Advertisment

ଯଦି ତୁମ ପାଖରେ କାହାଣୀ ନାହିଁ, ଫିଲ୍ମ ତିଆରି ବନ୍ଦ କରିଦିଅ : ପ୍ରକାଶ ଝା

ବକ୍ସ ଅଫିସ୍‌ରେ ବିଫଳ ହୋଇଛି ଆମିର୍ ଖାନଙ୍କ ‘ଲାଲ୍ ସିଂହ ଚଡ୍‌ଢା’। ଲୋକେ ଫ୍ଲପ୍‌ର ବିଭିନ୍ନ କାରଣ କହୁଥିବା ବେଳେ ସିନେ ନିର୍ମାତା ପ୍ରକାଶ ଝା ଆମିର ଖାନଙ୍କୁ ଟାର୍ଗେଟ କରି କହିଛନ୍ତି ତାଙ୍କୁ ଏପରି କାହାଣୀ ତିଆରି କରିବାକୁ ପଡିବ ଯାହା ଲୋକଙ୍କ ସହ ଜଡିତ।

Failure of laal singh chaddha prakash jha said don’t make movies if there is no story

Failure of laal singh chaddha prakash jha said don’t make movies if there is no story

Advertisment

ଆମିର ଖାନଙ୍କ ଫିଲ୍ମ 'ଲାଲ୍‌ ସିଂହ ଚଡ୍‌ଢା'ରୁ ଫ୍ୟାନ୍ସମାନେ ବହୁତ କିଛି ଆଶା ରଖିଥିଲେ, କିନ୍ତୁ ଫିଲ୍ମ ବକ୍ସ ଅଫିସ୍‌ରେ ଏକ ଫ୍ଲପ୍ ବୋଲି ପ୍ରମାଣିତ ହେଲା। ଚାରି ବର୍ଷ ପରେ ଆମିର ଖାନ ଏହି ଫିଲ୍ମ ସହିତ ପ୍ରତ୍ୟାବର୍ତ୍ତନ କରିଥିଲେ, ଏହା ସତ୍ତ୍ୱେ ଫିଲ୍ମଟି ଭଲ ପ୍ରଦର୍ଶନ କରିପାରି ନଥିଲା। ଲୋକମାନେ ‘ଲାଲ୍‌ ସିଂହ ଚଡ୍‌ଢା’ ର ଫ୍ଲପ୍‌କୁ ନେଇ ବିଭିନ୍ନ ପ୍ରକାର କାରଣ ଦେଉଛନ୍ତି।

Advertisment

କେହି କେହି କହୁଛନ୍ତି ଯେ ଆମିରଙ୍କ ଫିଲ୍ମ ବୟକଟ୍ ଟ୍ରେଣ୍ଡର ଶିକାର ହୋଇଥିବାବେଳେ କେହି କେହି କହୁଛନ୍ତି ଯେ ଫିଲ୍ମର ଏମିତି ଅବସ୍ଥା ବୋରିଂ କାହାଣୀ ଯୋଗୁଁ ହୋଇଛି। ଏଭଳି ପରିସ୍ଥିତିରେ ଏବେ ଫିଲ୍ମ ନିର୍ମାତା ପ୍ରକାଶ ଝା ମଧ୍ୟ ‘ଲାଲ୍‌ ସିଂହ ଚଡ୍‌ଢା’ କୁ ନେଇ ନିଜର ମତ ଦେଇଛନ୍ତି।

ପ୍ରକାଶ ଝା ପ୍ରସିଦ୍ଧ ୱେବ୍ ସିରିଜ୍ ‘ଆଶ୍ରମ’ର ନିର୍ଦ୍ଦେଶକ। ଆଜିକାଲି ସେ ତାଙ୍କ ଫିଲ୍ମ 'ମଟୋ କୀ ସାଇକିଲ୍' କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ପ୍ରମୋସନ ବେଳେ ପ୍ରକାଶ ଝା କହିଛନ୍ତି ଯେ ଯଦି କୌଣସି ଫିଲ୍ମ ଭଲ ହୋଇଥାଏ ତେବେ ଏହା ନିଶ୍ଚିତ ଭାବେ ଭଲ ଚାଲିବ। ଏହା ସିନେମା ଜଗତ ପାଇଁ ଏକ ଭଲ ସମୟ ହେବ।

Advertisment

ସେ ଆହୁରି କହିଛନ୍ତି ଯେ "ସେ ବୁଝିବା ଉଚିତ ଯେ ସେ କିଛି ନିରର୍ଥକ କାମ କରୁଛନ୍ତି। କେବଳ ଟଙ୍କା, କର୍ପୋରେଟ୍ ଏବଂ ଅଭିନେତାଙ୍କୁ ଅଧିକ ଅର୍ଥ ଦେବା ପାଇଁ ଚଳଚ୍ଚିତ୍ର ନିର୍ମାଣ କରାଯାଇପାରିବ ନାହିଁ। ଏକ ଭଲ କାହାଣୀ ଲେଖିବାର ଆବଶ୍ୟକତା ଅଛି ଯାହା ବୁଝାପଡିବ ଓ ମନୋରଞ୍ଜନ କରିବ।"

ଏଥିସହିତ ବଲିଉଡ୍‌ରେ ନିର୍ମିତ ଚଳଚ୍ଚିତ୍ରକୁ ନେଇ ପ୍ରକାଶ ଝା କହିଛନ୍ତି ଯେ "ତାଙ୍କୁ ଏପରି କାହାଣୀ ତିଆରି କରିବାକୁ ପଡିବ ଯାହା ଲୋକଙ୍କ ସହ ଜଡିତ। ହିନ୍ଦୀ ଇଣ୍ଡଷ୍ଟ୍ରିର ଲୋକମାନେ ତ ହିନ୍ଦୀରେ ହିଁ କଥାବାର୍ତ୍ତା କରନ୍ତି କିନ୍ତୁ ସେମାନଙ୍କ ପାଇଁ କ’ଣ ତିଆରି ହେଉଛି, କେବଳ ରିମେକ୍ ? ଯଦି ଯଦି ତୁମ ପାଖରେ କହିବାକୁ କାହାଣୀ ନାହିଁ ତେବେ ଫିଲ୍ମ ନିର୍ମାଣ କରିବା ବନ୍ଦ କରିଦିଅ।”

Advertisment
Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ