Advertisment

ନୂଆ ପ୍ରେମ ସଂପର୍କ: ହ୍ରିତିକ ରୋଶନ ସବା ଆଜାଦଙ୍କ ଆଫେୟାର୍‌କୁ ନେଇ ଚର୍ଚ୍ଚା

ଚର୍ଚ୍ଚାରେ ହ୍ରିତିକ ରୋଶନ। ସବା ଆଜାଦଙ୍କ ସହ ଅଛି କି ଆଫେୟାର୍‌? ପୂରା ଖବର ଜାଣିବା ପାଇଁ ପଢନ୍ତୁ।

Hrithik Roshan’s affairs with Saba Azad!

Hrithik Roshan’s affairs with Saba Azad!

Advertisment

ଅଭିନେତା ହ୍ରିତିକ ରୋଶନ ଆଜିକାଲି ସବା ଆଜାଦଙ୍କ ସହ କଥିତ ଆଫେୟାର୍‌କୁ ନେଇ ଏବେ ଚର୍ଚ୍ଚାରେ। ପ୍ରାୟ ସମୟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି। ତେବେ ସେମାନଙ୍କ ଆଫେୟାର୍‌କୁ ନେଇ ଏପର୍ଯ୍ୟନ୍ତ ଉଭୟଙ୍କ ତରଫରୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରାଯାଇନି। ନିକଟ୍ରେ କରଣ ଜୋହରଙ୍କ ୫୦ତମ ଜନ୍ମଦିନ ଭୋଜିରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ତେବେ ସର୍ବସାଧାରଣରେ ପ୍ରଥମ ଥର ପାଇଁ ସେମାନେ ଏକାଠି ନଜର ଆସିଛନ୍ତି। ସେବେଠାରୁ ସେମାନଙ୍କ ସମ୍ପର୍କକୁ ନେଇ ଖବର ଖେଳିବାରେ ଲାଗିଛି।

Advertisment

ଏହା ବ୍ୟତୀତ ସୋସିଆଲ ମିଡିଆରେ ଦେଖାଯାଉଥିବା ପରସ୍ପରଙ୍କ ପୋଷ୍ଟ୍‌ ମଧ୍ୟ ଏହାକୁ ସତ ବୋଲି ପ୍ରମାଣିତ କରୁଛି। ନିକଟରେ ମୁକ୍ତିଲାଭ କରିଥିବା ସବାଙ୍କ ଏକ ଗୀତକୁ ଖୁବ ପ୍ରଶଂସା କରିଛନ୍ତି।

ସବା ଆଜାଦ କେବଳ ଜଣେ ଅଭିନେତ୍ରୀ ନୁହନ୍ତି, ସେ ଜଣେ ଗାୟକ ମଧ୍ୟ। ନିକଟରେ ସବାଙ୍କର ନୂଆ ଗୀତ 'ଆଇ ହିୟର୍ ୟୋର୍ ଭଏସ୍' ରିଲିଜ୍ ହୋଇଛି, ଯାହାକୁ ବହୁତ ପସନ୍ଦ କରାଯାଉଛି। ବର୍ତ୍ତମାନ ହ୍ରିତିକ ରୋଶନ ମଧ୍ୟ ସବାଙ୍କ ଏହି ଗୀତ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସୋସିଆଲ ମିଡିଆରେ ହ୍ରିତିକଙ୍କ ଏହି ମନ୍ତବ୍ୟ ଖୁବ୍ ଭାଇରାଲ ହେବାରେ ଲାଗିଛି। ସବାଙ୍କ ଗୀତକୁ ପ୍ରଶଂସା କରୁଥିବାବେଳେ ହ୍ରିତିକ ତାଙ୍କୁ ବହୁତ ଉତ୍ସାହିତ କରିଛନ୍ତି।

Advertisment

ହ୍ରିତିକ ତାଙ୍କ ଇନ୍‌ଷ୍ଟା କାହାଣୀରେ ସବାଙ୍କ ଗୀତର ପୋଷ୍ଟ୍‌ ଶେୟାର କରିଛନ୍ତି। ଏହା ସହ ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ 'ଏହା ଖୁବ୍ ସୁନ୍ଦର।' ଏହି କ୍ୟାପ୍‌ସନ୍‌ରେ ସେ ଏକ ହାର୍ଟ ଇମୋଜୀ ମଧ୍ୟ ଦେଇଛନ୍ତି। ହ୍ରିତିକ ରୋଶନଙ୍କ ଏହି ଇନ୍‌ଷ୍ଟା ଷ୍ଟୋରୀ ଖୁବ ଭାଇରାଲ ହେବାରେ ଲାଗିଛି।

ତେବେ ହ୍ରିତିକ ସବାଙ୍କୁ ପ୍ରଶଂସା କରିବା ଏହା ପ୍ରଥମ ନୁହେଁ। ଏହାପୂର୍ବରୁ ସେ ତାଙ୍କୁ 'ଦି ରକେଟ୍ ବୟଜ୍' ପାଇଁ ପ୍ରଶଂସା କରିଥିଲେ। ହ୍ରିତିକ ରୋଶନ ୱେବ୍ ସିରିଜ୍ 'ଦି ରକେଟ୍ ବୟଜ୍' ଦେଖିଥିଲେ ଏବଂ ଏହା ଦେଖିବା ପରେ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ଦୁଇଟି ପୋଷ୍ଟ୍‌ ମଧ୍ୟ କରିଥିଲେ। ସବା ଆଜାଦଙ୍କ ଏହି ନୂଆ ଗୀତ ଜୁନ୍‌ ୧୭ରେ ମୁକ୍ତିଲାଭ କରିଥିଲା, ଯାହା ସବାଙ୍କର ଏକ ସ୍ୱପ୍ନର ପ୍ରୋଜେକ୍ଟ ଥିଲା। ଏଥିପାଇଁ ସେ ବହୁତ ସମୟ ଅପେକ୍ଷା ମଧ୍ୟ କରିଥିଲେ।

Advertisment

କାମର କଥା ଆଲୋଚନା କଲେ ହ୍ରିତିକ ରୋଶନ ଖୁବ୍ ଶୀଘ୍ର ତାଙ୍କର ଆଗାମୀ ଫିଲ୍ମ ‘ବିକ୍ରମ ବେଧା’ରେ ନଜର ଆସିବେ। ଏଥିରେ ମୁଖ୍ୟ ଭୂମିକାରେ ଅଭିନେତା ସୈଫ୍‌ ଅଲି ଖାନ ମଧ୍ୟ ଅଭିନୟ କରିଛନ୍ତି। ୨୦୧୯ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ୱାର୍' ପରେ ହ୍ରିତିକ ରୋଶନଙ୍କୁ ଏବେ ବଡ଼ ପରଦାରେ ଦେଖିବାକୁ ମିଳିବ। ପରଦାରେ ହ୍ରିତିକଙ୍କୁ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ