Advertisment

ପ୍ରଶଂସକଙ୍କୁ ପାଗଳ କଲା ହ୍ରିତିକ୍ ରୋଶନଙ୍କ ସାର୍ଟଲେସ୍ ଫଟୋ

୨୦୨୧କୁ ବିଦାୟ ଦେଇ ଆମେ ଆଉ ଏକ ବର୍ଷକୁ ସ୍ୱାଗତ କରିଛେ। ବିଭିନ୍ନ ଲୋକ ଭିନ୍ନ ଭିନ୍ନ ଧରଣରେ ନବବର୍ଷକୁ ସ୍ୱାଗତ କରିଛନ୍ତି। କିନ୍ତୁ ବଲିଉଡ୍‌ର ଫିଟ୍‌ମ୍ୟାନ୍ ହ୍ରିତିକ୍ ରୋଶନ ଏହାକୁ ଭିନ୍ନ ଢଙ୍ଗରେ ସ୍ୱାଗତ କରିଛନ୍ତି।

ଅଦ୍ୟତନ ହୋଇଛି
Hrithik Roshan starts his new year with shirtless selfie

Hrithik Roshan starts his new year with shirtless selfie

Advertisment

ମୁମ୍ବାଇ: ବଡିଉଡ୍‌ର ଫିଟ୍‌ନେସ୍ ହିରୋ ହ୍ରିତିକ୍ ରୋଶନ ୪୭ ବର୍ଷରେ ପହଞ୍ଚିଥିଲେ ବି ବଲିଉଡ୍‌ରେ କମିନି ତାଙ୍କ କ୍ରେଜ୍। ତାଙ୍କର ଫ୍ୟାନ୍ ଫଲୋଇଙ୍ଗ କମିବା ବଦଳରେ ଦିନକୁ ଦିନ ବଢି ବଢି ଚାଲିଛନ୍ତି। ବଲିଉଡର ଏହି ହ୍ୟାଣ୍ଡସମ ହିରୋଙ୍କୁ ପୁରୁଷମାନେ ପସନ୍ଦ କରୁଥିବା ବେଳେ ମହିଳାମାନେ ମଧ୍ୟ ତାଙ୍କ ପାଇଁ ପାଗଳ ହୁଅନ୍ତି।

Advertisment

ଏନେଇ ନୂଆବର୍ଷ ଅବସରରେ ହ୍ରିତିକ ଯେତେବେଳେ ତାଙ୍କର ସୋସିଆଲ୍ ମିଡିଆ ପେଜ୍‌ରେ ନିଜର ସାର୍ଟଲେସ୍ ଫଟୋ ଶେୟାର କଲେ ଏହା ସାଙ୍ଗେ ସାଙ୍ଗେ ଭାଇରାଲ୍ ହେବାକୁ ଲାଗିଲା। ଏହି ଫଟୋରେ ତାଙ୍କ ପ୍ରସଶଂକମାନଙ୍କର ମନ୍ତବ୍ୟ ପଡିବା ପରେ ଲାଗେ ଯେ ଇଣ୍ଡଷ୍ଟ୍ରୀରେ ତାଙ୍କର ଜଲ୍‌ୱା ଏବେ ବି ରହିଛି। ହ୍ରିତିକଙ୍କ ଏହି ଫଟୋ ଦେଖି କରଣ ଜୋହର ଓ ଜୋୟା ଅଖତର ମଧ୍ୟ ପ୍ରତିକ୍ରିୟା ନ ଦେଇ ରହି ପାରିଲେ ନାହିଁ।

ହ୍ରିତିକ ରୋଶନ ବର୍ତ୍ତମାନ ମାଲଦ୍ୱୀପରେ ଛୁଟି କଟାଉଛନ୍ତି। ନୂଆ ବର୍ଷରେ ତାଙ୍କ ସାର୍ଟଲେସ୍ ଫଟୋ ଶେୟାର କରି ସେ ସୋସିଆଲ ମିଡିଆକୁ ହଲଚଲ କରିଦେଇଛନ୍ତି। ଦେଖାଯାଉଛି ଯେ ଅଭିନେତା ନୌକାରେ ବସିଥିବା ବେଳେ ସେଲ୍‌ଫି କ୍ଲିକ୍ କରିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ସେଲ୍‌ଫି ଶେୟାର କରି ହ୍ରିତିକ ବହୁତ ଛୋଟ କିନ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ କ୍ୟାପ୍‌ସନ୍ ଲେଖିଛନ୍ତି। ସେ ଲେଖିଛନ୍ତି ଯେ '୨୦୨୨, ଚାଲ ଏହାକୁ ଭଲ ଭାବରେ ଜୀଇବା'।

Advertisment

ପ୍ରଶଂସକଙ୍କ ସହ ବଲିଉଡ୍‌ର ସେଲିବ୍ରିଟିମାନେ ମଧ୍ୟ ହ୍ରିତିକ ରୋଶନଙ୍କ ଏହି ଫଟୋକୁ ନିଜ ନିଜ ପ୍ରତିକ୍ରିୟା ମାଧ୍ୟମରେ ପ୍ରଶଂସା କରୁଛନ୍ତି। ବଲିଉଡ୍‌ର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଫାୟାର୍ ଇମୋଜି ଶେୟାର କରି 'ଡୁଗୁ' ଲେଖିଛନ୍ତି। ସେହିପରି ଜୋୟା ଅଖତର ଏହି ଫଟୋରେ ସ୍ମାଇଲ୍ ଇମୋଜୀ ଦେଇଛନ୍ତି। ତେବେ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଅଭିନେତାଙ୍କ ଏହି ଫଟୋକୁ ଦେଖି ପାଗଳ ହୋଇଯାଇଛନ୍ତି।

Hrithik Roshan starts his new year with shirtless selfieପ୍ରଶଂସକଙ୍କୁ ପାଗଳ କଲା ହ୍ରିତିକ୍ ରୋଶନଙ୍କ ସାର୍ଟଲେସ୍ ଫଟୋ

ଜଣେ ଏହି ଫଟୋକୁ 'ଫାଣ୍ଟାଷ୍ଟିକ୍' ବୋଲି କହୁଥିବାବେଳେ ଅନ୍ୟ ଜଣେ ଲେଖିଛନ୍ତି ଯେ “ଏ ପୁରୁଷ ବାଳକମାନଙ୍କର ମଧ୍ୟ କ୍ରସ୍‌”। ଆଉ ଜଣେ ହ୍ରିତିକ୍‌ଙ୍କୁ ନିଆଁ ଲଗଉଛନ୍ତି ବୋଲି ମଧ୍ୟ କହିଛନ୍ତି। କେବଳ ଏତିକି ନୁହେଁ, ଜଣେ ପ୍ରଶଂସକ ନିଜ ପାଗଳାମୀର ସୀମା ଅତିକ୍ରମ କରି ଲେଖିଛନ୍ତି ଯେ “ଏବେ ଶୋଇବାକୁ ଯାଉଥିଲି, ନୋଟିଫିକେସନ୍ ଆସିଲା ଏବଂ ଏହି ଫଟୋଟି ଦେଖିବା ପରେ ମତେ ଆଉ ନିଦ ଆସିବ ନାହିଁ।”

Advertisment

ଯଦି ହ୍ରିତିକ ରୋଶନଙ୍କ କାମର କଥା କୁହାଯାଏ ତେବେ ସେ ଏବେ 'ବିକ୍ରମ ବେଧା' ଫିଲ୍ମରେ ସୈଫ୍‌ ଅଲି ଖାନ ଓ ରାଧିକା ଆପ୍‌ଟେଙ୍କ ସହ ନଜର ଆସିବେ। ନିକଟରେ ଆବୁଧାବିରେ ଏହି ଚଳଚ୍ଚିତ୍ରର ସୁଟିଂ ଶେଷ ହୋଇଛି। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ସେପ୍ଟେମ୍ବରରେ ୩୦ ମୁକ୍ତିଲାଭ କରିବାର ଯୋଜନା ରହିଛି। ଏହା ବ୍ୟତୀତ ଦୀପିକା ପାଦୁକୋନ ଓ ଅନିଲ କପୁରଙ୍କ ସହ ତାଙ୍କୁ 'ଫାଇଟର୍'ରେ ମଧ୍ୟ ଦେଖିବାକୁ ମିଳିବ। ସିଦ୍ଧାର୍ଥ ଆନନ୍ଦ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ