Advertisment

ଧର୍ମେନ୍ଦ୍ରଙ୍କୁ ଦେଖି ଦୌଡି ପଳେଇଲେ କମଲ ହାସନଙ୍କ ଦୁଇ ଝିଅ; କାହିଁକି…

ଏକ ଭିଡିଓରେ ଶ୍ରୁତି ଏବଂ ଅକ୍ଷରାଙ୍କ ସହ ବଲିଉଡର ହୀ-ମ୍ୟାନ୍ ଧର୍ମେନ୍ଦ୍ର ନଜର ଆସିଛନ୍ତି। ଧର୍ମେନ୍ଦ୍ରଙ୍କୁ ଦେଖି ଉଭୟ ଭଉଣୀ ହଠାତ୍ ମଞ୍ଚରୁ ଦୌଡ଼ି ପଳେଇଥିଲେ। କିଛି ଲୋକ ଏହି ଭିଡିଓରେ ମଜାଳିଆ ପ୍ରତିକ୍ରିୟା ଦେଉଥିବାବେଳେ କେହି କେହି ଉଭୟ ଭଉଣୀଙ୍କୁ ଖୁବ ପ୍ରଶଂସା କରୁଛନ୍ତି।

ଅଦ୍ୟତନ ହୋଇଛି
dharmendra suddenly crashed in shuti haasan akshara haasan

dharmendra suddenly crashed in shuti haasan akshara haasan

Advertisment

ବଲିଉଡର ମିଷ୍ଟର ପର୍‌ଫେକ୍ସନିଷ୍ଟ ଆମୀର ଖାନଙ୍କ ଝିଅ ଆୟରା ଖାନଙ୍କ ବିବାହକୁ ନେଇ ଆଜିକାଲି ବେଶ ଚର୍ଚ୍ଚା। ଆୟାରଙ୍କ ବିବାହ ଉତ୍ସବ ପ୍ରାୟ ୧୦ ଦିନ ଧରି ଚାଲିଥିଲା। ପ୍ରଥମେ, ଆୟରା ଜାନୁଆରୀ ୩ରେ ପ୍ରେମିକ ନୁପୁର ଶିଖରେଙ୍କ ସହିତ ତାଙ୍କ ବିବାହ ପଞ୍ଜିକରଣ କରିଥିଲେ। ଏହା ପରେ ଉଦୟପୁରରେ ଏହି ଯୋଡି ବିବାହ କରିଥିଲେ। ଜାନୁଆରୀ ୧୦ରେ ଉଭୟ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବିବାହ କରିଥିଲେ।

Advertisment

ବର୍ତ୍ତମାନ ଜାନୁଆରୀ ୧୩ରେ ଆମୀର ଖାନ ତାଙ୍କ ପ୍ରିୟଙ୍କ ପାଇଁ ଏକ ବଡ ରିସେପ୍ସନ୍ ଆୟୋଜନ କରିଥିଲେ, ଯେଉଁଥିରେ ବଲିଉଡ୍‌, ଟଲିଉଡ୍‌ ଏବଂ ଏପରିକି ବ୍ୟବସାୟ ଜଗତର ବହୁ ନାମିଦାମି ଲୋକ ଉପସ୍ଥିତ ଥିଲେ। କମଲ ହାସନଙ୍କ ଝିଅ ଶ୍ରୁତି ହାସନ ଏବଂ ଅକ୍ଷରା ହାସନ ମଧ୍ୟ ଆୟରା-ନୁପୁରଙ୍କ ବିବାହ ଭୋଜିରେ ଯୋଗ ଦେଇଥିଲେ, ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ଭିଡିଓରେ ଶ୍ରୁତି ଏବଂ ଅକ୍ଷରାଙ୍କ ସହ ବଲିଉଡର ହୀ-ମ୍ୟାନ୍ ଧର୍ମେନ୍ଦ୍ର ମଧ୍ୟ ନଜର ଆସିଛନ୍ତି। ଧର୍ମେନ୍ଦ୍ରଙ୍କୁ ଦେଖି ଉଭୟ ଭଉଣୀ ହଠାତ୍ ମଞ୍ଚରୁ ଦୌଡ଼ି ପଳେଇଥିଲେ। କିଛି ଲୋକ ଏହି ଭିଡିଓରେ ମଜାଳିଆ ପ୍ରତିକ୍ରିୟା ଦେଉଥିବାବେଳେ କେହି କେହି ଉଭୟ ଭଉଣୀଙ୍କୁ ଖୁବ ପ୍ରଶଂସା କରୁଛନ୍ତି।

Advertisment

ଯେତେବେଳେ ଶ୍ରୁତି ଏବଂ ଅକ୍ଷରା ଏକାଠି ମଞ୍ଚରେ ପୋଜ୍ ଦେଉଥିଲେ, ଠିକ୍ ସେହି ସମୟରେ ଧର୍ମେନ୍ଦ୍ର ମଧ୍ୟ ମଞ୍ଚକୁ ଆସନ୍ତି। ଧର୍ମେନ୍ଦ୍ରଙ୍କ ଫଟୋ ଯେପରି ଆରାମରେ କ୍ଲିକ୍ ହୋଇପାରିବ, ସେଥିପାଇଁ ଉଭୟ ଭଉଣୀ ସମ୍ମାନ ଦେଇ ମଞ୍ଚ ପାର୍ଶ୍ୱକୁ ଦୌଡି ଆସିବା ଦେଖାଯାଏ।

କିନ୍ତୁ, ଏହି ସମୟରେ ଶ୍ରୁତି ଏବଂ ଅକ୍ଷରା ହାସନ କିପରି ଚାଲୁଥିବାର ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ହସିବା ଆରମ୍ଭ କରିଛନ୍ତି। ଉଭୟ ଭଉଣୀ ଧର୍ମେନ୍ଦ୍ରଙ୍କୁ ଦେଖି ହସି ହସି ଅନ୍ୟ ପାର୍ଶ୍ୱକୁ ଦୌଡନ୍ତି। ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜଣେ ହାସନ ଭଉଣୀମାନଙ୍କୁ ପ୍ରଶଂସା କରି ଲେଖିଛନ୍ତି – “ମୁଁ ଏହି ଦୁଇ ଝିଅଙ୍କ ଷ୍ଟାଇଲ୍‌କୁ ବହୁତ ପସନ୍ଦ କଲି... ବହୁତ, ବହୁତ ସମ୍ମାନ।” ଅନ୍ୟ ଜଣେ ଲେଖିଛନ୍ତି – “ସେ ବହୁତ ଚାର୍ମିଙ୍ଗ୍ ଏବଂ ଲୋକମାନେ ତାଙ୍କୁ ବହୁତ ସମ୍ମାନ କରନ୍ତି।”

Advertisment

ଶ୍ରୁତି ହାସନ, ଅକ୍ଷରା ହାସନ ଏବଂ ଧର୍ମେନ୍ଦ୍ରଙ୍କ ଏହି ଭିଡିଓ ଆୟରା ଖାନ ଏବଂ ନୁପୁର ଶିଖରଙ୍କ ବିବାହ ରିସେପ୍ସନରୁ ଆସିଛି।

ପ୍ରକାଶଥାଉ ଯେ ଧର୍ମେନ୍ଦ୍ର ନିକଟରେ କରଣ ଜୋହରଙ୍କ ଫିଲ୍ମ 'ରକି ଔର୍‌ ରାନୀ କି ପ୍ରେମ କାହାନି'ରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରରେ ସେ ଶବାନା ଆଜ୍‌ମିଙ୍କ ସହ ଏକ ଚୁମ୍ବନ ଦୃଶ୍ୟ ଦେଇ ସବୁଆଡେ ଆଲୋଡ଼ନ ସୃଷ୍ଟି କରିଥିଲେ। ଅନ୍ୟ ପଟେ ଶ୍ରୁତି ହାସନଙ୍କୁ ପ୍ରଭାସଙ୍କ 'ସାଲାର'ରେ ଦେଖିବାକୁ ମିଳିଥିଲା।

Bollywood Dharmendra Deol Kamal Haasan Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ