ପିଚ୍‌ ନୁହେଁ ସ୍କ୍ରିନ୍‌ରେ ଜଲୱା ଦେଖାଇବେ ଧାୱନ; ଆସୁଛି ‘କୁଣ୍ଡଳୀ ଭାଗ୍ୟ’… ଦେଖନ୍ତୁ ଭଡିଓ

ବେଶ୍‌ କିଛିଦିନ ହେବ ସୋସିଆଲ ମିଡିଆରେ ମଜାଦାର ପୋଷ୍ଟ ସେୟାର କରି ନିଜର ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଶିଖର ଧାୱନ । ଆଉ ବର୍ତ୍ତମାନ ତାଙ୍କ କ୍ୟାରିୟରରେ ନୂଆ ମୋଡ଼ ଦେଖିବାକୁ ମିଳିଛି ।

‘କୁଣ୍ଡଳୀ ଭାଗ୍ୟ’

ଚର୍ଚ୍ଚାରେ ଭାରତୀୟ କ୍ରିକେଟର ଶିଖର ଧାୱନ । କ୍ରିକେଟକୁ ନେଇ ନୁହେଁ, ବରଂ ଧାରାବାହିକକୁ ନେଇ ବର୍ତ୍ତମାନ ଶିଖର ଧାୱନ ଚର୍ଚ୍ଚାରେ ରହିଛନ୍ତି । ଆଜିକାଲି ଶିଖର ଧାୱନଙ୍କୁ କ୍ରିକେଟ୍ ଠାରୁ ଦୂରରେ ଦେଖିବାକୁ ମିଳୁଛି । ହେଲେ କ୍ରିକେଟ୍‌ ବ୍ୟତୀତ ସୋସିଆଲ ମିଡିଆରେ ଧାୱନ ଖୁବ୍‌ ସକ୍ରିୟ ରହୁଛନ୍ତି ।

ବେଶ୍‌ କିଛିଦିନ ହେବ ସୋସିଆଲ ମିଡିଆରେ ମଜାଦାର ପୋଷ୍ଟ ସେୟାର କରି ନିଜର ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଶିଖର ଧାୱନ । ଆଉ ବର୍ତ୍ତମାନ ତାଙ୍କ କ୍ୟାରିୟରରେ ନୂଆ ମୋଡ ଦେଖିବାକୁ ମିଳିଛି । ଯାହା ଜାଣିଲେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ ।

ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ ଖୁବ୍‌ଶୀଘ୍ର ଶିଖର ଧାୱନଙ୍କୁ ଛୋଟ ପରଦାରେ ଦେଖିବାକୁ ମିଳିବ । ଧାରାବାହିକ ‘କୁଣ୍ଡଳୀ ଭାଗ୍ୟ’ରେ ନଜର ଆସିବେ ଶିଖର ଧାୱନ । ଧାୱନ ଧାରାବାହିକରେ ଜଣେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ । ବର୍ତ୍ତମାନ ଧାରାବାହିବ ‘କୁଣ୍ଡଳୀ ଭାଗ୍ୟ’ର କିଛି ଝଲକ ସୋସିଆଲ ମିଡିଆରେ ଦେଖିବାକୁ ମିଳିଲାଣି ।

ସୋସିଆଲ ମିଡିଆରେ ସିରିଏଲ୍‌ ‘କୁଣ୍ଡଳୀ ଭାଗ୍ୟ’ର କିଛି ପ୍ରୋମୋ ମଧ୍ୟ ଦେଖିବାକୁ ମିଳିଲାଣି । ନିକଟରେ ନିଜେ ଶିଖର ଧାୱନ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ପେଜରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ କ୍ରିକେଟର ଶିଖର ଧାୱନ ପୋଲିସ ବର୍ଦ୍ଦି ପିନ୍ଧିଥିବା ବେଳେ ଦମ୍‌ଦାର ଅଭିନୟ କରିଛନ୍ତି ।

ସୁଟିଂ ସେଟରେ ପୋଲିସ ଅଫିସର ଭୂମିକାରେ କିଛି ଗୁଣ୍ଡାମାନଙ୍କୁ ଶିଖର ଧାୱନ ମାଡ଼ ମାରୁଥିବା ଦେଖିବାକୁ ମିଳିଛି । ଖାଲି ମାଡ଼ ନୁହେଁ କିଛି ଗୁଣ୍ଡା ମାନେ ତାଙ୍କ ପାଦ ମଧ୍ୟ ଧରୁଥିବା ଦେଖିବାକୁ ମିଳିଛି । ଦେହରେ ପୋଲିସ ବର୍ଦ୍ଦି ସାଙ୍ଗକୁ କଳା ଚଷମା ଓ ବାଡ଼ି ଧରି ଖୁବ୍‌ ଷ୍ଟାଇଲିସ୍‌ ଦେଖାଯିବା ସହ ନିଖୁଣ ଅଭିନୟ କରିଛନ୍ତି ।

ପୂର୍ବରୁ କ୍ରିକେଟ୍‌ ପଡ଼ିଆରେ ନିଜର ଦମଦାର ବ୍ୟାଟିଂ କରିଛନ୍ତି ଶିଖର ଧାୱନ । ହେଲେ ଏବେ ନୂଆ ଯାତ୍ରାକୁ ନେଇ ଧାୱନ ବେଶ୍‌ ଆଶାବାଦୀ ରହିଛନ୍ତି ।