Advertisment

କିଲେ କିଲେ ସୁନା ପିନ୍ଧୁଥିଲେ ବାପି ଦା’ ! ପ୍ରତି ସୋ’ରେ ହାତରେ ରହୁଥିଲା ୨୦ ମୁଦି

ଆମେରିକାର ପପ୍ ଷ୍ଟାର୍ ଏଲଭିସ୍ ପ୍ରେସ୍ଲିଙ୍କର ସେ ଥିଲେ ଜଣେ ବଡ଼ ପ୍ରଶଂସକ । ଏହାସହ ବାପି ଦା ତାଙ୍କ ଦ୍ୱାରା ବହୁତ ପ୍ରଭାବିତ ହୋଇଥିବାରୁ ସେ ସୁନା ପିନ୍ଧୁଥିବା କହିଛନ୍ତି। ଏଲଭିସ୍ ମଧ୍ୟ ବହୁ ସୁନା ଅଳଙ୍କାର ପିନ୍ଧୁଥିବା ଦେଖି ବାପି ଦା’ ମଧ୍ୟ ସୁନା ପିନ୍ଧିବା ଆରମ୍ଭ କରିଥିବା କହିଥିଲେ

bapi

bapi

Advertisment

ବାପି ଦା । ଜଣେ ଖୋଲା ହୃଦୟର ବ୍ୟକ୍ତି, ଆଉ ଅତି ମେଳାପୀ । ସଙ୍ଗୀତ ଆଉ ସୁନା ପ୍ରତି ଥିଲା ତାଙ୍କୀ ଅହେତୁକ ଦୁର୍ବଳତା। ସେ ଯେମିତି ଗୀତ ଗୁଡ଼ିକୁ ବି ଠିକ୍‌ ସେମିତି ଗାଆନ୍ତି ଓ ନିର୍ଦ୍ଦେଶନା ମଧ୍ୟ ଦିଅନ୍ତି। ପ୍ରତି ସୋ’ରେ ତାଙ୍କର ଗୀତ ଅପେକ୍ଷା ସେ ପିନ୍ଧିଥିବା ସୁନା ଅଳଙ୍କାର ଉପରେ ସମସ୍ତଙ୍କ ବେଶ୍‌ ନଜର ଥାଏ । ଏମିତିକି ପ୍ରତି ସୋ’ରେ ବାପି ଦା’ ୫୦୦ ରୁ ୬୦୦ ଗ୍ରାମ୍‌ ପର୍ଯ୍ୟନ୍ତ ଅଳଙ୍କାର ପିନ୍ଧନ୍ତି । ବେଳେବେଳେ ହାତରେ ୧୦ ରୁ ୧୫ଟି ମୁଦି ପିନ୍ଧୁଥିବାର ଦେଖାଯା ଏ। ଯୋଉ ଜାଗାକୁ ଯାଆନ୍ତି ସେଠାରେ ତାଙ୍କ ଗୀତ ସହ ତାଙ୍କ ଅଳଙ୍କାରକୁ ନେଇ ଭାରି ଚର୍ଚ୍ଚା ହୋଇଥାଏ । ଆଉ ବାପି ଦା’ କାହିଁକି ଏତେ ପରିମାଣରେ ସୁନା ପିନ୍ଧନ୍ତି ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।

Advertisment

ଆମେରିକାର ପପ୍ ଷ୍ଟାର୍ ଏଲଭିସ୍ ପ୍ରେସ୍ଲିଙ୍କର ସେ ଥିଲେ ଜଣେ ବଡ଼ ପ୍ରଶଂସକ । ଏହାସହ ବାପି ଦା ତାଙ୍କ ଦ୍ୱାରା ବହୁତ ପ୍ରଭାବିତ ହୋଇଥିବାରୁ ସେ ସୁନା ପିନ୍ଧୁଥିବା କହିଛନ୍ତି। ଏଲଭିସ୍ ମଧ୍ୟ ବହୁ ସୁନା ଅଳଙ୍କାର ପିନ୍ଧୁଥିବା ଦେଖି ବାପି ଦା’ ମଧ୍ୟ ସୁନା ପିନ୍ଧିବା ଆରମ୍ଭ କରିଥିବା କହିଥିଲେ । ଆଉ ଏତେ ମାତ୍ରାରେ ସୁନା ପିନ୍ଧିଥିଲୁ ଯେ, ସେ ଯେତେ ଗହଳିରେ ରହିଥିଲେ ମଧ୍ୟ ନିଜର ସୁନା ଅଳଙ୍କାର ପାଇଁ ବାରି ହୋଇ ପଡ଼ୁଥିଲେ। ତେବେ ଏକ ସାକ୍ଷାତକାରରେ ବାପି ଦା’ କହିଥିଲେ ଯେ ସେ ଅନ୍ୟକୁ ଦେଖାଇବା ପାଇଁ ଏତେ ସୁନା ପିନ୍ଧୁନାହାନ୍ତି ।

ମୁଖ୍ୟତଃ ୮୦ ଓ ୯୦ ଦଶକରେ ବଲିଉଡରେ ରାଜ୍ କରିଥିଲେ ବାପି ଦା’। ସୁପରହିଟ୍‌ ଫିଲ୍ମ ‘ଚଲତେ ଚଲତେ’, ‘ଡିସ୍କୋ ଡ୍ୟାନ୍ସର’, ‘ଶରାବୀ’ ଓ ‘ନମକ ହଲାଲ’ ଭଳି ଫିଲ୍ମରେ ମ୍ୟୁଜିକ ଦେଇ ବେଶ୍‌ ଲୋକପ୍ରିୟତା ସାଉଣ୍ଟିଥିଲେ । ଶେଷ ଥର ପାଇଁ ବିଗ୍‌ ବସ୍‌-୧୫ରେ ସଲଖାନ ଖାଁଙ୍କ ସହ ତାଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ।

Advertisment

ବାପି ଲାହିରିଙ୍କ ପ୍ରକୃତ ନାଁ ଆଲୋକେଶ ଲାହିରି। ୧୯୫୨ ମସିହା ନଭେମ୍ବର ୨୭ ତାରିଖରେ ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ଏକ ବ୍ରାହ୍ମଣ ପରିବାରରେ ସେ ଜନ୍ମ ହୋଇଥିଲେ। ତାଙ୍କ ବାପାମା’ ମଧ୍ୟ ଗାୟକ ଥିଲେ। ତିନି ବର୍ଷ ବୟସରୁ ସେ ତାବ୍‌ଲା ବଜାଇବା ଶିଖିଥିଲେ। ପ୍ରାରମ୍ଭରେ ତାଙ୍କ ବାପାମା’ ଥିଲେ ତାଙ୍କର ସଙ୍ଗୀତ ଗୁରୁ।

ଭାରତୀୟ ସିନେମାରେ ଡିସ୍କୋ ଗୀତକୁ ସେ ଲୋକପ୍ରିୟ କରାଇଥିଲେ। ‘ଜଖ୍‌ମୀ’, ‘ଆପ୍ କି ଖାତିର’, ‘ହିମତ୍‌ୱାଲା’, ‘ଘାୟଲ’, ‘ଆଜ୍ କା ଅର୍ଜୁନ’, ’ସୈଲାବ’, ‘ଦ ଡାର୍ଟି ପିକ୍‌ଚର’, ‘ଗୁଣ୍ଡେ’ ଓ ‘ବାଗୀ ୩’ ଭଳି ଅନେକ ହିନ୍ଦୀ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଅନେକ ଫିଲ୍ମରେ ସେ ନିଜେ ମଧ୍ୟ ଗୀତ ଗାଇଥିଲେ। ହିନ୍ଦୀ, ବଙ୍ଗାଳି, ତେଲୁଗୁ, କନ୍ନଡ଼ ଓ ଗୁଜରାଟି ଆଦି ଭାଷାରେ ପ୍ରାୟ ୧୫୦ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ସୂଚନାଯୋଗ୍ୟ ଗତକାଲି ବଲିଉଡ୍‌ର କିମ୍ବଦନ୍ତୀ ସଂଗୀତକାର ବପ୍ପି ଲାହିରି ସବୁଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଛନ୍ତି।

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ