଲାନୀସ୍ୱାମୀଙ୍କ କହିବା କଥା ଜୟ ଭୀମରେ ଦୃଶ୍ୟ ବେନିୟାର ସମ୍ପ୍ରଦାୟର ବିରୋଧରେ ଚିତ୍ରଣ ହୋଇଛି। ଏହା ସହିତ ଏହି ଫିଲ୍ମ ମୟିଲାଦୁଥୁରାଈ ଜିଲ୍ଲାରେ ରିଲିଜ୍ ହୋଇପାରିବନି ବୋଲି ସେ ଧମକ ମଧ୍ୟ ଦେଇଥିଲେ। ଏହା ସହିତ ପିଏମକେ କହିଛି ଯେ ଏହି ଫିଲ୍ମ ଦଳର ଛବିକୁ ଖରାପ କରୁଛି।

Advertisment

ସେପଟେ ତାମିଲ ସିନେ ଜଗତର ପ୍ରାୟ ସବୁ ବଡ଼ କଳାକାର, ନିର୍ଦେଶକ ଏପରିକି ତାମିଲନାଡୁ ସରକାରଙ୍କ ବହୁ ବରିଷ୍ଠ ନେତା ସୂର୍ଯ୍ୟାଙ୍କ ସମର୍ଥନରେ ବାହାରିଛନ୍ତି। ତାମିଲ ଫିଲ୍ମ ଜୟ ଭୀମ ହାଜତ ମୃତ୍ୟୁକୁ ନେଇ ଆଧାରିତ। ଏଥିରେ ଦଳିତଙ୍କ ଉପରେ ସଭ୍ୟ ସମାଜର ଜୁଲୁମ୍, ପୋଲିସ୍‌ର ଅତ୍ୟାଚାରକୁ ଅତି ନିଖୁଣ ଭାବରେ ପ୍ରଦର୍ଶନ ହୋଇଛି। ତାମିଲନାଡ଼ୁରେ ୧୯୯୩ରେ ଘଟିଥିବା ବହୁଚର୍ଚ୍ଚିତ ଘଟଣାକୁ ନେଇ ସିନେମା ନିର୍ମାଣ ହୋଇଛି। ଫିଲ୍ମର କାହାଣୀ ଓ ଅଭିନୟକୁ ଲୋକେ ପସନ୍ଦ କରିଛନ୍ତି।

Jai Bheem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ