Advertisment

ଆଜି ରାଜକୁମାରଙ୍କ ମୃତ୍ୟୁ ବାର୍ଷିକୀ; ଆସନ୍ତୁ ନଜର ପକେଇବା ତାଙ୍କର କିଛି ସଂଳାପ ଉପରେ

ସଂଳାପର ରାଜା ଥିଲେ ରାଜକୁମାର। ସେ ସିନା ଆଜି ନାହାନ୍ତି ହେଲେ ତାଙ୍କ ଡାଏଲଗ ଆଜି ବି ଅନେକଙ୍କ ମୁହଁରୁ ବାହାରିଆସେ। ତେବେ ଆସନ୍ତୁ ଏମିତି କିଛି ଦମଦାର ଡାଏଲଗ୍ ଉପରେ ନଜର ପକେଇନେବା।

Death anniversary of Raj Kumar

Death anniversary of Raj Kumar

Advertisment

ବଲିଉଡ୍‌ର 'ଜାନି' ଭାବରେ ପରିଚିତ ଅଭିନେତା ରାଜକୁମାରଙ୍କ ଆଜି ମୃତ୍ୟୁ ବାର୍ଷିକୀ। କର୍କଟ ରୋଗରେ ପୀଡିତ ହୋଇ ସେ ୧୯୯୬ରେ ଏହିଦିନ ମୃତ୍ୟୁବରଣ କରିଥିଲେ। ଫିଲ୍ମ 'ରଙ୍ଗିଲି' ରୁ ତାଙ୍କ ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିବା ରାଜକୁମାର ତାଙ୍କର ଉତ୍କୃଷ୍ଟ ଅଭିନୟ, ସ୍ୱର ଏବଂ ଜବରଦସ୍ତ ଷ୍ଟାଇଲ୍ ପାଇଁ ବେଶ ଜଣାଶୁଣା।

Advertisment

ତାଙ୍କର ବାସ୍ତବ ଜୀବନ ଯେପରି ଥିଲା ପରଦା ଜୀବନ ମଧ୍ୟ ସେପରି। ଏନେଇ ଇଣ୍ଡଷ୍ଟ୍ରିରେ ତାଙ୍କୁ ଖୁବ୍ କମ୍ ଲୋକ ପସନ୍ଦ କରୁଥିଲେ। ତେବେ ଆଜି ଏହି ପ୍ରସିଦ୍ଧ ଅଭିନେତାଙ୍କ ମୃତ୍ୟୁ ବାର୍ଷିକୀରେ, ଆସନ୍ତୁ ଆମେ ତାଙ୍କ ଜୀବନ ସହିତ ଜଡିତ କିଛି ମଜାଦାର କଥା ଜାଣିନେବା।

କିପରି ଥିଲା ଫିଲ୍ମ ଯାତ୍ରା:

ରାଜକୁମାର ୧୯୨୬ ଅକ୍ଟୋବର ୮ରେ ବାଲୁଚିସ୍ତାନରେ ଜନ୍ମଗ୍ରହଣ କରିଥିଲେ। ସେତେବେଳେ ତାଙ୍କ ନାମ କୁଲଭୂଷଣ ପଣ୍ଡିତ ଥିଲା। ପରେ ସେ ତାଙ୍କ ନାମକୁ ରାଜକୁମାରରେ ପରିବର୍ତ୍ତନ ହୋଇଥିଲେ। ୧୯୪୭ରେ ଯେତେବେଳେ ଦେଶ ବିଭାଜିତ ହେଲା, ସେତେବେଳେ ତାଙ୍କର ସମସ୍ତ ପରିବାର ଭାରତ ଆସି ମୁମ୍ବାଇରେ ରହିଲେ। ମୁମ୍ବାଇ ଆସି ସେ ପୋଲିସରେ ଚାକିରି କରିଥିଲେ, ଯାହାକୁ ସେ ଖୁବ ପସନ୍ଦ କରୁଥିଲେ।

Advertisment

ସେ ଯେଉଁ ପୋଲିସ ଷ୍ଟେସନରେ ଥିଲେ ସେଠାକୁ ପ୍ରାୟ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଲୋକମାନେ ବାରମ୍ବାର ଆସୁଥିଲେ। ଥରେ ଚଳଚ୍ଚିତ୍ର ନିର୍ମାତା ବଳଦେବ ଦୁବେ ତାଙ୍କୁ ଭେଟିଥିଲେ ଏବଂ ତାଙ୍କୁ ରାଜକୁମାରଙ୍କ କହିବାର ଷ୍ଟାଇଲ୍ ଖୁବ୍ ପସନ୍ଦ ଆସିଥିଲା। ଯେତେବେଳେ ବଳଦେବ ଦୁବେ ରାଜକୁମାରଙ୍କୁ ନିଜ ଫିଲ୍ମର ଏକ ଅଫର୍ ଦେଲେ, ସେ ତୁରନ୍ତ ଚାକିରିରୁ ଇସ୍ତଫା ଦେଇଥିଲେ।

ଚମତ୍କାର ଥିଲା ସଂଳାପ:

ରାଜକୁମାରଙ୍କ କଥା କହିବାର ଶୈଳୀକୁ ସମସ୍ତେ ପସନ୍ଦ କରୁଥିଲେ। ଏମିତିରେ ତାଙ୍କ ଚଳଚ୍ଚିତ୍ରରେ ଅନେକ ସଂଳାପ ଅଛି, ଯାହାକୁ ଲୋକମାନେ ଏବେ ବି ପସନ୍ଦ କରନ୍ତି। ୧୯୬୫ର ଫିଲ୍ମ 'ୱକ୍ତ'ର ସଂଳାପ ସମସ୍ତଙ୍କୁ ଚକିତ କରିଦିଏ। ଯେଉଁଥିରେ ସେ କହିଥିଲେ, “ଚିନାୟ୍ ସେଠ୍, ଜିନ୍‌କୀ ଅପନେ ଘର ଶିଶେ କେ ହୋ, ଓ ଦୁସରୋ ପର ପଥର ନେହିଁ ଫେକା କରତେ।” ତେବେ ରାଜକୁମାରଙ୍କୁ ତାଙ୍କ କ୍ୟାରିୟରରେ ପ୍ରକୃତ ସଫଳତା ଫିଲ୍ମ 'ମଦର ଇଣ୍ଡିଆ'ରୁ ମିଳିଥିଲା। ଏହାପରେ ସେ ଆଉ କେବେ ପଛକୁ ଚାହିଁ ନଥିଲେ।

Advertisment

ତେବେ ଆସନ୍ତୁ ଜାଣିନେବା ରାଜକୁମାରଙ୍କ ଅନ୍ୟାନ୍ୟ କିଛି ଜବରଦସ୍ତ ସଂଳାପ ଉପରେ:

  • ଜବ୍ ରାଜେଶ୍ୱର ଦୋସ୍ତୀ ନିଭାତା ହୈ ତୋ ଅଫସାନେ ଲିଖ୍‌ତେ ଜାତେ ହୈ… ଔର୍ ଜବ୍ ଦୁସ୍ମନୀ କରତା ହୈ ତୋ ତାରିଖ୍‌ ବନ ଜାତି ହୈ।
  • ନା ତଲୱାର୍ କୀ ଧାର୍ ସେ, ନା ଗୋଲିୟୋଁ କୀ ବୌଛାର୍ ସେ… ବନ୍ଦା ଡରତା ହୈ ତୋ ସିର୍ଫ ପରୱର୍ ଦିଗାର୍ ସେ।
  • ଜବ୍‌ ଖୁନ୍ ଟପକତା ହୈ ତୋ ଜମ୍ ଜାତା ହୈ, ଅପନା ନିଶାନ ଛୋଡ୍ ଜାତା ହୈ, ଔର୍ ଚିଖ୍-ଚିଖ୍‌କର ପୁକାରତା ହୈ କି ମେରା ଇନ୍ତକାମ ଲୋ, ମେରା ଇନ୍ତକାମ ଲୋ।
  • ଜାନୀ… ହମ ତୁମ୍ହେ ମାରେଙ୍ଗେ, ଔର୍ ଜରୁର୍ ମାରେଙ୍ଗେ… ଲେକିନ୍ ଓ ବନ୍ଧୁକ ଭି ହମାରି ହୋଗୀ, ଗୋଲି ଭି ହମାରି ହୋଗୀ ଔର୍ ୱକ୍ତ ଭି ହମାରା ହୋଗା।
  • ହମ୍ ତୁମ୍ହେ ଓ ମୌତ୍ ଦେଙ୍ଗେ ଜୋ ନା ତୋ କିସି କାନୁନ୍ କି କିତାବ୍ ମେ ଲେଖି ହୋଗୀ ଔର୍ ନା ହି କଭି କିସି ମୁଜ୍‌ରିମ୍ ନେ ସୋଚୀ ହୋଗୀ।
  • ଶେର୍ କୋ ସାଁପ୍ ଔର୍ ବିଚ୍ଛୁ କାଟା ନହିଁ କରତେ… ଦୂର୍ ହୀ ଦୂର୍ ସେ ରେଙ୍ଗତେ ହୁଏ ନିକଲ ଜାତେ ହୈ।
  • ଘର କା ପାଲ୍‌ତୁ କୁତା ଭି ଜବ କୁର୍ସୀ ପର ବୈଠ୍ ଜାତା ହୈ ତୋ ଉସେ ଉଠା ଦିୟା ଜାତା ହୈ। ଇସଲିଏ କ୍ୟୁଁକି କୁର୍ସୀ ଉସ୍‌ଲେ ବୈଠନେ କୀ ଜଗହ ନହୀଁ। ସତ୍ୟ ସିଂହ କୀ ଭି ୟହୀ ମିସାଲ୍ ହୈ। ଆପ ସାହେବାନ୍ ଜରା ଇନ୍ତଜାର କୀଜିଏ।
  • ଆପକେ କିଏ ମୈ ଜହର କୋ ଦୁଧ କୀ ତରହ ପୀ ସକତା ହୁଁ, ଲେକିନ୍ ଅପନେ ଖୁନ୍ ମେ ଆପକେ ଲିଏ ଦୁଶ୍ମନୀ କ୍ କିଡେ ନହିଁ ପାଲ ସକ୍‌ତା।

ଗଳା କର୍କଟ ଯୋଗୁଁ ମୃତ୍ୟୁ ହୋଇଥିଲା:

ରାଜକୁମାର ଗଳା କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହି କାରଣରୁ ସେ ତାଙ୍କ ଜଣାଶୁଣା ସ୍ୱରକୁ ହରେଇଥିଲେ। ତାଙ୍କର ଇଚ୍ଛା ଥିଲା ଯେ ତାଙ୍କ ଶେଷ ଯାତ୍ରାରେ କେବଳ ତାଙ୍କ ପରିବାର ଲୋକ ସାମିଲ ରହିଲ, ଆଉ ତାହା ହିଁ ହେଲା। ଯେତେବେଳେ ତାଙ୍କ ଦେହାନ୍ତ ହେଲା, ତାଙ୍କ ଅନ୍ତିମ ସଂସ୍କାର ପରେ ହିଁ ଗଣମାଧ୍ୟମ ଏବଂ ପ୍ରଶଂସକଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲା।

Bollywood Rajkumar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ