Hanuman garhi mahant raju das threaten Leena Manimekalai
ଡକ୍ୟୁମେଣ୍ଟାରୀ 'କାଲୀ'ର ପୋଷ୍ଟର୍କୁ ନେଇ ଆରମ୍ଭ ହୋଇଥିବା ବିବାଦ ରାଜନୈତିକ ମୋଡ ନେଇଛି। ଗୋଟିଏ ପଟେ ରାଜନେତା ଏବଂ ରାଜନୈତିକ ଦଳ ଏହି ପୋଷ୍ଟରକୁ ନିନ୍ଦା କରୁଥିବା ବେଳେ ଏଥିସହିତ ଅଯୋଧ୍ୟାର ହନୁମାନ ଗଢୀ ମନ୍ଦିରର ମହନ୍ତ ରାଜୁଦାସ ଫିଲ୍ମର ନିର୍ମାତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। ରାମ ନଗରୀର ସନ୍ଥ ପୋଷ୍ଟର୍ ବିବାଦ ଉପରେ ନିଜର ମତାମତ ଦେବାବେଳେ ସେ କହିଥିଲେ ଯେ ଆପଣ ବି ଚାହୁଁଛନ୍ତି କି ଆପଣଙ୍କ ମୁଣ୍ଡ ଶରୀରରୁ ଅଲଗା ହୋଇଯାଉ..।ଏହା ଆପଣଙ୍କର ଇଚ୍ଛା ବୋଲି ଆପଣଙ୍କ କାର୍ଯ୍ୟଧାରାରୁ ଜଣାଯାଉଛି।
କେବଳ ଏତିକି ନୁହେଁ ମହନ୍ତ ନିର୍ମାତାଙ୍କୁ ଫିଲ୍ମ ରିଲିଜ୍ ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସନ୍ଥ କହିଛନ୍ତି ଯେ ଯଦି ଚଳଚ୍ଚିତ୍ର ନିର୍ମାତା ନିଜ ଭୁଲ ପାଇଁ କ୍ଷମା ମାଗନ୍ତି, ତେବେ ତାଙ୍କୁ କ୍ଷମା କରାଯିବ। କିନ୍ତୁ ଯଦି ସେ ଏହି ଚଳଚ୍ଚିତ୍ରକୁ ରିଲିଜ୍ କରନ୍ତି, ତେବେ ଏମିତି ପରିବେଶ ସୃଷ୍ଟି କରାଯିବ ଯାହାକୁ ସମ୍ଭାଳିବା କଷ୍ଟକର ହୋଇଯିବ।
ସନ୍ଥ ଆହୁରି କହିଛନ୍ତି ଯେ ଲୀନା ଏହି ଚଳଚ୍ଚିତ୍ରରେ ହିନ୍ଦୁ ଧର୍ମ ଏବଂ ସଂସ୍କୃତିର ଉପହାସ କରିଛନ୍ତି, ଯାହା ଅତ୍ୟନ୍ତ ନିନ୍ଦନୀୟ। ସନାତନ ଧର୍ମ ସହିତ ଖେଳିବାକୁ ସହ୍ୟ କରାଯିବ ନାହିଁ। ମୁଁ ଦେଶର ଗୃହମନ୍ତ୍ରୀଙ୍କୁ ନିବେଦନ କରୁଛି ଯେ ଫିଲ୍ମ 'କାଲୀ'ର ନିର୍ମାତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ଏବଂ ଏହାକୁ ତୁରନ୍ତ ବ୍ୟାନ୍ କରାଯିବା ଉଚିତ।
ସେପଟେ ଦିଲ୍ଲୀ, ବିହାର ଏବଂ ୟୁପି ପୋଲିସ ନୂଆ ଡକ୍ୟୁମେଣ୍ଟାରୀ 'କାଲୀ'ର ବିବାଦୀୟ ପୋଷ୍ଟର୍କୁ ନେଇ ଲୀନା ମଣିମେକଲାଇଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657107517.jpg)