Advertisment

Year Ending: ୨୦୨୨ର ୫ ସଫଳ ହିନ୍ଦୀ ଚଳଚ୍ଚିତ୍ର ନିର୍ମାତା; ବଲିଉଡ୍‌କୁ ଦେଇଛନ୍ତି ନୂଆ ଜୀବନ

୨୦୨୨ କାହାପାଇଁ ପୁଷ ମାସ ହେଇଛି ତ ଆଉ କାହା ପାଇଁ ସର୍ବନାଶ। ଏହି ବର୍ଷ ବଲିଉଡ୍ ପାଇଁ ସେତେ ଶୁଭ ହୋଇ ନାହିଁ। ଏହା ବଲିଉଡ୍ ପାଇଁ ‘ବୟକଟ୍’ ଟ୍ରେଣ୍ଡ୍ ନେଇ ଆସିଛି। ଏହାରି ଭିତରେ କିନ୍ତୁ ଏମିତି କିଛି ନିର୍ମାତା ଆସିଛନ୍ତି ଯିଏ ବଲିଉଡ୍‌କୁ ନୂଆ ଜୀବନ ଦେଇଛନ୍ତି। ଆସନ୍ତୁ ସେମାନଙ୍କ ଉପରେ ନଜର ପକେଇ ନେବା।

ଅଦ୍ୟତନ ହୋଇଛି
Indian Producers Who Understood The Audiences Mood 2022

Indian producers who understood the audiences mood this year

Advertisment

୨୦୨୨ ହିନ୍ଦୀ ଚଳଚ୍ଚିତ୍ର କ୍ଷେତ୍ରରେ ସେମିତି କିଛି ଉନ୍ନତି ଆଣି ନାହିଁ। ବରଂ ବଲିଉଡ୍‌କୁ କରିଛି ହତାଶ। ହିନ୍ଦୀ ଚଳଚ୍ଚିତ୍ରରେ କଣ୍ଟେଣ୍ଟକୁ ନେଇ ଦେଖାଯାଇଥିବା ଅସନ୍ତୋଷ ଭିତରେ ଏମିତି କିଛି ନିର୍ମାତା ଆସିଛନ୍ତି ଯେଉଁମାନେ ବଲିଉଡ୍‌ ଦୁନିଆରେ କିଛି ଆଲୋକ ପକେଇଛନ୍ତି। ସେମାନେ ବଲିଉଡ୍ ପ୍ରେମୀଙ୍କୁ ଭୁଲ୍‌ଭୁଲୈୟା ୨, ଡାର୍ଲିଙ୍ଗ୍‌ ପରି ସିନେମା ଦେଇଛନ୍ତି।

Advertisment

ଯଦିଓ ଅନେକ ବିଷୟବସ୍ତୁ ଦର୍ଶକଙ୍କୁ ଛୁଇଁ ନାହିଁ ତେବେ କିଛି ନିର୍ମାତା ଏମିତି କିଛି କାହାଣୀ ଦେଇଥିଲେ ଯାହା ନୂଆ ଓ ନିଆରା ଥିଲା। ତେବେ ଆସନ୍ତୁ ସେମିତି କିଛି ନିର୍ମାତାଙ୍କ ଉପରେ ନଜର ପକେଇ ନେବା।

କରଣ ଜୋହର:

କରଣ ଜୋହରଙ୍କ ଆୟାନ୍ ମୁଖାର୍ଜୀ ନିର୍ଦ୍ଦେଶିତ 'ବ୍ରହ୍ମାସ୍ତ୍ର: ପାର୍ଟ ୱାନ୍' ବକ୍ସ ଅଫିସରେ ସେତେଟା ଭଲ ପ୍ରଦର୍ଶନ କରି ନଥିଲେ ବି ଏହା OTT ରେ ରିଲିଜ୍ ହେବା ପରେ ୨୦୨୨ର ସବୁଠାରୁ ସଫଳ ଚଳଚ୍ଚିତ୍ର ହୋଇପାରିଥିଲା। ଏହି ଫିଲ୍ମରେ ​​ପୁରାଣର କଥାବସ୍ତୁକୁ ଭିଏଫ୍‌ଏକ୍ସର ଛାଟ, ନୂତନ ଯୁଗର ଆଧ୍ୟାତ୍ମିକତା ଏବଂ ଦର୍ଶକଙ୍କୁ ମନୋରଞ୍ଜନ ଦେବାରେ ଢେର୍‌ ସାରା ଖୋରାକ୍ ଦେଇଥିଲା। ଏହା ବିଶ୍ୱସ୍ତରରେ ୪୨୫ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଥିଲା। ଏଥିରେ ରଣବୀର କପୁର, ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ଡିମ୍ପଲ କାପାଡିଆ, ଶାହରୁଖ ଖାନ୍ ଓ ନାଗାର୍ଜୁନଙ୍କୁ ଦେଖିବାକୁ ମିଳିଥିଲା।

Advertisment

ସଞ୍ଜୟ ଲୀଲା ଭନସାଲୀ:

ସଞ୍ଜୟ ଲୀଲା ଭନସାଲୀ ଅଧିକାଂଶ ସମୟରେ ମହିଳାମାନଙ୍କ ଶୋଷଣକୁ ନେଇ ଫିଲ୍ମ ତିଆରି କରୁଥିବା ବେଳେ ତାଙ୍କ ପ୍ରଯୋଜନାରେ ନିର୍ମିତ ‘ଗଙ୍ଗୁବାଇ କାଠିଆୱାଡି’ ଥିଲା ଅନ୍ୟତମ। ସେ ଏଥିରେ ଜଣେ ମହିଳାଙ୍କୁ ପ୍ରୋଟାଗୋନିଷ୍ଟ୍ ଭାବେ ଚିତ୍ରିତ କରିଥିବା ବେଳେ ତାଙ୍କ ଦୁଃଖଦ କାହାଣୀକୁ ବଖାଣିଥିଲେ।

ଏହା ମଧ୍ୟ ଆଲିଆ ଭଟ୍ଟଙ୍କ ପାଇଁ ଏକ ବିଜୟ ଥିଲା। ସୁନ୍ଦର ସଟ୍, ଟ୍ୟୁନ୍ ଏବଂ ଶକ୍ତିଶାଳୀ କାହାଣୀ ଚଳଚ୍ଚିତ୍ର ସମାଲୋଚକ ତଥା ଦର୍ଶକଙ୍କ ଉପରେ ଭାରି ପଡିଥିଲା। ଏହା ଘରୋଇ ବକ୍ସ ଅଫିସରେ ୧୫୩.୬୯ କୋଟି ରୋଜଗାର କରିଥିବା ବେଳେ ବିଶ୍ୱସ୍ତରରେ ୨୦୯.୭୭ କୋଟି ଟଙ୍କା ଆୟ କରିଥିଲା।​|

Advertisment

ଅଧିକ ପଢ଼ନ୍ତୁ: ୨୦୨୨ରେ ମା’ ହୋଇଥିବା ଚର୍ଚ୍ଚିତ ଅଭିନେତ୍ରୀ; ବେବୀବମ୍ପ୍ ପାଇଁ ଚର୍ଚ୍ଚାରେ ଥିଲେ

ଆନନ୍ଦ ପଣ୍ଡିତ:

ଜଣେ କିପରି ଏକ ଭାରତୀୟ ପ୍ରଯୋଜକ ହୋଇପାରିବ? ସେନେଇ କେବଳ ଆନନ୍ଦ ପଣ୍ଡିତ ଏକ ମାଷ୍ଟର କ୍ଲାସ ନେଇପାରିବେ। ଚଳିତ ବର୍ଷ ଆନନ୍ଦ ଏକାଧିକ ଚଳଚ୍ଚିତ୍ର ଶିଳ୍ପରେ ସଫଳତାର ସହ ଆଗେଇ ଆସିଥିଲେ। ତାଙ୍କର ଗୁଜୁରାଟୀ ପାରିବାରିକ ମନୋରଞ୍ଜନ ଫିଲ୍ମ ‘ଫକ୍ତ ମହିଲାଓ ମେଟ୍’ ପରିବାରକୁ ଥିଏଟରକୁ ଫେରାଇ ଆଣିଥିବାବେଳେ ତାଙ୍କର ମରାଠୀ ହରର୍ କମେଡି 'ଭିକ୍ଟୋରିଆ' ଆସନ୍ତା ବର୍ଷ ଆରମ୍ଭରେ ରିଲିଜ ହେବାକୁ ଯାଉଛି। ସେ ଉପେନ୍ଦ୍ର ଏବଂ କିଚା ସୁଦୀପଙ୍କ ଅଭିନୀତ କନ୍ନଡ ଆକ୍ସନ୍ ଥ୍ରୀଲର 'କବାଜା' ମଧ୍ୟ ପ୍ରସ୍ତୁତ କରୁଛନ୍ତି।

ଆଲିଆ ଭଟ୍ଟ:

୨୦୨୨ ବାସ୍ତବରେ ଆଲିଆ ଭଟ୍ଟଙ୍କ ପାଇଁ ଏକ ସ୍ମରଣୀୟ ବର୍ଷ ଥିଲା ଯିଏ କେବଳ ଦୁଇଟି ବଡ ହିନ୍ଦୀ ବ୍ଲକବଷ୍ଟରରେ ଅଭିନୟ କରିନଥିଲେ ବରଂ ଗଲ୍ ଗଡୋଟ୍‌ଙ୍କ ବିପକ୍ଷରେ ତାଙ୍କର ପ୍ରଥମ ହଲିଉଡ୍ ଫିଲ୍ମ ହାର୍ଟ ଅଫ୍ ଷ୍ଟୋନ୍‌ରେ ମଧ୍ୟ ଅଭିନୟ କରିଥିଲେ। ଏହା ସହିତ ସେ ତାଙ୍କ ନିଜ ବ୍ୟାନର ‘ଇଟର୍‌ନାଲ୍ ସନ୍‌ସାଇନ୍ ପ୍ରଡକ୍ସନ୍ସ’ ମାଧ୍ୟମରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ନିର୍ମାଣ କରିଥିଲେ।

ଭୂଷଣ କୁମାର:

ଭୂଷଣ କୁମାର ଚଳିତ ବର୍ଷ ଦୁଇଟି ମେଗା ହିଟ୍ ଚଳଚ୍ଚିତ୍ର ଦେଇଛନ୍ତି। ଏଥିରେ ରହିଛି ‘ଦୃଶ୍ୟମ୍ ୨’ ଓ ‘ଭୁଲ୍ ଭୁଲୈୟା ୨’। ଉଭୟ ଚଳଚ୍ଚିତ୍ର ବକ୍ସ ଅଫିସ୍‌ରେ ବହୁ ପରିମାଣରେ ଆୟ କରିଥିଲା ଏବଂ ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲ। ଉଭୟ ଦୃଶ୍ୟମ୍ ୨ ଓ ଭୁଲ୍ ଭୁଲୈୟା ବାର୍ ସେଟ୍ ଉପରେ କ୍ୟାପିଟାଲାଇଜ୍ ହୋଇଥିଲା।

Flashback 2022 Alia Bhatt Sanjay Leela Bhansali Bollywood Karan Johar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ