Advertisment

ଏ ସପ୍ତାହ ସିନେ ପ୍ରେମୀଙ୍କୁ ଭରପୁର ମନୋରଞ୍ଜନ କରିବ

ସିନେ ପ୍ରେମୀଙ୍କ ଏହି ସପ୍ତାହରେ ମିଳିବ ଭରପୁର ମନୋରଞ୍ଜନ। ଦୀର୍ଘ ଦିନର ବ୍ୟବଧାନ ପରେ ଦୁଇଟି ବହୁ ପ୍ରତିକ୍ଷିତ ଫିଲ୍ମ୍ ରିଲିଜ୍ ହେବାକୁ ଯାଉଛି। ଆସନ୍ତାକାଲି ଓଟିଟିରେ ରିଲିଜ୍ ହେଉଛି ଦୁଇଟି ହିନ୍ଦୀ ଫିଲ୍ମ୍। ରାଜକୁମାର ରାଓଙ୍କ 'ହମ୍ ଦୋ, ହମାରେ ଦୋ' ଏବଂ ଇମ୍ରାନ୍ ହାସିମୀଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ଦେବ୍ବୁକ୍'। ଉଭୟ ଫିଲ୍ମ୍ କରୋନା କଟକଣା ଯୋଗୁଁ ବଡ଼ ପରଦାରେ ରିଲିଜ୍ ହୋଇ ପାରି ନ ଥିଲା। ଦୁଇଟି ଯାକ ସିନେମା ଦର୍ଶକଙ୍କୁ ଅଲଗା ସ୍ଵାଦ ଦେବ।

Film Release in OTT

Film Release in OTT

Advertisment

(ପ୍ରସନଜିତ୍ ରାୟ) : ସିନେ ପ୍ରେମୀଙ୍କ ଏହି ସପ୍ତାହରେ ମିଳିବ ଭରପୁର ମନୋରଞ୍ଜନ। ଦୀର୍ଘ ଦିନର ବ୍ୟବଧାନ ପରେ ଦୁଇଟି ବହୁ ପ୍ରତିକ୍ଷିତ ଫିଲ୍ମ୍ ରିଲିଜ୍ ହେବାକୁ ଯାଉଛି। ଆସନ୍ତାକାଲି ଓଟିଟିରେ ରିଲିଜ୍ ହେଉଛି ଦୁଇଟି ହିନ୍ଦୀ ଫିଲ୍ମ୍। ରାଜକୁମାର ରାଓଙ୍କ 'ହମ୍ ଦୋ, ହମାରେ ଦୋ' ଏବଂ ଇମ୍ରାନ୍ ହାସିମୀଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ଦେବ୍ବୁକ୍'। ଉଭୟ ଫିଲ୍ମ୍ କରୋନା କଟକଣା ଯୋଗୁଁ ବଡ଼ ପରଦାରେ ରିଲିଜ୍ ହୋଇ ପାରି ନ ଥିଲା। ଦୁଇଟି ଯାକ ସିନେମା ଦର୍ଶକଙ୍କୁ ଅଲଗା ସ୍ଵାଦ ଦେବ।

Advertisment
Film Release in OTTଏ ସପ୍ତାହ ସିନେ ପ୍ରେମୀଙ୍କୁ ଭରପୁର ମନୋରଞ୍ଜନ କରିବ

ଭର୍ସାଟାଇଲ ରାଜକୁମାର ରାଓ, କ୍ରିତି ସେନନ ଓ ଭେଟେରାନ୍ ପରେଶ୍ ରାୱଲ, ରତ୍ନା ପାଠକ ଶାହାଙ୍କୁ ଗୋଟିଏ ଫ୍ରେମ୍‌ରେ ଦେଖିବାକୁ ମିଳିବ। କମେଡି ଫିଲ୍ମ୍ 'ହମ୍ ଦୋ, ହମାରେ ଦୋ'ରେ ନଜର ଆସିବେ ଏହି ୪ ଅଭିନେତା। ଲଭର୍ ବୟ ବନିଥିବା ରାଜକୁମାର କ୍ରିତିଙ୍କ ସହ ବିବାହ ପାଇଁ କିପରି ମିଛ ବାପା ଓ ମାଙ୍କୁ ପ୍ରସ୍ତୁତ କରୁଛନ୍ତି, ଆଉ ଏହାପରେ କିପରି ପରେଶ୍ ରାୱଲ ଓ ରତ୍ନା ପାଠକଙ୍କ ମଧ୍ୟରେ ନିକଟତା ବଢୁଛି ତାକୁ ନେଇ ସିନେମାର କାହାଣୀ। କମେଡିରେ ପାରଙ୍ଗମ ଥିବା ଏହି ୪ କଳାକାର ଦର୍ଶକଙ୍କୁ ଭରପୁର ହସେଇବେ।

Film Release in OTTଏ ସପ୍ତାହ ସିନେ ପ୍ରେମୀଙ୍କୁ ଭରପୁର ମନୋରଞ୍ଜନ କରିବ
Advertisment

ଗତ କିଛି ବର୍ଷ ଧରି ନିଜ କ୍ୟାରିୟରକୁ ନେଇ ସଂଘର୍ଷ କରୁଥିବା ଇମ୍ରାନ୍ ହାସିମୀଙ୍କ ପାଇଁ 'ଦେବ୍ବୁକ୍' ବେଶ୍ ଗୁରୁତ୍ୱବହନ କରିବ। ମାଲାୟାଲାମ ସିନେମା 'ଇଜ୍‌ରା'ର ଅଫିସିଆଲ୍ ରିମେକ୍ ହେଉଛି 'ଦେବ୍ବୁକ୍'। ଯେଉଁଥିରେ ନବ ବିବାହିତ ଯୋଡିଙ୍କୁ ଏକ ପୁରୁଣା ବକ୍ସ ମିଳେ। ଏହାପରେ କିଛି ଅଦ୍ଭୁତପୂର୍ଣ୍ଣ ଘଟଣା ଏମାନଙ୍କ ଜୀବନକୁ ବଦଳାଇ ଦିଏ। ଦର୍ଶକ ଯେତେ ଫିଲ୍ମକୁ ଦେଖି ଡରିବେ ସେତେ ରୋମାଞ୍ଚ ମଧ୍ୟ ପାଇବେ। ରୋମାନ୍ ଶବ୍ଦ ‘ଦେବ୍ବୁକ୍' ଅର୍ଥ ନିଜ ଶରୀରକୁ ଅନ୍ୟ କେହି ନିୟନ୍ତ୍ରଣ କରିବା। 'ହମ୍ ଦୋ, ହମାରେ ଦୋ' ହଟ୍‌ଷ୍ଟାର୍‌ରେ ରିଲିଜ୍ ହେଉଥିବା ବେଳେ 'ଦେବ୍ବୁକ୍' ଅମାଜନ୍ ପ୍ରାଇମ୍‌ ଭିଡିଓରେ ରିଲିଜ୍ ହେବ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ