Advertisment

ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ଶ୍ରୀଲଙ୍କାରୁ ବଲିଉଡ୍ ଯାତ୍ରା

ବଲିଉଡ୍‌ର ଏକ ଜଣାଶୁଣା ନାଁ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌, ଯିଏ ଶ୍ରୀଲଙ୍କାରୁ ଆସି ବଲିଉଡ୍‌ରେ ଜାଗା ମାଡି ବସିଛନ୍ତି। ତେବେ ଏହା କିପରି ସମ୍ଭବ ହେଲା? ଆସନ୍ତୁ ଜାଣିବା…

Jacqueline Fernandez how get entry in bollywood

Jacqueline Fernandez how get entry in bollywood

Advertisment

ମୁମ୍ବାଇ: ଯଦି ବଲିଉଡ୍‌ର ଟପ୍ ଅଭିନେତ୍ରୀମାନଙ୍କ ତାଲିକା ପ୍ରସ୍ତୁତ କରାଯାଏ ତେବେ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍ ଏଥିରୁ ବାଦ ପଡିବେ ନାହିଁ। ସୋସିଆଲ ମିଡିଆରେ ନିଜର ଆକର୍ଷଣୀୟ ଫଟୋ ଓ ଭିଡିଓ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଜ୍ୟାକ୍‌ଲିନ୍‌ ସବୁ ହୃଦୟରେ ରାଜ କରୁଛନ୍ତି। ନିଜର ମନମୋହିନୀ ଚାହାଣୀ ଓ ମଜ୍ଜାଳିଆ ନେଚର କାରଣରୁ ସେ ବଲିଉଡ୍‌ରେ ବହୁ କମ ସମୟ ମଧ୍ୟରେ ଲୋକଙ୍କୁ ହୃଦୟକୁ କବ୍ଜା କରିବାରେ ସଫଳ ହୋଇଛନ୍ତି।

Advertisment
Jacqueline Fernandez how get entry in bollywoodଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ସରଳ ଅବତାର

ଜ୍ୟାକ୍‌ଲିନ୍‌ ମୂଳତଃ ଶ୍ରୀଲଙ୍କା ଅଧିବାସୀ। ଫିଲ୍ମ ବ୍ୟତୀୟ କନ୍‌ମ୍ୟାନ୍ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କ ପାଇଁ ଜ୍ୟାକ୍‌ଲିନ୍ ଆଜିକାଲି ଚର୍ଚ୍ଚରେ ଅଛନ୍ତି। ତେବେ ଆସନ୍ତୁ ଜ୍ୟାକଲିନଙ୍କ ଶ୍ରୀଲଙ୍କାରୁ ଭାରତ ଯାତ୍ରା ଏବଂ ତା’ପରେ ସେ କିପରି ବଲିଉଡରେ ନିଜର ଆସନ ଜମେଲେ ସେ ବିଷୟରେ ଜାଣିନେବା।

ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍ ୧୯୮୫ ମସିହା ଅଗଷ୍ଟ ୧୧ ରେ ଶ୍ରୀଲଙ୍କାର କୋଲମ୍ବୋରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରାଥମିକ ଶିକ୍ଷା ବହାରିନ୍‌ରେ ଥିଲା ଏବଂ ଏହା ପରେ ସେ ଅଷ୍ଟ୍ରେଲିଆର ସିଡନୀ ବିଶ୍ୱବିଦ୍ୟାଳୟକୁ ମାସ୍‌ କମ୍ୟୁନିକେସନ୍ ପଢିବା ନେଇ ଚାଲି ଯାଇଥିଲେ।

Advertisment

ପିଲାଦିନରୁ ଜ୍ୟାକ୍‌ଲି୍‌ନ ହଲିଉଡ୍‌ ଷ୍ଟାର୍‌ ହେବାର ସ୍ୱପ୍ନ ଦେଖିଥିଲ। ଏନେଇ ସେ ଜନ୍ ସ୍କୁଲ୍‌ ଅଫ୍ ଆକ୍ଟିଂରୁ ମଧ୍ୟ ଅଭିନୟ ତାଲିମ ନେଇଥିଲେ। ଏହା ପରେ ସେ 'ହାଉସ୍‌ଫୁଲ୍', 'ହାଉସ୍‌ଫୁଲ୍ ୨', 'ରେସ୍ ୨', 'କିକ୍', 'ଜୁଡ୍‌ୱା ୨', ‘ଭୁତ୍ ପୋଲିସ୍’ ଭଳି ଅନେକ ବଲିଉଡ ଚଳଚ୍ଚିତ୍ରରେ ଅଭିନୟ କରିଥିଛନ୍ତି। ୨୦୧୦ ମସିହାରେ, ସେ ଶ୍ରେଷ୍ଠ ଡେବ୍ୟୁ ଅଭିନେତ୍ରୀ ପୁରସ୍କାର ପାଇଥିଲେ।

ସୂଚନା ମୁତାବକ ଜ୍ୟାକ୍‌ଲିନ୍ ପାଠ୍ୟକ୍ରମ ଶେଷ କରିବା ପରେ ଶ୍ରୀଲଙ୍କାକୁ ଫେରି ଏକ ରିପୋର୍ଟ ସହିତ ମଡେଲିଂରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ଅନେକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଏବଂ ପରେ ୨୦୦୬ରେ ସେ ମିସ୍ ୟୁନିଭର୍ସ ଶ୍ରୀଲଙ୍କାର ମୁକୁଟ ପିନ୍ଧିଥିଲେ।

Advertisment

ଏକ ସଫଳ ମଡେଲ୍ ହେବା ପରେ ଜ୍ୟାକ୍‌ଲିନ୍ ବିଦେଶରେ ପ୍ରୋଜେକ୍ଟ ପାଇବା ଆରମ୍ଭ କରିଥିଲେ ଏବଂ ୨୦୦୯ରେ ଏକ ମଡେଲିଂ ଆସାଇନ୍‌ମେଣ୍ଟ୍‌ ପାଇଁ ଭାରତ ଆସିଥିଲେ। ଏହି ସମୟରେ ସେ ସୁଜାୟ ଘୋଷଙ୍କ 'ଆଲାଦ୍ଦିନ' ପାଇଁ ଅଡିସନ୍ କରିଥିଲେ ଏବଂ ମନୋନୀତ ହୋଇଥିଲେ। ଏହା ପରେ ତାଙ୍କୁ 'ମର୍ଡର ୨'ରେ ଏକ ଭୂମିକା ମିଳିଥିଲା। ଏହି ଫିଲ୍ମ ହିଁ ତାଙ୍କ ଭାଗ୍ୟକୁ ବଦଳେଇ ଦେଇଥିଲା। ଏଥିରେ ହିଁ ସେ ଉଭୟ ନାମ ଏବଂ ଖ୍ୟାତି ପାଇଥିଲେ।

Jacqueline Fernandez how get entry in bollywoodଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ବୋଲ୍ଡ ଅବତାର

ଚଳଚ୍ଚିତ୍ର ସହିତ ଜ୍ୟାକ୍‌ଲିନ୍ ଆଲବମ୍ ଗୀତରେ ମଧ୍ୟ ଏକ ବଡ଼ ହିଟ୍ ହୋଇଥିଲେ। GF-BF, 'ମେରେ ଅଙ୍ଗନେ ମ 2.0', ‘ବାଦଶାହ’ 'ଗେନ୍ଦା ଫୁଲ' ପାନି-ପାନି' ଭଳି ଆଲବମ ଗୀତରୁ ସେ ବହୁତ ନାଁ କମେଇଛନ୍ତି। ନିର୍ଦ୍ଦେଶକ ସାଜିଦ ଖାନଙ୍କ ସହ ଜ୍ୟାକ୍‌ଲିନ୍‌ଙ୍କ ନାମ ମଧ୍ୟ ଜଡିତ ଥିଲା। ସେମାନଙ୍କ ସମ୍ପର୍କର ଅନେକ ଖବର ମଧ୍ୟ ସାମ୍ନାକୁ ଆସିଥିଲା। ଆଜିକାଲି ସୁକେଶ ଚନ୍ଦ୍ରଶେଖରଙ୍କ ଅଭିଯୋଗକୁ ନେଇ ଜ୍ୟାକ୍‌ଲିନ୍‌ ହେଡ୍‌ଲାଇନ୍‌ରେ ଅଛନ୍ତି।

ତିହାର ଜେଲ୍‌ରୁ ୨୦୦ କୋଟି ଟଙ୍କା ମନୀ ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର, ତାଙ୍କ ପତ୍ନୀ ଅଭିନେତ୍ରୀ ଲୀନା ମାରିଆ ପାଲ ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ୭,୦୦୦ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି। ଚାର୍ଜସିଟ୍‌ରେ ଅନୁସନ୍ଧାନକାରୀ ସଂସ୍ଥା କହିଛି ଯେ ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ୧୦ କୋଟି ଟଙ୍କା ମୂଲ୍ୟର ଉପହାର ଦେଇଛନ୍ତି, ଯେଉଁଥିରେ ୫୨ ଲକ୍ଷ ମୂଲ୍ୟର ଘୋଡା ଏବଂ ୯ ଲକ୍ଷ ଫାରସୀ ବିଲେଇ ଉଲ୍ଲେଖ କରାଯାଇଛି।

ତେବେ ଜ୍ୟାକ୍‌ଲିନ୍‌ଙ୍କ ମୁଖପାତ୍ର ଅଭିନେତ୍ରୀଙ୍କ ତରଫରୁ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ସେ ସୁକେଶ ଏବଂ ତାଙ୍କ ପତ୍ନୀ ଲୀନା ମାରିଆ ପାଲଙ୍କ ସହ ଜଡିତ ନୁହଁନ୍ତି। ତେବେ ପ୍ରକୃତ ସତ କ’ଣ ତାହା ଇଡି ଅନୁସନ୍ଧାନ କରୁଛି।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ