Advertisment

ଦିୟା ମିର୍ଜା ନିଜ ପୁଅ ପାଇଁ ମାଗିଲେ ଆଶୀର୍ବାଦ

ସ୍ୱାଧୀନତାର ୭୫ତମ ବର୍ଷକୁ ଭାରତବାସୀ ଧୁମଧାମରେ ପାଳିଛନ୍ତି। ସବୁ ସ୍ତରର ବ୍ୟକ୍ତି ନିଜ ନିଜ ସଂପର୍କୀୟ ଓ ବନ୍ଧୁବାନ୍ଧବମାନଙ୍କୁ ଶୁଭ ଅଭିନନ୍ଦନ ଜଣେଇଛନ୍ତି। ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ନିଜ ପ୍ରଶଂସକମାନଙ୍କୁ ଏହି ବିଶେଷ ଦିନର ଶୁଭକାମନା ସୋସିଆଲ୍ ମିଡିଆରେ ଦେଇଛନ୍ତି। ଏହି ଧାରାରେ ଅଭିନେତ୍ରୀ ଦିଆ ମିର୍ଜା ମଧ୍ୟ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ସ୍ୱାଧୀନତାର ଶୁଭକାମନା ଦେଇଛନ୍ତି।

ଦିୟା ମିର୍ଜା ନିଜ ପୁଅ ପାଇଁ ମାଗିଲେ ଆଶୀର୍ବାଦ

Diya Mirza

Advertisment

ମୁମ୍ବାଇ : ସ୍ୱାଧୀନତାର ୭୫ତମ ବର୍ଷକୁ ଭାରତବାସୀ ଧୁମଧାମରେ ପାଳିଛନ୍ତି। ସବୁ ସ୍ତରର ବ୍ୟକ୍ତି ନିଜ ନିଜ ସଂପର୍କୀୟ ଓ ବନ୍ଧୁବାନ୍ଧବମାନଙ୍କୁ ଶୁଭ ଅଭିନନ୍ଦନ ଜଣେଇଛନ୍ତି। ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ନିଜ ପ୍ରଶଂସକମାନଙ୍କୁ ଏହି ବିଶେଷ ଦିନର ଶୁଭକାମନା ସୋସିଆଲ୍ ମିଡିଆରେ ଦେଇଛନ୍ତି। ଏହି ଧାରାରେ ଅଭିନେତ୍ରୀ ଦିଆ ମିର୍ଜା ମଧ୍ୟ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ସ୍ୱାଧୀନତାର ଶୁଭକାମନା ଦେଇଛନ୍ତି। ସେ ତାଙ୍କ ପୁଅ ଅଭ୍ୟାନଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ଯାହା ବର୍ତ୍ତମାନ ବହୁତ ଭାଇରାଲ ହେବାରେ ଲାଗିଛି। ଅଭିନେତ୍ରୀ ତାଙ୍କ ପୋଷ୍ଟ୍‌ରେ ପ୍ରଶଂସକଙ୍କୁ ଅଭ୍ୟାନଙ୍କ ଏକ ସୁନ୍ଦର ଝଲକ ଦେଖାଇଛନ୍ତି।

Advertisment
ଦିୟା ମିର୍ଜା

ଦିଆ ମିର୍ଜା ଅଗଷ୍ଟ ୧୫ରେ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ପୁଅ ଅଭ୍ୟାନଙ୍କ ଏକ ଫଟୋ ସେୟାର କରିଥିଲେ। ସେୟାର୍ ହୋଇଥିବା ଫଟୋରେ, ଅଭ୍ୟାନ ହାତରେ ଏକ ତ୍ରିରଙ୍ଗା ଧରିଛନ୍ତି। ଏହାକୁ ସେୟାର କରି ଦିୟା କ୍ୟାପ୍‌ସନ୍‌ରେ ଲେଖିଛନ୍ତି, “ଆଶାକରେ ତୁମେ ସବୁବେଳେ ମୁକ୍ତ ରୁହ ଅଭ୍ୟାନ୍।” ଅଭିନେତ୍ରୀଙ୍କ ଏହି ପୋଷ୍ଟରେ ବଲିଉଡର ତାଙ୍କର ସମସ୍ତ ବନ୍ଧୁ ମନ୍ତବ୍ୟ ଦେଉଛନ୍ତି। ଗ୍ଲୋବାଲ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଅଭ୍ୟାନଙ୍କ ସରଳତା ଦେଖି ନିଜକୁ ଅଟକାଇ ପାରି ନ ଥିଲେ। ସେ ପିସ୍ ଓ ହାର୍ଟ ଇମୋଜି ସେୟାରକରି ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହା ବ୍ୟତୀତ ତାହିରା କାଶ୍ୟପ ମଧ୍ୟ ହାର୍ଟ ଇମୋଜି ସହିତ ପ୍ରତିକ୍ରିୟା କରିଛନ୍ତି।

Advertisment

ପ୍ରକାଶଥାଉ ଯେ ଦିଆ ମିର୍ଜା ୧୪ ମଇରେ ପୁଅ ଅଭ୍ୟାନଙ୍କୁ ଜନ୍ମ ଦେଇଥିଲେ, ଯାହା ସେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ଯେତେବେଳେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଦିଆ ମିର୍ଜା ତାଙ୍କ ଗର୍ଭଧାରଣ ବିଷୟରେ କହିଥିଲେ, ପ୍ରଶଂସକମାନେ ତାଙ୍କ ନୂଆ ଅତିଥିଙ୍କୁ ଅପେକ୍ଷା କରିଥିଲେ। ଏହା ପରେ ଦିୟା ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ସେୟାର କରି କହିଥିଲେ ଯେ ଦୁଇ ମାସ ପୂର୍ବେ ମେ ୧୪ ରେ ସେ ମା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ।

ଏହା ସହ ଅଭିନେତ୍ରୀ ଜଣାଇଛନ୍ତି ଯେ ସେ ଏବଂ ତାଙ୍କ ସ୍ୱାମୀ ବୈଭବ ରେଖୀ ସେମାନଙ୍କ ପୁଅ ଅଭ୍ୟାନ ଆଜାଦ ରେଖୀ ରଖିଛନ୍ତି। ଆଭ୍ୟାନ୍ ନାମର ଅର୍ଥ ହେଉଛି ଉତ୍ତମ ବା ସଂପୂର୍ଣ୍ଣ। ଅଭିନେତ୍ରୀ କହିଛନ୍ତି ଯେ ପ୍ରିମେଚ୍ୟୁର ଡେଲିଭରୀ କାରଣରୁ ଅଭ୍ୟାନଙ୍କୁ ଆଇସିୟୁରେ ରଖାଯାଇଥିଲା। ସେ ତାଙ୍କର ଶୁଭେଚ୍ଛୁ ଏବଂ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment
Bollywood Diya Mirza
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ