Advertisment

ମହଙ୍ଗା ପଡ଼ିଲା ଉଲଗ୍ନ ଫଟୋ ସୁଟ୍‌: ରଣବୀରଙ୍କ ବିରୋଧରେ ମାମଲା

ହିନ୍ଦୀ ଫିଲ୍ମ ଅଭିନେତା ରଣବୀର ସିଂହଙ୍କ ବିରୋଧରେ ମାମଲା ରୁଜୁ.....

ଅଦ୍ୟତନ ହୋଇଛି
Complaint Against Ranveer Singh for 'Hurting Sentiments of Women' With Nude Photoshoot

Complaint Against Ranveer Singh for 'Hurting Sentiments of Women' With Nude Photoshoot

Advertisment

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ୍‌ରେ ନିଜ ଉଲଗ୍ନ ଫଟୋ ପୋଷ୍ଟ କରିବାକୁ ନେଇ ଅଭିନେତା ରଣବୀର ସିଂହଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମୁମ୍ବାଇର ଚେମ୍ବୁର ଥାନାରେ ଆଇପିସି ଧାରା ୨୯୨, ୨୯୩ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନର ୫୦୯ରେ ଦଫା ଲଗାଯାଇଛି ।

Advertisment

କିଛିଦିନ ପୂର୍ବରୁ ରଣବୀର ଗୋଟିଏ ପତ୍ରିକା ପାଇଁ ନଗ୍ନ ଅବସ୍ଥାରେ ବସିଥିବା ପୋଜ୍‌ରେ ଫଟୋ ସୁଟ୍ କରିଥିଲେ ।ଏହି ଫଟୋଟି ସଂପୃକ୍ତ ପତ୍ରିକାରେ ମଲାଟରେ ପ୍ରକାଶ ପାଇଥିଲା । ଆଉ ଏହି କଭର ପେଜ୍ ଫଟୋକୁ ରଣବୀର ଇନଷ୍ଟାଗ୍ରାମର ନିଜ ପେଜ୍‌ରେ ଅପଲୋଡ୍ କରିଥିଲେ ।

Advertisment

ଏହାକୁ ନେଇ ମୁମ୍ବାଇର ଗୋଟିଏ ବେସରକାରୀ ସଂସ୍ଥା ଗତକାଲି ଚେମ୍ବୁର ଥାନାରେ ରଣବୀରଙ୍କ ବିରୋଧରେ ଏତଲା ଦେଇଥିଲେ । ମହିଳାଙ୍କ ଭାବାବେଗକୁ ଆଘାତ ଦେଉଥିବା ଦର୍ଶାଇ ରଣବୀରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସଂପୃକ୍ତ ଏନ୍‌ଜିଓ ଆବେଦନ କରିଥିଲା । ଏହାପରେ ଚେମ୍ବୁର ଥାନା ପକ୍ଷରୁ ରଣବୀରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ତେବେ, ରଣବୀର ସିଂହଙ୍କ ଏହିପରି ଫଟୋସୁଟ୍‌କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି । ବଲିଉଡ୍‌ଠାରୁ ଆରମ୍ଭ କରି ସୋସିଆଲ୍ ମିଡିଆ ୟୁଜର୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ରଣବୀର ସିଂହଙ୍କ ଏହି ନଗ୍ନ ଫଟୋକୁ ନେଇ ବୋଶ୍‌ ଆଲୋଚନା–ସମାଲୋଚନା କରୁଛନ୍ତି । ସେସିଆଲ୍‌ ମିଡିଆରେ ଏହି ଫଟୋ ଏବେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ତେବେ କିଛି ୟୁଜର୍ସ ଏହି ସେକ୍ସି ଏବଂ କୁଲ୍ ବୋଲି କହୁଥିବାବେଳେ ଆଉ କେତେକ ୟୁଜର୍ସ ଏହାକୁ ତୀବ୍ର ନିନ୍ଦା କରିଛନ୍ତି ।

Advertisment
Bollywood Ranveer Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ