Hardik pandya natasa stankovic wedding video viral
ପତ୍ନୀ ନତାଶାଙ୍କଠାରୁ ଅଲଗା ହେବାର ଖବର ପାଇଁ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ନତାଶାଙ୍କ ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲ୍ରୁ ଇଶାରା ମିଳିଛି ଯେ ଉଭୟଙ୍କ ମଧ୍ୟରେ ନିଶ୍ଚିତ ଭାବେ କିଛି ମତଭେଦ ହୋଇଛି। ଏହି ଖବର ଭାଇରାଲ ହେବାର ୫-୬ ଦିନ ବିତିଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ନତାଶା କିମ୍ବା ହାର୍ଦ୍ଦିକଙ୍କ ତରଫରୁ କୌଣସି ମତ ଆସିନାହିଁ।
ମେ ୨୫ ରେ ନତାଶା ତାଙ୍କର ଜଣେ ବନ୍ଧୁଙ୍କ ସହ ବୁଲୁଥିବା ଦେଖାଯାଇଥିଲା ଯେତେବେଳେ ପାପାରାଜି ତାଙ୍କୁ ଛାଡପତ୍ର ବିଷୟରେ ପ୍ରଶ୍ନ ପଚାରିଥିଲେ, ସେ ‘ଧନ୍ୟବାଦ’ କହି ସେଠାରୁ ଆଗକୁ ଚାଲିଯାଇଥିଲେ। ଏଥିରୁ ଅନୁମାନ କରାଯାଉଛି କିଛି ନା କିଛି ଗଡବଡ ଚାଲିଛି। ଯଦି ସବୁକିଛି ଥାଆନ୍ତ ତେବେ ସେ କିମ୍ବା ହାର୍ଦ୍ଦିକ ନିଶ୍ଚିତ ଭାବରେ କିଛି କହି ଏଭଳି ଗୁଜବକୁ ଶାନ୍ତ କରିଥାନ୍ତେ।
ଗୋଟିଏ ପଟେ ଉଭୟଙ୍କୁ ନେଇ ଛାଡପତ୍ର ଖବର ବୃଦ୍ଧି ପାଇବାରେ ଲାଗୁଥିବା ବେଳେ, ଅନ୍ୟପଟେ ୨୦୧୮ରେ ହାର୍ଦ୍ଦିକ ଏବଂ ନତାଶାଙ୍କ ବିବାହର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓ ବିବାହର ଏକ ରୀତିନୀତିର ଅଂଶ। ଏଥିରେ ହାର୍ଦ୍ଦିକ ଖୁଲମଖୁଲା ଭାବେ ଭାବେ ଟଙ୍କା ଉଡାଉଥିବା ନଜର ଆସନ୍ତି। ଏହି ଭିଡିଓରେ କ୍ରିକେଟରଙ୍କଠାରୁ ଟଙ୍କାର ତାଙ୍କ ଶାଳୀମାନେ ଟଙ୍କା ଡିମାଣ୍ଡ କରୁଛନ୍ତି। ଏହାପରେ ଶାଳୀମାନଙ୍କର ମନ ଜିତିବା ପାଇଁ ସେ ସିଧାସଳଙ୍କ ଉପହାର ଭାବେ ୫ ଲକ୍ଷ ଟଙ୍କା ଦିଅନ୍ତି।
ଭିଡିଓରୁ ଜଣାପଡୁଛି ଯେ ବିବାହ ସମୟରେ ଶାଳୀମାନେ ହାର୍ଦ୍ଦିକଙ୍କ ଜୋତା ଲୁଚେଇ ଦେଇଛନ୍ତି ଆଉ ଏହାକୁ ଦେବା ପାଇଁ ଟଙ୍କା ଡିମାଣ୍ଡ୍ କରୁଛନ୍ତି। ଶାଳୀମାନେ ଜୋତା ଫେରେଇବା ନେଇ ୧ ଲକ୍ଷ ଟଙ୍କା ଡିମାଣ୍ଡ କରୁଥିବା ବେଳେ ହାର୍ଦ୍ଦିକ ସିଧାସିଧା ୫ ଲକ୍ଷ ଟଙ୍କା ଦେବେ ବୋଲି କୁହନ୍ତି।
ବର୍ତ୍ତମାନ ଏହି ଭିଡିଓ ଇଣ୍ଟର୍ନେଟ୍ରେ ଭାଇରାଲ ହେଉଛି। କିଛି ଲୋକ ମନ୍ତବ୍ୟ ଦେଉଛନ୍ତି ଯେ ହାର୍ଦ୍ଦିକ ବର୍ତ୍ତମାନ ଏହି ଟଙ୍କାକୁ ସୁଧ ସହିତ ଫେରାଇ ଆଣିବା ଉଚିତ। ଏହି ଯୋଡିଙ୍କ ବ୍ରେକ୍ଅପ ଖବରକୁ ନେଇ ଅଧିକାଂଶ ଲୋକ ମନ ଦୁଃଖ ମଧ୍ୟ କରୁଛନ୍ତି। ଏମାନଙ୍କର ମଧ୍ୟ ଏକ ପୁଅ ଅଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1716716720.jpg)