Advertisment

ହଳଦିଆ ବ୍ଲାଉଜକୁ ମଲ୍ଟିକଲର ଶାଢୀରେ ଦୀପିକାଙ୍କ ଆକର୍ଷଣୀୟ ରୂପ

ଦୀପିକ ପାଦୁକୋନ୍‌ଙ୍କ ଫେସନ ସେନ୍ସ ଏମିତି ଯିଏ ବି ଦେଖିବ ସିଏ ଫିଦା ହୋଇଯିବ। ଏହି ଅଭିନେତ୍ରୀ କାଜୁଆଲ୍‌ ଲୁକ୍‌ରୁ ଆରମ୍ଭ କରି ବୋଲ୍ଡ ଲୁକ୍ ପର୍ଯ୍ୟନ୍ତ ସବୁ ପୋଷାକରେ ଷ୍ଟାଇଲିସ୍ ଲାଗନ୍ତି। ଯଦି ଇଣ୍ଡିଆନ ଲୁକ୍‌ କଥା ପଡେ ତେବେ ଶାଢୀରେ ଦୀପିକାଙ୍କ ସୁନ୍ଦର ରୂପ ସମସ୍ତଙ୍କୁ ପାଗଳ କରିଥାଏ। ଏଠାରେ ଏହି କଥା ଉଠିବାର କାରଣ, ନିକଟରେ ଦୀପିକା ପାଦୁକୋନ୍ ଶାଢୀ ପିନ୍ଧି ‘କୌନ୍ ବନେଗା କରୋଡପତି’ ଶୋ’କୁ ଆସିଥିଲେ।

Deepika Padukone

Deepika Padukone

Advertisment

ମୁମ୍ବାଇ : ଦୀପିକ ପାଦୁକୋନ୍‌ଙ୍କ ଫେସନ ସେନ୍ସ ଏମିତି ଯିଏ ବି ଦେଖିବ ସିଏ ଫିଦା ହୋଇଯିବ। ଏହି ଅଭିନେତ୍ରୀ କାଜୁଆଲ୍‌ ଲୁକ୍‌ରୁ ଆରମ୍ଭ କରି ବୋଲ୍ଡ ଲୁକ୍ ପର୍ଯ୍ୟନ୍ତ ସବୁ ପୋଷାକରେ ଷ୍ଟାଇଲିସ୍ ଲାଗନ୍ତି। ଯଦି ଇଣ୍ଡିଆନ ଲୁକ୍‌ କଥା ପଡେ ତେବେ ଶାଢୀରେ ଦୀପିକାଙ୍କ ସୁନ୍ଦର ରୂପ ସମସ୍ତଙ୍କୁ ପାଗଳ କରିଥାଏ। ଏଠାରେ ଏହି କଥା ଉଠିବାର କାରଣ, ନିକଟରେ ଦୀପିକା ପାଦୁକୋନ୍ ଶାଢୀ ପିନ୍ଧି ‘କୌନ୍ ବନେଗା କରୋଡପତି’ ଶୋ’କୁ ଆସିଥିଲେ।

Advertisment
Deepika Padukoneଦୀପିକା ପାଦୁକୋନ୍

ଏହି ଶୋ’ ପାଇଁ ଦୀପିକା ନିଜକୁ ହଳଦିଆ ରଙ୍ଗର ପ୍ଲିଟେଡ୍ ବ୍ଲାଉଜ୍‌ ସାଙ୍ଗକୁ ମଲ୍ଟି କଲର ପ୍ଲିଟେଡ୍ ଶାଢୀରେ ସଜେଇଥିଲେ। ସେ ପିନ୍ଧିଥିବା ଶାଢୀରେ ବ୍ଲୁ, ପିଙ୍କ୍ ଓ ହଳିଦିଆ ଶେଡ୍ସ ଥିଲା। ହଳିଦିଆ ରଙ୍ଗର ବ୍ଲାଉଜ୍ ସାଙ୍ଗକୁ ଏହି ଶାଢୀ ଦୀପିକାଙ୍କୁ ଏମିତି ମାନୁଥିଲା ଯେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା। ଏହା ସହିତ ଦୀପିକା ସବୁଜ ନୀଳ ମିଶା ଷ୍ଟୋନ ଖଚିତ କାନର ପିନ୍ଧିଥିଲେ। ଚୁଟିକୁ ପଛ ପଟେ ଖୋସା କରି ଭାରତୀୟ ବେଶରେ ସେ ଖୁବ ଚମତ୍କାର ଦେଖାଯାଉଥିଲେ।

Advertisment

ଆପଣ ଭାବୁଥିବେ ଅଭିନେତ୍ରୀ ଏହି ଶାଢୀକୁ କୌଣସି ବଡ ମଲ୍‌ରୁ କିଣିଥିବେ କିମ୍ବା ସ୍ୱତନ୍ତ୍ର ଅର୍ଡର କରି ତିଆରି କରିଥିବେ। କିନ୍ତୁ ତାହା ନୁହେଁ। ଦୀପିକା ଏହି ସୁନ୍ଦର ଶାଢୀକୁ ପାୟଲ ଖଣ୍ଡୱାଲା ଅନ୍‌ଲାଇନ୍‌ ୱେବ୍‌ସାଇଟ୍‌ରୁ କିଣିଥିଲେ। ଏହାର ମୂଲ୍ୟ ମଧ୍ୟ ସେତେ ମହଙ୍ଗା ନୁହେଁ। ଏହାର ମୂଲ୍ୟ ୧୯ ହଜାର ୮୦୦ ଟଙ୍କା ଥିଲା। ୨୦ ହଜାରରୁ କମ ମୂଲର ଶାଢୀରେ ବି ଦୀପିକା ବହୁ ଆକର୍ଷଣୀୟ ଦେଖାଯାଉଥିଲେ। ଦୀପିକାଙ୍କ ସୋସିଆଲ୍ ମିଡିଆ ଫେନ୍‌ପେଜ୍‌ରେ ପୋଷ୍ଟ ହୋଇଥିବା ଏହି ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି।

Deepika In KBCକେବିସିରେ ଦୀପିକା

କୌନ୍ ବନେଗା କରୋଡ୍‌ ପତି ୧୩ ସେଟ୍‌ରେ ଅମିତାଭ ବଚ୍ଚନ ଓ ଫରାହ ଖାନ୍‌ଙ୍କ ସହିତ ଦୀପିକାଙ୍କ ଫଟୋ ମଧ୍ୟ ସାମ୍ନାଙ୍କୁ ଆସିଛି। ସେଟ୍‌ରେ ଏହି ତିନି ଜଣ ବହୁତ ମସ୍ତି କରୁଥିବା ଜଣାଯାଏ। ଦୀପିକାଙ୍କ ଫେସନ୍‌ ସେନ୍ସ ସବୁ ଅକେଜନ୍‌ରେ ସମସ୍ତଙ୍କ ପ୍ରସଂଶା କିଣିଥାଏ। ପୂର୍ବରୁ ସ୍ୱାମୀ ରଣବୀର ସିଂହଙ୍କ ମା’ଙ୍କ ଜନ୍ମଦିନ ଅବସରରେ ଅଭିନେତ୍ରୀ ରେଡ୍ ବେଲୁନ୍ ଟପ୍‌ ଓ ଲେଦର ଜୀନ୍ସରେ ନଜର ଆସିଥିଲେ। ତାଙ୍କର ଏହି ଆଉଟ୍‌ଫିଟ୍‌କୁ ବହୁତ ଚର୍ଚ୍ଚା କରାଯାଇଥିଲା। ଏହା ସହିତ ଦୀପିକା ତାଙ୍କର ଏୟାରପୋର୍ଟ ଲୁକ କାରଣରୁ ମଧ୍ୟ ଷ୍ଟାଇଲିସ୍‌ ଆଇକନ୍ ଭାବରେ ଆଲୋଚିତ ହୋଇଥିଲେ।

Advertisment
Deepika-Ranvirଦୀପିକା-ରଣବୀର

ନିକଟରେ ଦୀପିକା ପାଦୁକୋନ୍ ଶକୁନ ବତ୍ରାଙ୍କ ଫିଲ୍ମର ସୁଟିଂ ଶେଷ କରିଛନ୍ତି। ଏହି ଫିଲ୍ମରେ ସିଦ୍ଧାନ୍ତ ଚତୁର୍ବେଦୀ ଓ ଅନନ୍ୟା ପାଣ୍ଡେ ମଧ୍ୟ ଅଛନ୍ତି। ଏହି ଫିଲ୍ମର ଟାଇଟଲ ଏଯାଏ ରିଲିଜ୍ ହୋଇ ନାହିଁ। ଏହା ସହିତ ଦୀପିକା ୮୩, ଫାଇଟର୍, ଦ ଇଣ୍ଟର୍ଣ୍ଣ, ପଠାନ୍, ସର୍କସ ସମେତ ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ସହିତ ବି ଏକ ଫିଲ୍ମ କରୁଛନ୍ତି। ତାଙ୍କ ପାଖରେ ହଲିଉଡ୍‌ ପ୍ରୋଜେକ୍ଟ ‘ପାଇପ୍‌ଲାଇନ୍’ ବି ରହିଛି।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ