Advertisment

ଚଳିତ ବର୍ଷର ଭଲ ରୋଜଗାର କରିଥିବା ୬ ବଡ ଫିଲ୍ମ

ଚଳିତ ବର୍ଷ ଚଳଚ୍ଚିତ୍ର ଶିଳ୍ପରେ ବହୁ ଉନ୍ନତି ଆସିଛି। ଅନେକ ଫିଲ୍ମ ଦର୍ଶକମାନଙ୍କୁ ହଲ୍‌କୁ ଟାଣିବାକୁ ବାଧ୍ୟ କରିଛି। ଆସନ୍ତୁ ସେମିତି କିଛି ଫିଲ୍ମ ଉପରେ ନଜର ପକେଇ ନେବା।

Highest grossing movies of 2022

Highest grossing movies of 2022

Advertisment

୨୦୨୨ର ଅଧା ବିତିଗଲାଣି। କୁହାଯାଇପାରେ ଯେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଏବଂ ବକ୍ସ ଅଫିସରେ ଏହି ବର୍ଷ ବହୁତ ଭଲ ପ୍ରଦର୍ଶନ କରିଛି ଦେଖାଯାଉଛି। କୋଭିଡ ୧୯ ମହାମାରୀର ଧକ୍କା ପରେ ସିନେମା ଜଗତର ମନ୍ଥର ଗତି ପରେ ଏବେ ଏଥିରେ ଉନ୍ନତି ଦେଖାଯାଉଛି। ନିର୍ମାତାମାନେ ଗୋଟିଏ ପରେ ଗୋଟିଏ ବ୍ଲକ୍‌ବଷ୍ଟର ଫିଲ୍ମ ନିର୍ମାଣ କରୁଛନ୍ତି, ଯାହା ସିନେମା ହଲ୍‌କୁ ବହୁ ସଂଖ୍ୟାରେ ଦର୍ଶକଙ୍କୁ ଆକର୍ଷିତ କରୁଛି।

Advertisment

ବର୍ତ୍ତମାନ ପ୍ରସିଦ୍ଧ ଅଭିନେତା ଏବଂ ବିଭିନ୍ନ ବିଷୟବସ୍ତୁ ସହିତ ଚଳଚ୍ଚିତ୍ରଗୁଡିକ ବକ୍ସ ଅଫିସରେ ଭଲ କଲେକ୍ସନ୍ କରି ରେକର୍ଡ ସୃଷ୍ଟି କରୁଛନ୍ତି। ଏହି ତାଲିକାରେ 'RRR', 'KGF ୨', 'ଭୁଲ୍ ଭୁଲୈୟା ୨', 'କାଶ୍ମୀର ଫାଇଲ୍ସ' ସହିତ ଅନେକ ଫିଲ୍ମ ରହିଛି। ତେବେ ଆସନ୍ତୁ କିଛି ଫିଲ୍ମ ଉପରେ ନଜର ପକେଇବା।

KGF ୨:

ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଏହି KGF ୨ ଚଳିତ ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇଛି। ଏଥିରେ ମୁଖ୍ୟ ଭୂମିକାରେ ସାଉଥ୍ ଅଭିନେତା ୟଶ ନଜର ଆସିଛନ୍ତି। ଏହି ଫିଲ୍ମରେ ଜଣେ ଗରିବ ପରିବାରରୁ ଆସୁଥିବା ରକୀ(ୟଶ)ର କାହାଣୀକୁ ଚିତ୍ରିତ କରାଯାଇଛି।

Advertisment

RRR:

RRR ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ରାମଚରଣ ଏବଂ ଜୁନିୟର୍‌ ଏନ୍‌ଟିଆର୍ ନଜର ଆସିଛନ୍ତି। ଏସ୍ ରାଜାମୌଲିଙ୍କ ଏହି ଚଳଚ୍ଚିତ୍ରଟି ଦୁଇ ଭାରତୀୟ ବିପ୍ଳବୀ ଅଲୁରୀ ସୀତାରାମ ରାଜୁ (ଚରଣ) ଏବଂ କୋମାରାମ ଭୀମ (ଜୁନିଅର ଏନ୍‌ଟିଆର) ଙ୍କ ଜୀବନ ଉପରେ ଆଧାରିତ, ଯେଉଁମାନେ ବ୍ରିଟିଶ ରାଜ ବିରୁଦ୍ଧରେ ଲଢିଥିଲେ।

'ଦ କାଶ୍ମୀର ଫାଇଲ୍ସ'

ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ' ୧୯୯୦ ଦଶକର କାଶ୍ମୀର ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ କାଶ୍ମୀର ପଣ୍ଡିତଙ୍କ ପଳାୟନ ଏବଂ ସେମାନଙ୍କର ପରବର୍ତ୍ତୀ ଘଟଣା ଦେଖାଯାଇଛି। ଚଳଚ୍ଚିତ୍ରରେ ଅନୁପମ ଖେର, ଦର୍ଶନ କୁମାର, ମିଥୁନ ଚକ୍ରବର୍ତ୍ତୀ, ପଲ୍ଲଭୀ ଯୋଶୀଙ୍କୁ ଦେଖିବାକୁ ମିଳେ।

Advertisment

ବିକ୍ରମ:

କମଲ ହାସନଙ୍କ ଅଭିନୀତ ଫିଲ୍ମ 'ବିକ୍ରମ' ଦୁଇ ଭାଇଙ୍କ କାହାଣୀ ଉପରେ ଆଧାରିତ, ଜଣେ ଗ୍ୟାଙ୍ଗଷ୍ଟର ଏବଂ ଅନ୍ୟ ଜଣେ ରାଜନେତା। ଏହି ଫିଲ୍ମଟି ମଧ୍ୟ ବହୁତ ସଫଳତା ହାସଲ କରିଛି। ଖବର ଅନୁଯାୟୀ, ଲୋକେଶ କନଗରାଜଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୩୦୦ କୋଟି ଟଙ୍କା ରୋଜଗାର କରିଛି।

'ଗଙ୍ଗୁବାଇ କାଠିଆୱାଡି'

ଆଲିଆ ଭଟ୍ଟଙ୍କ ଅଭିନୀତ 'ଗଙ୍ଗୁବାଇ କାଠିଆୱାଡି' ହୁସେନ୍ ଜୈଦୀଙ୍କ ପୁସ୍ତକ 'ମାଫିଆ କୁଇନ୍ ଅଫ୍ ମୁମ୍ବାଇ' ଉପରେ ଆଧାରିତ। ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ମୁମ୍ବାଇର ରେଡ୍ ଲାଇଟ୍ ଅଞ୍ଚଳର ଜଣେ ପ୍ରଭାବଶାଳୀ ମହିଳା ଗଙ୍ଗୁବାଇଙ୍କ କାହାଣୀକୁ ଦେଖାଯାଇଛି। ଗଙ୍ଗୁବାଇ ମାୟାନାଗରୀକୁ ହିରୋଇନ୍ ହେବାକୁ ଆସନ୍ତି ସତ କିନ୍ତୁ ତାଙ୍କ ଭାଗ୍ୟ ତାଙ୍କୁ ମାଫିଆ କ୍ୱିନ୍ କରିଦିଏ।

ଭୁଲ୍ ଭୁଲୈୟା ୨:

'ଭୁଲ୍ ଭୁଲୈୟା ୨' ଅକ୍ଷୟ କୁମାର ଏବଂ ବିଦ୍ୟା ବାଲାନଙ୍କ ୨୦୦୭ରେ ଆସିଥିବା ଫିଲ୍ମର ସିକ୍ୱେଲ୍‌। ଏଥିରେ କାର୍ତ୍ତିକ ଆର୍ଯ୍ୟନ୍ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଏହି ଜବରଦସ୍ତ କମେଡି ଚଳଚ୍ଚିତ୍ର କାର୍ତ୍ତିକଙ୍କ କ୍ୟାରିୟରର ସବୁଠୁ ବଡ ହିଟ୍ ବୋଲି ପ୍ରମାଣିତ ହୋଇଛି।

Bollywood Big Collection Film
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ