Advertisment

ଦୀପିକାଙ୍କ ଆଉ ଏକ ସଫଳତା; ହେଲେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ର ଜୁରୀ ସଦସ୍ୟ

ଦୀପିକା ପାଦୁକୋନଙ୍କ ପ୍ରଶଂସକଙ୍କ ପାଇଁ ଖୁସୀ ଖବର। ସେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ର ମୁଖ୍ୟ ଜୁରୀର ଏକ ଅଂଶ ହେବେ। ଅଭିନେତ୍ରୀ ନିଜେ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ଏହି ସୂଚନା ଦେଇଛନ୍ତି।

Deepika Padukone became jury member of cannes film festival

Deepika Padukone became jury member of cannes film festival

Advertisment

ଦୀପିକା ପାଦୁକୋନ୍ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ର ମୁଖ୍ୟ ଜୁରୀର ଏକ ଅଂଶ ହେବେ। ଏଥିସହିତ ଭେଟେରାନ୍‌ ଫ୍ରେଞ୍ଚ ଅଭିନେତା ୱିନ୍ସେଣ୍ଟ ଲିଣ୍ଡନଙ୍କୁ ଜୁରୀର ଚେୟାରମ୍ୟାନ୍ ଏବଂ ଦୀପିକାଙ୍କୁ ପ୍ୟାନେଲ୍‌ ସଦସ୍ୟ କରାଯାଇଛି। ଅଭିନେତ୍ରୀ ନିଜେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି।

Advertisment

ପ୍ରକାଶଥାଉ ଯେ ୱିନ୍ସେଣ୍ଟ ଲିଣ୍ଡନ୍‌ଙ୍କ ପୂର୍ବରୁ ଇସାବେଲେ ହୁପର୍ଟ ୨୦୦୯ରେ ଜୁରୀ ସଭାପତି ଥିଲେ। ଏହାପୂର୍ବରୁ ଅନେକ ଫରାସୀ ତାରକା ମଧ୍ୟ ଜୁରୀର ସଭାପତି ରହିଛନ୍ତି।

କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ଚଳିତ ବର୍ଷ ମେ ୧୭ ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। ବିଶ୍ୱର ବିଭିନ୍ନ ସ୍ଥାନରୁ ସେଲିବ୍ରେଟିମାନେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଯୋଗ ଦିଅନ୍ତି ଏବଂ ପ୍ରଶଂସକମାନେ ସେମାନଙ୍କର ରେଡ୍ କାର୍ପେଟ୍ ଲୁକ୍ ପାଇଁ ଅପେକ୍ଷା କରନ୍ତି।

Advertisment

ଦୀପିକା ନିଜେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଶେୟାର କରି କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଯୋଗଦେବା ବିଷୟରେ ସୂଚନା ଦେଇଛନ୍ତି। ଏହା ସହିତ ସେ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ର ଏକ ଅଫିସିଆଲ୍ ଷ୍ଟେଟ୍‌ମେଣ୍ଟ୍ ମଧ୍ୟ ସେୟାର କରିଛନ୍ତି।

ଏହି ଷ୍ଟେଟ୍‌ମେଣ୍ଟ୍‌ରେ ଲେଖାଯାଇଛି ଯେ, ଭାରତର ବଡ ଷ୍ଟାର୍‌ ନିର୍ମାତା, ସାମାଜିକ କର୍ମୀ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ, ଯିଏକି ୩୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ସେ xxx: Return of Xander Cage ରେ ଭିନ୍ ଡିଜେଲଙ୍କ ସହ ହଲିଉଡରେ ମଧ୍ୟ ଅଭିନୟ କରିଛନ୍ତି। ଦୀପିକା ପାଦୁକୋନ୍ ପୂର୍ବରୁ ମଧ୍ୟ ପ୍ରତିବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ର ଏକ ଅଂଶ ହୋଇଛନ୍ତି। ସେ କନ୍ନଡ ଫିଲ୍ମ ‘ଐଶ୍ୱର୍ଯ୍ୟା'ରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ‘ଓମ୍‌ ଶାନ୍ତି ଓମ୍‌’ ସହ ବଲିଉଡ୍‌ରେ ଡେବ୍ୟୁ କରିଥିଲେ।

Advertisment

ପ୍ରଥମ ଫିଲ୍ମରେ ଶାହାରୁଖ ଖାନଙ୍କ ବିପକ୍ଷରେ କାଷ୍ଟ୍‌ ହେବା ପରେ ଦୀପିକା ପାଦୁକୋନ ରାତାରାତି ସୁପର୍‌ଷ୍ଟାର୍‌ ହୋଇଯାଇଥିଲେ। ଏଥିପାଇଁ ତାଙ୍କୁ ଫିଲ୍ମଫେୟାର୍‌ ପୁରସ୍କାର ମଧ୍ୟ ଦିଆଯାଇଥିଲା। ପରେ ସେ ନିଜ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ବଡ ଫିଲ୍ମ ଦେଇଛନ୍ତି ଏବଂ ହଲିଉଡ୍‌ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

ଐଶ୍ୱର୍ଯ୍ୟା ରାୟଙ୍କଠାରୁ ଆରମ୍ଭ କରି ଦୀପିକା ପାଦୁକୋନ ଏବଂ ସୋନମ କପୁର ପର୍ଯ୍ୟନ୍ତ ଏପରି ଅନେକ ତାରକା ଅଛନ୍ତି ଯେଉଁମାନେ ପ୍ରତିବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ର ରେଡ କାର୍ପେଟ୍‌ରେ ନଜର ଆସିଛନ୍ତି। ପ୍ରଶଂସକମାନେ ତାଙ୍କ ଲୁକ୍‌କୁ ଅପେକ୍ଷା କରିଥାନ୍ତି। ତେବେ ଚଳିତ ବର୍ଷ ସୋନମ କପୁର ଗର୍ଭଧାରଣ ହେତୁ ରେଡ୍‌ କାର୍ପେଟ୍‌ର ଅଂଶ ହେବେ କି ନାହିଁ ଏଥିରେ ସନ୍ଦେହ ରହିଛି, କିନ୍ତୁ ପ୍ରଶଂସକମାନେ ବାକି ତାରକାଙ୍କ ପ୍ରଥମ ଲୁକ୍‌କୁ ଦେଖିବା ନେଇ ନିଶ୍ଚିତ ଅପେକ୍ଷାରେ ରହିବେ।

Bollywood Cannes International Film Festival
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ