Advertisment

Govinda: ଛାଡ଼ପତ୍ର ଚର୍ଚ୍ଚା ଭିତରେ ଭାଇରାଲ୍ ହେଲା କିସ୍ ଭିଡିଓ; ଜାଣନ୍ତୁ ଉଭୟଙ୍କ ପ୍ରେମ କାହାଣୀ

ଚର୍ଚ୍ଚାରେ ଗୋବିନ୍ଦା ଏବଂ ସୁନୀତା ଆହୁଜାଙ୍କ ଛାଡ଼ପତ୍ର ଗୁଜବ। ଏହି ସମୟରେ ଗୋବିନ୍ଦା ଏବଂ ସୁନୀତାଙ୍କ ଏମିତି ଏକ ଭିଡିଓ ଦେଖନ୍ତୁ ଯାହା ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ଗୋବିନ୍ଦା ଏବଂ ସୁନୀତା ଆହୁଜା କେକ୍ କାଟିବା ପରେ ପରସ୍ପରକୁ କିସ୍‌ ଦେଉଥିବା ନଜର ଆସିଛନ୍ତି।

ଅଦ୍ୟତନ ହୋଇଛି
Govinda love story with wife sunita ahuja

Govinda love story with wife sunita ahuja

Advertisment

ବ୍ରେକ୍‌ଅପ୍, ପ୍ୟାଚ୍ଅପ୍, ଛାଡପତ୍ର ଏବଂ ବିବାହ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏକ ସାଧାରଣ କଥା। ଏସବୁ ଏମିତି ଚାଲିଥାଏ। କିନ୍ତୁ ବର୍ତ୍ତମାନ ଯାହାଙ୍କୁ ନେଇ ଛାଡପତ୍ରର ଗୁଜବ ହେଉଛି, ସେମାନେ ବଲିଉଡର ଅତି ପ୍ରିୟ ଦମ୍ପତି ଭାବରେ ଜଣାଶୁଣା। ଆମେ ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ବିଷୟରେ କହୁଛୁ। ଏହି ଯୋଡି ଦୀର୍ଘ ୩୭ ବର୍ଷ ହେବ ଏକାଠି ଅଛନ୍ତି।

Advertisment

ବର୍ତ୍ତମାନ ଏମାନଙ୍କ ଛାଡପତ୍ରକୁ ନେଇ ଖୁବ୍ ଆଲୋଚନା ହେଉଛି। ଏହି ସମୟରେ, ଆମେ ଆପଣଙ୍କୁ ଗୋବିନ୍ଦା ଏବଂ ସୁନୀତାଙ୍କର ଏମିତି ଏକ ଭିଡିଓ ଦେଖାଇବୁ ଯାହା ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ଗୋବିନ୍ଦା ଏବଂ ସୁନୀତା ଆହୁଜା କେକ୍ କାଟିବା ପରେ ପରସ୍ପରକୁ କିସ୍‌ ଦେଉଥିବା ନଜର ଆସିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଗୋବିନ୍ଦା-ସୁନୀତାଙ୍କ ବୈବାହିକ ଜୀବନରେ କଳାବାଦଲ ! ରହୁଛନ୍ତି ଅଲଗା, ଚର୍ଚ୍ଚାରେ ଛାଡ଼ପତ୍ର

ଗୋବିନ୍ଦା ଏବଂ ସୁନୀତା ଆହୁଜାଙ୍କ ଏକ ଥ୍ରୋବ୍ୟାକ୍ ଭିଡିଓ ଇନଷ୍ଟାଗ୍ରାମରେ instantbollywood ନାମକ ଏକ ପେଜ୍‌ରେ ଶେୟାର କରାଯାଇଛି। ଏଥିରେ ଗୋବିନ୍ଦା ତାଙ୍କ ପରିବାର ଏବଂ କିଛି ସାଙ୍ଗମାନଙ୍କ ଗହଣରେ ତାଙ୍କ ଜନ୍ମଦିନର କେକ୍ କାଟୁଥିବାର ନଜର ଆସିଛନ୍ତି। ଗୋଲାପି ରଙ୍ଗର ସୁଟ୍‌ରେ ସୁନୀତା ତାଙ୍କ ପାଖରେ ଠିଆ ହୋଇଛନ୍ତି ଏବଂ କେକ୍ କାଟିବା ପରେ ସେ ଗୋବିନ୍ଦାଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି।

Advertisment

ଉଭୟଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ଖବର ଲେଖା ହେବା ବେଳକୁ ଏହାକୁ ୧,୭୦,୦୦୦ରୁ ଅଧିକ ଲୋକ ଲାଇକ୍ କରିଥିଲେ। ପ୍ରଶଂସକମାନେ ଏହି ଭିଡିଓ ଉପରେ ମନ୍ତବ୍ୟ ଦେଉଛନ୍ତି ଯେ “ଆପଣଙ୍କ ଯୋଡି ଏହିପରି ସବୁବେଳେ ରହୁ”। ଅନ୍ୟଜଣେ ମଜ୍ଜାଳିଆ ଢଙ୍ଗରେ କହିଛନ୍ତି ଯେ “ଛାଡପତ୍ର ପାର୍ଟୀ ହେଉଛି କି”?

ରିପୋର୍ଟ ଅନୁଯାୟୀ, ଗୋବିନ୍ଦାଙ୍କର ଜଣେ ମରାଠୀ ଅଭିନେତ୍ରୀଙ୍କ ସହ ଆଫେୟାର ଥିବାରୁ ସୁନୀତା ଆହୁଜା ତାଙ୍କୁ ଛାଡପତ୍ର ନୋଟିସ ପଠାଇଥିବା କୁହାଯାଉଥିଲା। କିନ୍ତୁ ଏହାକୁ ଖଣ୍ଡନ କରି ସୁନୀତା କହିଥିଲେ ଯେ “କୋଉ ମା’ର ପୁଅ ମୋତେ ଏବଂ ଗୋବିନ୍ଦାଙ୍କୁ ଅଲଗା କରିପାରିବେ ନାହିଁ”।

ସୁନୀତା ସେମାନଙ୍କ ଅଲଗା ରହିବାର କାରଣ ମଧ୍ୟ କହିଛନ୍ତି। ସେ  କହିଥିଲେ, ଆମେ ଅଲଗା ଅଲଗା ରହିବାର କାରଣ ହେଉଛି ସେ ଯେତେବେଳେ ରାଜନୀତିରେ ଯୋଗ ଦେଲେ, ସେତେବେଳେ ମୋ ଝିଅ ବଡ ହେଉଥିଲା। ଅନେକ ଲୋକ ଆମ ଘରକୁ ଆସୁଥିଲେ, ତେଣୁ ଆମେ ସାମ୍ନାରେ ଥିବା ବିଲ୍ଡିଂରେ ଆଉ ଏକ ଫ୍ଲାଟ ନେଇଥିଲୁ।

ପ୍ରେମ କାହାଣୀ:

ଗୋବିନ୍ଦାଙ୍କ ମାମୁଁଙ୍କ ସହ ସୁନୀତାଙ୍କ ଭଉଣୀଙ୍କ ବିବାହ ହୋଇଥିଲା। ଏଭଳି ପରିସ୍ଥିତିରେ ସୁନୀତା ତାଙ୍କ ଭଉଣୀଙ୍କ ଘରକୁ ଆସୁଥିଲେ ଏବଂ ଗୋବିନ୍ଦା ତାଙ୍କ ମାମୁଁଙ୍କ ପାଖରେ ରହୁଥିଲେ। ସେ ତାଙ୍କ ମାମୁଁଙ୍କ ସହିତ ତିନି ବର୍ଷ ରହିଥିଲେ। ଏଠାରେ ଉଭୟଙ୍କ ସାକ୍ଷାତ ହୋଇଥିଲା। କିନ୍ତୁ ସୁନୀତା ଏବଂ ଗୋବିନ୍ଦା ପ୍ରଥମ ଦେଖାରେ ପ୍ରେମରେ ପଡ଼ି ନ ଥିଲେ।

ଅଧିକ ପଢ଼ନ୍ତୁ: କାହିଁକି ଅଲଗା ରହୁଛନ୍ତି ଗୋବିନ୍ଦା-ସୁନୀତା ? ଅସଲ କାରଣ କହିଲେ ପତ୍ନୀ

ଗୋବିନ୍ଦା ଏବଂ ସୁନୀତା ଦୁହେଁ ନାଚିବାକୁ ଭଲ ପାଉଥିଲେ। ଅନେକ ଥର, ପାରିବାରିକ କାର୍ଯ୍ୟକ୍ରମରେ ନୃତ୍ୟ ପ୍ରତିଯୋଗିତା ହୁଏ। ଏଥିରେ ସୁନୀତା ଜିତିଯାଆନ୍ତି। ପରେ ସୁନୀତା ହିଁ ଗୋବିନ୍ଦାଙ୍କୁ ନାଚ ଶିଖାଇଥିଲେ। ପରେ ଦୁହେଁ ପରସ୍ପରକୁ ଭଲ ପାଇଥିଲେ।

ଯେତେବେଳେ ସେମାନେ ପ୍ରେମରେ ପଡ଼ିଲେ, ଉଭୟ ପରସ୍ପରକୁ ଅନେକ ପ୍ରେମ ପତ୍ର ଲେଖିଥିଲେ। ଦିନେ ଗୋବିନ୍ଦାଙ୍କ ମା’ଙ୍କ ହାତରେ ଏକ ପ୍ରେମ ଚିଠି ପଡିଲା। ଏହି ଚିଠିରେ ସୁନୀତା ଗୋବିନ୍ଦାଙ୍କୁ ବିବାହ କରିବା କଥା ଲେଖିଥିଲେ। ପରିବାର ସଦସ୍ୟ ଏ ବିଷୟରେ ଜାଣିବାକୁ ପାଇଲେ ଏବଂ ସମସ୍ତଙ୍କ ସହମତିରେ ସେମାନଙ୍କ ଏହି ସମ୍ପର୍କକୁ ଗ୍ରହଣ କଲେ। ୧୧ ମାର୍ଚ୍ଚ ୧୯୮୭ରେ ଦୁହେଁ ବିବାହ କରିଥିଲେ।

Bollywood Social Media Viral Video Govinda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ