Advertisment

ନିରବିଗଲେ ରାଇମୋହନ : ସବୁଦିନ ପାଇଁ ମନେ ରହିବ ତାଙ୍କର ଦମ୍‌ଦାର ଡାଇଲଗ୍‌

ସେ ଚାଲିଗଲେ ସତ ହେଲେ ଦର୍ଶକଙ୍କୁ ସବୁଦିନ ପାଇଁ ମନେ ପଡ଼ିବ ତାଙ୍କର ଦମଦାର ଡାଇଲଗ୍‌

ଅଦ୍ୟତନ ହୋଇଛି
Raimohan Parida

Raimohan Parida

Advertisment

ହଠାତ୍ ଚାଲିଗଲେ ଓଲିଉଡ୍ ଖଳନାୟକ ରାଇମୋହନ ପରିଡ଼ା । ଖଳନାୟକ ଭାବେ ଜୀବନ୍ତ ଅଭିନୟ ପାଇଁ ବେଶ୍ ପରିଚିତ ଥିବା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଛନ୍ତି । ପ୍ରାୟ ୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ରାଇମୋହନ ଆଜି ଆଉ ଆମ ଗହଣରେ ନାହାନ୍ତି । ସେ ଚାଲିଗଲେ ସତ ହେଲେ ଦର୍ଶକଙ୍କୁ ସବୁଦିନ ପାଇଁ ମନେ ପଡ଼ିବ ତାଙ୍କର ଦମଦାର ଡାଇଲଗ୍‌ ଓ ବିଚକ୍ଷଣ ଅଭିନୟ । ଭୁବନେଶ୍ୱର ପଳାଶୁଣି ପ୍ରାଚୀ ବିହାରସ୍ଥିତ ତାଙ୍କ ନିଜସ୍ୱ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି । ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଠାବ କରାଯାଇଛି । ତାଙ୍କ ମୃତ୍ୟୁ ପରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।

Advertisment

୧୯୬୩ ଜୁଲାଇ ୧୦ରେ କେନ୍ଦୁଝରରେ ଜନ୍ମ ଗ୍ରହଣ କରିଥିଲେ ରାଇମୋହନ ପରିଡ଼ା । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିଲେ । ପିଲାବେଳୁ ହିଁ ଅଭିନୟ ପ୍ରତି ଦୁର୍ବଳତା ରହିଥିଲା । ସ୍କୁଲ ଓ କଲେଜରେ ପଢ଼ିବା ସମୟରେ ସେ ବିଭିନ୍ନ ନାଟକରେ ଭାଗ ନେଉଥିଲେ ।

ତେବେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପାଠ ପଢ଼ିବା ସମୟ ଠାରୁ ବିଧିବଦ୍ଧ ଭାବରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ହେଲେ ତାଙ୍କ ପାଇଁ ଅଭିନୟ ଜୀବନ ଏତେ ସହଜ ନଥିଲା । ଖୁବ୍‌ ସଂଘର୍ଷ କରିବା ପାଇଁ ପଡ଼ିଥିଲା । ଅନେକ ରାତି ତାଙ୍କୁ ଉପବାସରେ ରହି ଦିନ କାଟିବାକୁ ପଡ଼ୁଥିଲା । ତଥାପି ସେ ଅଭିନୟ ପଛରେ ଏପରି ପାଗଳ ଥିଲେ ଯେ ସବୁ ଦୁଃଖକଷ୍ଟକୁ ସହି ଯାଉଥିଲେ ।

Advertisment

ସେ ଦୀର୍ଘ ବର୍ଷ ଧରି ଫିଲ୍ମ ଜଗତ ସହ ଜଡ଼ିତ ଥିଲେ । କେତେବେଳେ ଖଳନାୟକ ରୋଲ୍‌ରେ ତାଙ୍କ ଡାଏଲଗ ଦର୍ଶକଙ୍କ ହୃଦସ୍ପନ୍ଦନ ବଢ଼ାଇ ଦେଉଥିବା ବେଳେ କେତେବେଳେ ଇମୋସନାଲ ରୋଲରେ ଆଖିରେ ଲୁହ ନେଇ ଆସୁଥିଲେ ସେ । କେବଳ ଫିଲ୍ମ ନୁହେଁ ସିରିଏଲ, ଡ୍ରାମା, ଅପେରା ଆଦିରେ ଅଭିନୟ କରି ଦର୍ଶକଙ୍କ ମଧ୍ୟରେ ଘର କରିଥିଲେ ।

ରାଇମୋହନ ସାଗର ଫିଲ୍ମରୁ ଓଡ଼ିଆ ସିନେ ଜଗତରେ ପାଦ ଥାପିଥିଲେ । ପ୍ରଥମ ସିନେମାରୁ ହିଁ ତାଙ୍କର ବିଚକ୍ଷଣ ଅଭିନୟ ଦକ୍ଷତାରେ ବାନ୍ଧି ହୋଇଯାଇଥିଲେ ଦର୍ଶକ । ସେ ୧୦୦ରୁ ଅଧିକ ସିନେମାରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି । ଏହା ସହିତ ୧୫ରୁ ଅଧିକ ବଙ୍ଗଳା ସିନେମା, ୪୦ରୁ ଅଧିକ ଯାତ୍ରାରେ ଅଭିନୟ କରିଛନ୍ତି ।

Advertisment
Raimohan Parida
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ