Advertisment

ଏମାନେ ଗୋଟିଏ ଫିଲ୍ମ କରିବାକୁ ନିଅନ୍ତି କୋଟି କୋଟି ଟଙ୍କା

ବଲିଉଡ୍‌ରେ ହାଇବଜେଟ୍ କଳାକାରମାନେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ତାମିଲ୍ ଇଣ୍ଡଷ୍ଟ୍ରୀରେ ମଧ୍ୟ ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ଗୋଟିଏ ଫିଲ୍ମ ପାଇଁ କୋଟି କୋଟି ଟଙ୍କା ଚାର୍ଜ କରିଥାନ୍ତି। ଆସନ୍ତୁ ଜାଣିବା ସେମାନେ କିଏ?

ଅଦ୍ୟତନ ହୋଇଛି
Highest paid actors in tamil cinema

Highest paid actors in tamil cinema

Advertisment

ବଲିଉଡ୍‌ ଇଣ୍ଡଷ୍ଟ୍ରୀର ସେଲିବ୍ରିଟିମାନେ ବଡ ବଜେଟ୍‌ର ଫିଲ୍ମ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ତାମିଲ୍ କଳାକାରମାନେ ମଧ୍ୟ ଏମାନଙ୍କ ଠାରୁ କମ୍ ନୁହନ୍ତି। ତାମିଲ ‍ଇଣ୍ଡଷ୍ଟ୍ରୀରେ ମଧ୍ୟ ଅନେକ ହାଇ ବଜେଟ୍ କଳାକାର ଅଛନ୍ତି। ଅଜୀତ୍ କୁମାର, ଥାଲାପତି ବିଜୟ, ରଜନୀକାନ୍ତ, ଧନୁଷ ଓ ସୂର୍ଯ୍ୟାଙ୍କର ନାମ ହାଇପେଡ୍‌ ଷ୍ଟାର୍‌ଙ୍କ ତାଲିକାରେ ଆସୁଛି। ତେବେ ଆସନ୍ତୁ ଜାଣିବା ଗୋଟିଏ ଫିଲ୍ମ ପାଇଁ ଏମାନେ କେତେ ଟଙ୍କା ନିଅନ୍ତି।

Advertisment

ରଜନୀକାନ୍ତ:

Highest paid actors in tamil cinemaଗୋଟିଏ ଫିଲ୍ମ ପାଇଁ ୩୦ କୋଟି ନିଅନ୍ତି ରଜନୀକାନ୍ତ

ରଜନୀକାନ୍ତଙ୍କୁ ସିନେ ଦୁନିଆର ଭଗବାନ ବୋଲି କୁହାଯାଏ। ଲୋକେ ତାଙ୍କର ପୂଜା ଅର୍ଚ୍ଚନା ମଧ୍ୟ କରନ୍ତି। ତାମିଲ୍ ଫିଲ୍ମରେ ସେ ସବୁଠାରୁ ଅଧିକ ଫିସ୍ ନେଉଥିବା ଅଭିନେତ୍ରୀଙ୍କ ତାଲିକାରେ ଅଛନ୍ତି। ସୁପରଷ୍ଟାର ରଜନୀକାନ୍ତ ଗୋଟିଏ ଫିଲ୍ମ ପାଇଁ ୩୦କୋଟି ଟଙ୍କା ନେଇଥାନ୍ତି। ସୂଚନା ମୁତାବକ ଫିଲ୍ମ ‘ଏଥିରନ୍’ ପାଇଁ ରଜନୀକାନ୍ତ ୨୩ କୋଟି ନେଇଥିଲେ।

ଅଜିତ କୁମାର:

Highest paid actors in tamil cinema୨୪ ରୁ ୨୫ କୋଟି ଚାର୍ଜ କରନ୍ତି ଅଜିତ କୁମାର

ଅଜିତ କୁମାରଙ୍କୁ ତାମିଲ ଫିଲ୍ମର ଶାହରୁଖ ଖାନ ବୋଲି କୁହାଯାଏ। ଅଜିତ ତାମିଲ ଫିଲ୍ମର ଜଣେ ଅତି ପରିଚିତ ନାମ। ତାଙ୍କ ସଫଳତାର କାହାଣୀ ସାରା ଦେଶ ଜାଣେ। ତାଙ୍କ ଫିଲ୍ମ ବକ୍ସ ଅଫିସ୍‌ରେ ସବୁବେଳେ ହଇଚଇ ସୃଷ୍ଟିକରେ। ଅଜିତ କୁମାର ଗୋଟିଏ ଫିଲ୍ମ ପାଇଁ ୨୪ ରୁ ୨୫ କୋଟି ଚାର୍ଜ କରନ୍ତି। ସେ ଖୁବ୍ ଶୀଘ୍ର ଫିଲ୍ମ ‘ଭାଲିମାଇ’ରେ ନଜର ଆସିବେ। ଏହି ଫିଲ୍ମ ଜାନୁଆରୀ ୧୩ରେ ରିଲିଜ୍ ହେବ।

Advertisment

ଥାଲାପତି ବିଜୟ:Highest paid actors in tamil cinema୮୦ କୋଟି ନେଉଛନ୍ତି ଥାଲାପତି ବିଜୟ

ଥାଲାପତି ବିଜୟ ଧନୀ ଅଭିନେତାମାନଙ୍କ ମଧ୍ୟରୁ ଜଣେ। ପୂର୍ବରୁ ଏହି ଅଭିନେତା ଗୋଟିଏ ଫିଲ୍ମ ପାଇଁ ୧୮ ରୁ ୨୦ କୋଟି ଟଙ୍କା ନେଉଥିଲେ। ବର୍ତ୍ତମାନ ସେ ତାଙ୍କ ଫିସ୍ ବଢେଇ ଦେଇଛନ୍ତି। କୁହାଯାଏ ଯେ ସେ ଫିଲ୍ମ୍ ‘ମାଷ୍ଟର୍’ ପାଇଁ ଉଚ୍ଚା ବଜେଟ୍ ନେଇଥିଲେ। ଏହି ଫିଲ୍ମ ପାଇଁ ସେ ୮୦ କୋଟି ନେଇଥିଲେ। କୁହାଯାଉଛି ତାଙ୍କର ଆଗାମୀ ଫିଲ୍ମ ‘ଥାଲାପାଥି ୬୫’ ପାଇଁ ତାଙ୍କୁ ୧୦୦ କୋଟିରୁ ଅଧିକ ଦିଆଯାଇପାରେ। ସେ ମାଷ୍ଟର ବ୍ୟତୀତ ଭିଲ୍ଲ୍ୟାୟୁଧମ୍ ନାନବନ୍, ଥୁପ୍ପକ୍କୀ, ଜିଲ୍ଲା, କଥୀ ଭଳି ଅନେକ ବକ୍ସ ଅଫିସ୍ ହିଟ୍ ଫିଲ୍ମ ଦେଇଛନ୍ତି।

ସୂର୍ଯ୍ୟା:

Highest paid actors in tamil cinema୨୦ରୁ ୨୫ କୋଟି ଟଙ୍କା ନେଉଛନ୍ତି ସୂର୍ଯ୍ୟା

ସୂର୍ଯ୍ୟା ଆଜିକାଲି ତାଙ୍କର ଫିଲ୍ମ ‘ଜୟ ଭୀମ୍’କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। ଏନେଇ ସେ ଦେଶସାରା ଆଲୋଚନାରେ ଥିବାବେଳେ ତାମିଲନାଡୁର ଏକ ସମୁଦାୟ ଫିଲ୍ମକୁ ନେଇ ବିରୋଧ କରୁଛନ୍ତି। ତେବେ ଏହି ଅଭିନେତା ତାମିଲ୍ ଇଣ୍ଡଷ୍ଟ୍ରୀର ଜଣେ ଆଗଧାଡିର ଅଭିନେତା। ପୂର୍ବରୁ ସୂର୍ଯ୍ୟା ଗୋଟିଏ ଫିଲ୍ମ ପାଇଁ ୧୦ ରୁ ୧୨ କୋଟି ନେଉଥିବା ବେଳେ ଏବେ ୨୦ରୁ ୨୫ କୋଟି ଟଙ୍କା ନେଉଛନ୍ତି। ଏହା ଛଡା ଗୋଟିଏ ଫିଲ୍ମକୁ ତେଲୁଗୁ ଡବ୍ କରିବା ନେଇ ସେ ୫ କୋଟି ଟଙ୍କା ନିଅନ୍ତି।

Advertisment

କମଲ ହାସନ:

Highest paid actors in tamil cinema୨୫ କୋଟିରୁ ଅଧିକ ଦାବି କରନ୍ତି କମଲ ହାସନ

କମଲ ହାସନ ମଧ୍ୟ ତାମିଲ୍ ସୁପରହିଟ୍ ଅଭିନେତାମାନଙ୍କ ମଧ୍ୟରେ ଜଣେ। ସେ ଗୋଟିଏ ଫିଲ୍ମ ପାଇଁ ୨୫ କୋଟିରୁ ଅଧିକ ଦାବି କରନ୍ତି। ସେ ଖାଲି ଜଣେ ସଫଳ ଅଭିନେତା ନୁହନ୍ତି ଜଣେ ସଫଳ ନିର୍ମାତା ଓ ହୋଷ୍ଟ୍ ମଧ୍ୟ। ସେ ବିଗ୍ ବସ୍ ଶୋକୁ ହୋଷ୍ଟ୍ କରି ଅନେକ ଅର୍ଥ ମଧ୍ୟ ରୋଜଗାର କରନ୍ତି।

ଧନୁଷ:

Highest paid actors in tamil cinemaଧନୁଷ ଗୋଟିଏ ଫିଲ୍ମ ପାଇଁ ୭ରୁ ୮ କୋଟି ଟଙ୍କା ଚାର୍ଜ କରନ୍ତି

ନିଜର ଅଭିନୟ କୌଶଳ ନେଇ ଧନୁଷ ଜାତୀୟ ଚଳଚ୍ଚିତ୍ର ସମ୍ମାନ ଗ୍ରହଣ କରିଛନ୍ତି। ନିକଟରେ ତାଙ୍କୁ BRICS ଫିଲ୍ମ ଫେଷ୍ଟିଭାଲ୍‌ରେ ସର୍ବଶ୍ରେଷ୍ଠ ଅଭିନେତା ସମ୍ମାନରେ ସମ୍ମାନୀତ କରାଯାଇଛି। ସେ ଖାଲି ତାମିଲ୍ ନୁହେଁ, ବଲିଉଡ୍ ଓ ହଲିଓଉଡ୍‌ରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖେଇଛନ୍ତି। ଧନୁଷ ଗୋଟିଏ ଫିଲ୍ମ ପାଇଁ ୭ରୁ ୮ କୋଟି ଟଙ୍କା ଚାର୍ଜ କରନ୍ତି।

Fillm
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ