Advertisment

Golden Globes 2023: ବିଶ୍ୱ ଦରବାରରେ ଚମକିଲା ‘ନାଟୁ ନାଟୁ’ ଗୀତ, ରଚିଲା ଇତିହାସ

ବିଶ୍ୱ ଦରବାରରେ ଚମକିଲା ଫିଲ୍ମ ‘RRR’। ‘ନାଟୁ ନାଟୁ’ ଗୀତକୁ ଗୋଲ୍‌ଡେନ୍‌ ଗ୍ଲୋବସ୍ ଆୱାର୍ଡ ମିଳିଛି।

ଅଦ୍ୟତନ ହୋଇଛି
 Film RRR's Naatu Naatu Song Won Best Original Song

Film RRR's Naatu Naatu Song Won Best Original Song

Advertisment

ବିଶ୍ୱ ଦରବାରରେ ଚମକିଲା ଫିଲ୍ମ ‘RRR’। ‘ନାଟୁ ନାଟୁ’ ଗୀତକୁ ଗୋଲ୍‌ଡେନ୍‌ ଗ୍ଲୋବସ୍ ଆୱାର୍ଡ ମିଳିଛି। ‘ବେଷ୍ଟ ଅରିଜିନାଲ୍ ସଙ୍ଗ’ କାଟାଗୋରୀରେ ଏକାଧିକ ଫିଲ୍ମକୁ ପଛରେ ପକାଇ ଏସ୍‌ଏସ୍‌ ରାଜାମୌଲିଙ୍କ ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ‘RRR’ର ଗୀତ ‘ନାଟୁ ନାଟୁ’କୁ ଗୋଲ୍‌ଡେନ୍‌ ଗ୍ଲୋବସ୍-୨୦୨୩ ଆୱାର୍ଡ ମିଳିଛି।

Advertisment

ସୂଚନାଥାଉ କି, ଲସ୍‌ ଏଞ୍ଜେଲସ୍‌ରେ ଗୋଲ୍‌ଡେନ୍‌ ଗ୍ଲୋବ୍‌ ଆୟୋଜିତ ହୋଇ ଥିବାବେଳେ କମେଡିଆନ୍‌ Jerrod Carmichael ଏହାର ହୋଷ୍ଟ୍‌ କରିଥିଲେ। 

ହଲିଉଡ୍‌ର ବଡ଼ ବଡ଼ ଆୱାର୍ଡ ମଧ୍ୟରୁ ‘ନାଟୁ ନାଟୁ’, ଯାହାକି ପ୍ରଥମ ଭାରତୀୟ ଫିଲ୍ମର ଗୀତ ଭାବେ ଏହି ଗୋଲ୍‌ଡେନ୍‌ ଗ୍ଲୋବସ୍ ଆୱାର୍ଡ ଜିତିଛି। ‘ବେଷ୍ଟ ଅରିଜିନାଲ୍ ସଙ୍ଗ’ କାଟାଗୋରୀରେ ଅନେକ ହଲିଉଡ୍‌ ଗୀତ ମଧ୍ୟ ସାମିଲ ଥିଲା। ହେଲେ ସବୁକୁ ପଛରେ ପକାଇ ‘ନାଟୁ ନାଟୁ’ ଗୀତକୁ ଗୋଲ୍‌ଡେନ୍‌ ଗ୍ଲୋବସ୍ ଆୱାର୍ଡ ମିଳିଛି। 

Advertisment

ଅଧିକ ପଢ଼ନ୍ତୁ: ହଲିଉଡ୍‌ କ୍ରିଟିକ୍ସ ଆସୋସିଏସନ୍‌ର ମିଡ୍‌ ସିଜନ ପୁରସ୍କାରରେ ସାମିଲ୍ ହେଲା 'RRR'

ଏସ୍.ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘RRR’ ବିଶ୍ୱ ସ୍ତରରେ ୧,୨୦୦ କୋଟି ଟଙ୍କା ବ୍ୟବସାୟ କରିଛି। ରିଲିଜ୍‌ ପୂର୍ବରୁ ଓ ରିଲିଜ୍‌ ପରେ ଏହାକୁ ଦେଖିବା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ତେଲୁଗୁ, ତାମିଲ, ମାଲାୟଲମ୍, କନ୍ନଡ଼ ଓ ହିନ୍ଦୀକୁ ମିଶାଇ ସାରା ଦେଶର ୩ ହଜାରରୁ ଅଧିକ ସ୍କ୍ରିନରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା।

Advertisment

ତେଲୁଗୁ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ନିର୍ଦ୍ଦେଶକ ତଥା ବାହୁବଳୀ ଫେମ୍ ରାଜାମୌଲିଙ୍କ ଫିଲ୍ମ ‘RRR’ ହେଉଛି ଆଉ ଏକ ହାଇବଜେଟ୍‌ ଫିଲ୍ମ। ୩୩୦ କୋଟିରୁ ଅଧିକ ଟଙ୍କା ଥିଲା ଏହାର ବଜେଟ। ସବୁଠୁ ବଡ଼ କଥା ହେଉଛି, ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ଏହା ଖର୍ଚ୍ଚ ରାଶି ବାହାର କରି ନେଇଥିଲା। ଫିଲ୍ମ ଓ ଗୀତ ରାଇଟସ୍ ୪୫୦ କୋଟିରୁ ଅଧିକ ଟଙ୍କାରେ ବିକ୍ରି ହୋଇଥିଲା।

RRR Movie RRR
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ