Advertisment

ଦମଦାର ଆକ୍ସନ ନେଇ ଆସୁଛି 'ଆଟାକ୍'

ଜନ୍ ଆବ୍ରାହମ୍‌ ଅଭିନୀତ ଫିଲ୍ମ 'ଆଟାକ୍'ର ଟିଜର୍ ରିଲିଜ୍ ହୋଇଯାଇଛି। ଫିଲ୍ମର ଏହି ଝଲକ କହୁଛି ଫିଲ୍ମ କେତେ ଜବରଦସ୍ତ ହୋଇଥିବ।

Film ‘Attack’ teaser out

Film ‘Attack’ teaser out

Advertisment

ମୁମ୍ବାଇ : ଜନ୍ ଆବ୍ରାହାମଙ୍କ ଆଗାମୀ ଚଳଚ୍ଚିତ୍ର 'ଆଟାକ୍'ର ଟିଜର ରିଲିଜ୍ ହୋଇଛି। ଲକ୍ଷ ରାଜ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ଝଲକ କହୁଛି ଯେ ଫିଲ୍ମ ନିଶ୍ଚିତ ଜବରଦସ୍ତ ହୋଇଥିବ। ଟିଜରରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଫିଲ୍ମରେ ଦର୍ଶକଙ୍କୁ ପୁଣି ଥରେ ଜନ୍‌ଙ୍କ ଆକ୍ସନ୍ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ଜନ୍‌ଙ୍କ ସହ ରକୁଲ ପ୍ରୀତ ସିଂ, ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍ ମୁଖ୍ୟ ଭୂମିକାରେ ନଜର ଆସିବେ। ଜେ ଏ ଏଣ୍ଟରଟେନ୍‌ମେଣ୍ଟ୍‌, ପେନ୍ ଇଣ୍ଡିଆ ଲିମିଟେଡ୍ ଓ ଏ କେ ପ୍ରଡକ୍ସନ୍ସର ଏହି ଚଳଚ୍ଚିତ୍ର ଜାନୁଆରୀ ୨୮ରେ ମୁକ୍ତିଲାଭ କରିବ।

Advertisment

'ଆଟାକ୍'ର ଟିଜର୍‌କୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରି ଜନ୍ ଆବ୍ରାହମ୍ କହିଛନ୍ତି ଯେ ଫିଲ୍ମଟି ଆକ୍ସନ୍‌ରେ ପରିପୂର୍ଣ୍ଣ। ଦେଶପ୍ରେମ ଉପରେ ଆଧାରିତ ଏହି ଫିଲ୍ମଟି ମଧ୍ୟ ଗଣତନ୍ତ୍ର ଦିବସ ଅବସରରେ ମୁକ୍ତିଲାଭ କରିବ। ଟିଜର୍‌ରେ ଏହା ଦେଖାଯାଏ ଯେ ଏଥିରେ ଏକ ଦୃଶ୍ୟ ଅଛି ଯେଉଁଥିରେ ଜନ୍‌ଙ୍କ ଚାରିପାଖରେ ସବୁକିଛି ଆଡେସାଡେ ବିଚ୍ଛିନ୍ନ ହୋଇ ପଡିଛି। ଏହା ପରେ ଜନ୍ ପୂରାପୂରି ଆକ୍ସନ ମୁଡ୍‌ରେ ନଜର୍ ଆସୁଛନ୍ତି। ଏହି ଟିଜର୍‌ ସହିତ କ୍ୟାପ୍‌ସନ୍‌ରେ ଲେଖାଅଛି ଯେ

“ଭାରତର ପ୍ରଥମ ମହାନ ସୈନିକ ହେବାର ସାକ୍ଷୀ ହେବାକୁ ପ୍ରସ୍ତୁତ ହୋଇଯାଅ। ଟିଜର ଆଉଟ୍। ଜାନୁଆରୀ ୨୮ରେ 'ଆଟାକ୍' ରିଲିଜ୍ ହେବ।

Advertisment

'ଆଟାକ୍'ର ଟିଜର ଦେଖି ପ୍ରଶଂସକମାନେ ଜନ୍ ଆବ୍ରାହାମଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି। ଜଣେ ଲେଖିଛନ୍ତି 'ୱା ଫିଲ୍ମ କ’ଣ ହେଇଛି ଜନ୍ ସାର୍'। ସେହିପରି ଆଉ ଜଣେ ଲେଖିଛନ୍ତି 'ଖୁବ୍ ଚମତ୍କାର ହେବାକୁ ଯାଉଛି, ଏହି ଫିଲ୍ମରେ କ’ଣ ଆକ୍ସନ ତିଆରି ହୋଇଛି ମ!' ଏହା ବ୍ୟତୀତ ଅନେକ ପ୍ରଶଂସକ ଜନ୍‌ଙ୍କୁ ପଚାରୁଛନ୍ତି ଯେ ସେ ତାଙ୍କର ସମସ୍ତ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରୁ କାହିଁକି ହଟେଇଦେଲେ?

'ଆଟାକ୍'ର ଲେଖକ ତଥା ନିର୍ଦ୍ଦେଶକ ହେଉଛନ୍ତି ଲକ୍ଷ ରାଜ ଆନନ୍ଦ। ଲକ୍ଷଙ୍କ ପାଇଁ ଏହି ଚଳଚ୍ଚିତ୍ରଟି ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ। ଏହି ଫିଲ୍ମ ଦ୍ୱାରା ଲକ୍ଷ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେଇଛନ୍ତି। ଏହି ଚଳଚ୍ଚିତ୍ରରେ ଜନ୍ ଜଣେ ରେଞ୍ଜରଙ୍କ ଭୂମିକାରେ ଅଭିନୟ କରିଛନ୍ତି ଯିଏ ଦେଶକୁ ରକ୍ଷା କରିବା ପାଇଁ କାମ କରୁଛନ୍ତି।

Advertisment

'ଆଟାକ୍'କୁ ନେଇ ଜନ୍ ଆବ୍ରାହମ୍ ଓ ନିର୍ମାତାମାନେ ଖୁବ୍ ଉତ୍ସାହିତ ଅଛନ୍ତି। ଜନ୍ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଚଳଚ୍ଚିତ୍ରଟି ଆକ୍ସନ୍ ଡ୍ରାମାରେ ପୂର୍ଣ୍ଣ ହେବ। ବାସ୍ତବ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ କମାଣ୍ଡୋ ଦଳର ଉଦ୍ଧାର କାର୍ଯ୍ୟର କାହାଣୀ ପ୍ରଦର୍ଶିତ ହେବ। ପ୍ରକାଶ ଥାଉ ଯେ ଫିଲ୍ମଟି ଚଳିତ ବର୍ଷ ଅଗଷ୍ଟ ୧୩ରେ ମୁକ୍ତିଲାଭ କରିବାର ଥିଲା। କିନ୍ତୁ କରୋନା କାରଣରୁ ପ୍ରେକ୍ଷାଳୟଗୁଡିକୁ ଅନୁମତି ମିଳି ନଥିବାରୁ ମୁକ୍ତିଲାଭରେ ବିଳମ୍ବ ହୋଇଛି।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ