Advertisment

ଏହି କଳାକାରଙ୍କୁ ବଲିଉଡ୍ ନୁହେଁ ଓଟିଟି ଦେଇଛି ପରିଚୟ

ବଲିଉଡ୍‌ରେ ପରିବାରବାଦ ଯୋଗୁଁ ଅନେକ ପ୍ରତିଭାଙ୍କୁ ଅଣଦେଖା କରାଯାଉଛି। କିନ୍ତୁ ଏମିତି ମଧ୍ୟ ଆଗଧାଡିର କଳାକାର ଅଛନ୍ତି ଯେଉଁମାନେ ବଲିଉଡ୍ ପାଇଁ ନୁହେଁ ଓଟିଟି ପାଇଁ ହିଁ ନିଜର ପରିଚୟ ପାଇଛନ୍ତି।

ଅଦ୍ୟତନ ହୋଇଛି
Indian actors that were valued by OTT shows

Indian actors that were valued by OTT shows

Advertisment

ଆଜିକାଲି ପ୍ରାୟ ସବୁ କ୍ଷେତ୍ରରେ ଚାଲିଛି ପ୍ରିୟାପ୍ରୀତି ତୋଷଣ। ପରିବାରବାଦ ପ୍ରାୟ ସବୁ କ୍ଷେତ୍ରରେ ଦେଖାଯାଉଛି। ଏହାକୁ ନେଇ ଅନେକ ସମୟରେ ଅଭିଯୋଗ ମଧ୍ୟ ହୁଏ। କିନ୍ତୁ ଏହା ସତ ଯେ ପିତାମାତା ନିଜ ପିଲାର ଭବିଷ୍ୟତ ଉଜ୍ଜ୍ୱଳ କରିବା ନେଇ ସବୁବେଳେ କିଛି ନା କିଛି କରିବେ। ବଲିଉଡ୍ ମଧ୍ୟ ଏଥିରୁ ମୁକ୍ତ ନୁହେଁ। ଯଦିଓ ବଲିଉଡ୍‌ରେ ଅନେକ ପ୍ରତିଭାବାନ କଳାକାର ଦେଖାଯାଆନ୍ତି ତଥାପି ଅନେକ ଏଥିରୁ ବଳିପଡନ୍ତି। କାରଣ ଏସବୁ ସୁଯୋଗକୁ ମାଡିବସିଛନ୍ତି ଷ୍ଟାର୍ କିଡ୍ସଙ୍କ ପିତାମାତା। ଏନେଇ ଅନେକ ପ୍ରତିଭା ବଣମଲ୍ଲୀ ହୋଇ ରହିଯାଉଛନ୍ତି। ସେମାନଙ୍କ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଉଛି।

Advertisment

କିନ୍ତୁ ଏହା ମଧ୍ୟ ସତ ଯେ ପ୍ରତିଭା ବେଶିଦିନ ପର୍ଯ୍ୟନ୍ତ ଲୁଚି ରହିପାରେନା। ଏହା କୌଣସି ନା କୌଣସି ଜାଗାରେ ଫୁଟିଉଠେ। ଏଥିପାଇଁ କେବଳ ଦରକାର ନୀରବ ସାଧନା ଆଉ ମନରେ ଅଦମ୍ୟ ଇଛା ଶକ୍ତି। ଏହା ଅନେକ କଳାକାରଙ୍କ କ୍ଷେତ୍ରରେ ମଧ୍ୟ ପ୍ରମାଣିତ ହୋଇଛି, ଯେଉଁମାନଙ୍କୁ ବଲିଉଡ୍ ନୁହେଁ ବରଂ ଓଟିଟି ପ୍ଲାଟ୍‌ଫର୍ମ ହିଁ ପ୍ରସିଦ୍ଧ କରେଇଛି। ତେବେ ଆସନ୍ତୁ ସଂକ୍ଷେପରେ ଜାଣିନେବା ସେମାନଙ୍କ ବିଷୟରେ।

ମନୋଜ ବାଜପେୟୀ:

Advertisment

ବର୍ତ୍ତମାନ ବଲିଉଡର ଜଣେ ଆଗଧାଡିର କଳାକାର ହେଲେ ମନୋଜ ବାଜପେୟୀ। କିନ୍ତୁ ଏହା ଅତ୍ୟନ୍ତ ଦୁଃଖର କଥା ଯେ ବଲିଉଡ୍ ଏହି କଳାକାରଙ୍କ ଠାରେ ଥିବା ପ୍ରତିଭାକୁ ଚିହ୍ନିପାରି ନ ଥିଲା। ଏହି କଳାକାରଙ୍କୁ ସିନା ବଲିଉଡ୍ ଜାଣିପାରିଲା ନାହିଁ କିନ୍ତୁ ଓଟିଟି ହିଁ ଦେଲା ସଫଳତା। ମନୋଜ ବାଜପେୟୀ ଅଭିନୀତି ୱେବ୍ ସିରିଜ୍ ‘ଦି ଫାମିଲି ମ୍ୟାନ୍’ ଦର୍ଶକଙ୍କୁ ବେଶ ପ୍ରଭାବିତ କରିଛି। ଏଥିରେ ଜଣେ ଗୁପ୍ତଚର ଅଧିକାରୀ ଭାବେ ମନୋଜଙ୍କ ଚମତ୍କାର ଚିତ୍ରଣ ହିଁ ଲୋକଙ୍କୁ ବେଶ ଛୁଇଁଛି। ଏଥିରେ ମନୋଜଙ୍କ ଶ୍ରୀକାନ୍ତ ତିୱାରୀଙ୍କ ଉଭୟ ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନକୁ ନିଖୁଣଭାବେ ଫୁଟେଇ ପାରିଛନ୍ତି। ଏହି ୱେବ୍ ସିରିଜ୍ ହିଁ ମନୋଜଙ୍କ ପ୍ରତିଭାକୁ ଦୁନିଆ ଆଗରେ ଦେଖେଇଦେଇଛି।

ଶେଫାଳୀ ଶାହ:

Advertisment

ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ବଲିଉଡରେ କାମ କରିବା ପରେ ଅଭିନେତ୍ରୀ ଶେଫାଳୀ ଶାହା ଓଟିଟିରେ ଏକ ସ୍ମରଣୀୟ ଅଭିନୟ କରିବାର ସୁଯୋଗ ପାଇଲେ। ନେଟ୍‌ଫ୍ଲିକ୍ସର ‘ଦିଲ୍ଲୀ କ୍ରାଇମ୍‌’ରେ ଜଣେ ଶକ୍ତିଶାଳୀ ପୋଲିସ୍ ଅଫିସର୍ ଭାବରେ ଅଭିନୟ କରି ଶେଫାଳୀ ଶାହା ପ୍ରମାଣିତ କରିଦେଇଛନ୍ତି ଯେ ସେ ଜଣେ ପରିପକ୍ୱ କଳାକାର।

ଓଟିଟିରେ ନିଜେ ସଫଳତା ପାଇବା ପରେ ଶେଫାଳୀ କୁହନ୍ତି ଯେ ଏହା ହେଉଛି ଏମିତି ଏକ ପ୍ଲାଟ୍‌ଫର୍ମ ଜଣେ ଚାହିଁଲେ ନିଜ ପ୍ରତିଭାକୁ ଲୋକଙ୍କ୍ ସାମ୍ନାରେ ରଖିବାରେ ସକ୍ଷମ ହୋଇପାରିବ।

ପଙ୍କଜ ତ୍ରିପାଠୀ:

ପଙ୍କଜ ତ୍ରିପାଠୀ ୨୦୦୪ରେ ଫିଲ୍ମ ‘ରନ୍’ ମାଧ୍ୟରେ ବଲିଉଡ୍ ଡେବ୍ୟୁ କରିଥିଲେ। କିନ୍ତୁ ଏହି ଅଭିନେତା ନିଜର ପ୍ରତିଭା ପାଇଁ ‘ମିର୍ଜାପୁର୍’ ରିଲିଜ୍ ହେବା ପରେ ନିଜ ପାରିଶ୍ରମିକ ପାଇଥିଲେ। ପଙ୍କଜ କୁହନ୍ତି ଯେ ଓଟିଟି ହିଁ ତାଙ୍କୁ ସଫଳତା ଦେବା ସହିତ ଲୋକଲୋଚନକୁ ଆଣିଛି। ସେ କହିଛନ୍ତି ଯେ “ମୋ କ୍ୟାରିୟର ପାଇଁ ଓଟିଟିରର ଅବଦାନ ବହୁତ ବଡ। ମୋ ଗାଁର ଲୋକମାନେ ମୋର ଶୋ’ ଦେଖନ୍ତି। ସିନେମା ହଲ୍ ମୋ ଗାଁ ଠାରୁ ୨୬ କିଲୋମିଟର ଦୂରରେ ଏବଂ ମୋର ସମସ୍ତ ଫିଲ୍ମ ଦେଖିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ। କିନ୍ତୁ ଓଟିଟିକୁ ଧନ୍ୟବାଦ, ଲୋକମାନେ ମତେ ମୋ ଗାଁରେ ଦେଖୁଛନ୍ତି।”

ରାଧିକା ଆପ୍ତେ:

ଆଞ୍ଚଳିକ ଓ କଳାତ୍ମକ ସିନେମାରେ କାମ କରି ରାଧିକା ଆପ୍ତେ ପ୍ରମାଣ କରିଦେଇଛନ୍ତି ସେ ମରାଠି, ତେଲୁଗୁ, ବେଙ୍ଗଲି, ହିନ୍ଦି ଓ ଇଂରାଜୀ ଫିଲ୍ମ କରିବାକୁ ସକ୍ଷମ। ଏହାକୁ ମଧ୍ୟ ଅଣଦେଖା କରାଯିବ ନାହିଁ ଯେ ସେ ବର୍ତ୍ତମାନ ଓଟିଟି କ୍ୱିନ୍ ହୋଇଯାଇଛନ୍ତି। ଓଟିଟିରେ ରାଧିକାଙ୍କ ପ୍ରଦର୍ଶନ ଦର୍ଶକଙ୍କୁ ବେଶ ପ୍ରଭାବିତ କରିପାରିଛି।

ନୱାଜୁଦ୍ଦିନ୍ ସିଦ୍ଦିକି :

ମୁମ୍ବାଇ ଡନ୍ ଭାବେ ନୱାଜୁଦ୍ଦିନ ସିଦ୍ଦିକିଙ୍କ ଗଣେଶ ଗାଇଟୋଣ୍ଡେଙ୍କ ଅଭିନୟ, ନେଟଫ୍ଲିକ୍ସର ହିଟ୍ ଶୋ’ ହୋଇଛି। ତେବେ ଏହା ନୁହେଁ ଯେ ନୱାଜୁଦ୍ଦିନ ଚଳଚ୍ଚିତ୍ରରେ ଡନ୍ ଭୂମିକାରେ ଅଭିନୟ କରିନାହାଁନ୍ତି, କିନ୍ତୁ ତାଙ୍କର ଏହି ଭୂମିକାକୁ ଲୋକେ ଖୁବ ପସନ୍ଦ କରିଛନ୍ତି ଆଉ ସେ ଏନେଇ ହିଁ ଦର୍ଶକଙ୍କ ହୃଦୟରେ ଚିରଦିନ ପାଇଁ ରହିବେ। ଓଟିଟିରେ ତାଙ୍କ ପ୍ରଦର୍ଶନ ଶହେ ଫିଲ୍ମରେ ତାଙ୍କର କାମକୁ ପଛରେ ପକେଇ ଦେଇଛି।

ଶୋଭିତା ଧୂଲିପାଲ:

ଶୋଭିତା ଧୂଲିପାଲ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ରମଣ ରାଘବ ୨.୦’ ପାଇଁ ଲୋକଲୋଚନକୁ ଆସି ନାହାନ୍ତି। ଶୋଭିତାଙ୍କୁ ବର୍ଷ ବର୍ଷ ଧରି ବଲିଉଡରେ ଅଣଦେଖା କରାଯାଇଛି। ଜୋୟା ଅଖତରଙ୍କ 'ମେଡ୍ ଇନ୍ ହେଭେନ୍'ରେ ତାରା ଖାନ୍ନା ଭାବରେ ସୋବିତା ଏକ ଚମତ୍କାର ପ୍ରଦର୍ଶନ କରିଥିଲେ ଯାହା ତାଙ୍କୁ ରାତାରାତି ପରିଚୟ ଦେଇଥିଲା। ଏହି ଶୋ’ର ଦ୍ୱିତୀୟ ସଂସ୍କରଣକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ