hollywood actor ray Stevenson died at 58
ହଲିଉଡ୍ର ପ୍ରସିଦ୍ଧ ଅଭିନେତା ରେ ଷ୍ଟିଭେନ୍ସେନ୍ ୫୮ ବର୍ଷ ବୟସରେ ଦେହାନ୍ତ କରିଛନ୍ତି। ଆଇରିସ୍ ମୂଳ ଏହି ଅଭିନେତାଙ୍କୁ ଏସ୍ଏସ୍ ରାଜାମୌଲିଙ୍କ ହିଟ୍ ଫିଲ୍ମ 'ଆର୍ଆର୍ଆର୍'ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ରେ’ଙ୍କ ପ୍ରଶଂସକମାନେ ଦୁଃଖରେ ବୁଡି ରହିଛନ୍ତି। ଆଉ ମାତ୍ର ଦୁଇ ଦିନ ପରେ, ମେ ୨୫ ରେ, ତାଙ୍କର ଜନ୍ମଦିନ ଥିଲା। ତେବେ ରେ’ଙ୍କ ମୃତ୍ୟୁ ଖବର ସମଗ୍ର ମନୋରଞ୍ଜନ ଜଗତରେ ଶୋକର ଲହରୀ ଖେଳେଇଦେଇଛି।
ରାଜାମୌଲିଙ୍କ ପିରିୟଡ୍ ଆକ୍ସନ୍ ଫିଲ୍ମ 'ଆର୍ଆର୍ଆର୍'ରେ ରାମ ଚରଣ ଏବଂ ଜୁନିଅର ଏନ୍ଟିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଚଳଚ୍ଚିତ୍ରରେ ରେ’ ଷ୍ଟିଭେନସନ୍ ଖଳନାୟକ ଭୂମିକାରେ ନଜର ଆସିଥିଲେ। ସେ 'ସ୍କଟ୍ ବକ୍ସଟନ୍' ଭୂମିକାରେ ଅଭିନୟ କରିଥିଲେ। ଏହା ତାଙ୍କ କ୍ୟାରିୟରର ପ୍ରଥମ ଭାରତୀୟ ଚଳଚ୍ଚିତ୍ର ଥିଲା। ସେ ୨୫ ମେ ୧୯୬୪ରେ ଉତ୍ତର ଆୟର୍ଲାଣ୍ଡରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଜଣେ ପାଇଲଟ୍ ଥିଲେ ଏବଂ ୮ ବର୍ଷ ବୟସରେ ସେ ନିଜ ପରିବାର ସହିତ ଇଂଲଣ୍ଡ ପଳେଇ ଆସିଥିଲେ।
ରେ’ ତାଙ୍କ ମନୋରଞ୍ଜନ ଜଗତରେ ଅନେକ ନା’ ଅର୍ଜନ କରିଥିଲେ। ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଥିଲେ, ଯାହା ଦର୍ଶକଙ୍କ ହୃଦୟରେ ଏକ ଛାପ ଛାଡିଦେଇଛି। ସେ 'ପନିସର୍: ୱାର୍ ଜାନ', ' ଦ ଥିଓରୀ ଅଫ୍ ଫ୍ଲାଇଟ୍', 'କିଙ୍ଗ୍ ଆର୍ଥର୍'ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏହା ସହିତ ସେ 'ଦି ୱାକିଙ୍ଗ୍ ଡେଡ୍', 'ଷ୍ଟାର୍ ୱାର୍ସ', 'ବ୍ଲାକ୍ ସେଲ୍ସ', 'ଡେକ୍ସଟର୍' ଭଳି ଆନିମେଟେଡ୍ ଶୋ’ ପାଇଁ ମଧ୍ୟ ବେଶ ଜଣାଶୁଣା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684852826.jpg)