Advertisment

ଦର୍ଶକଙ୍କୁ ଭିଡିଲା 'ଚଣ୍ଡିଗଡ଼ କରେ ଆଶିକୀ'

ପ୍ରଥମ ଦିନର ମାନ୍ଦା ରୋଜଗାର ପରେ ଦ୍ୱିତୀୟ ଦିନରେ 'ଚଣ୍ଡିଗଡ଼ କରେ ଆଶିକୀ'ର ଯାଦୁ କାମ ଦେଇଛି। ଏହା ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଭିଡୁଥିବା ବେଳେ ବହୁତ ଭଲ ଲାଭ ମଧ୍ୟ କରିଛି। ଫିଲ୍ମର କାହାଣୀ ଜାଣିଲେ ଆପଣ ବି ଆକର୍ଷିତ ହେବେ।

Chandigarh Kare Aashiqui box office day-2 collection

Chandigarh Kare Aashiqui box office day-2 collection

Advertisment

ମୁମ୍ବାଇ: ଆୟୁଷ୍ମାନ ଖୁରାନା ଓ ବାଣୀ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'ଚଣ୍ଡିଗଡ଼ କରେ ଆଶିକୀ'ର ଯାଦୁ ପ୍ରଥମ ଦିନରେ ବକ୍ସ ଅଫିସ୍‌ରେ କାମ କରିପାରି ନଥିଲା। କିନ୍ତୁ ଚଳଚ୍ଚିତ୍ରଟି ଦ୍ୱିତୀୟ ଦିନରେ ବହୁତ ଭଲ ଲାଭ କରିଛି। ପ୍ରଥମ ଦିନରେ ଫିଲ୍ମର ସଂଗ୍ରହ ଅହାନ୍ ଶେଟ୍ଟୀଙ୍କ ଫିଲ୍ମ 'ତଡପ' ଓ ସଲମାନ ଖାନଙ୍କ ଭିଣେଇ ଆୟୁଷ ଶର୍ମାଙ୍କ ଫିଲ୍ମ 'ଅନ୍ତିମ: ଦ ଫାଇନାଲ୍‌ ଟ୍ରୁଥ୍‌'ରୁ ମଧ୍ୟ କମ ରହିଥିଲା। କିନ୍ତୁ ଦ୍ୱିତୀୟ ଦିନରେ ଫିଲ୍ମ ଦର୍ଶକଙ୍କୁ ମଲ୍ଟିପ୍ଲେକ୍ସକୁ ଫେରାଇ ଆଣିବାରେ ସଫଳ ହୋଇଛି।

Advertisment

'ଚଣ୍ଡିଗଡ଼ କରେ ଆଶିକୀ'ର ସଂଗ୍ରହକୁ ନେଇ ଆଶା କରାଯାଉଥିଲା ଯେ ସପ୍ତାହନ୍ତରେ ଭଲ ଲାଭ କରିବ। ଏହା ସତ ପ୍ରମାଣିତ ହୋଇଛି। ପ୍ରଥମ ଦିନ ତୁଳନାରେ ଦ୍ୱିତୀୟ ଦିନରେ ଫିଲ୍ମ ବହୁତ ଭଲ ରୋଜଗାର କରିଛି। ଏହି ଚଳଚ୍ଚିତ୍ର ଦିଲ୍ଲୀ, ଗୁରୁଗାଓଁ, ନୋଏଡା ଏବଂ ଚଣ୍ଡିଗଡ଼ରେ ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି। ଦର୍ଶକମାନେ ଏହି ଚଳଚ୍ଚିତ୍ରର ସଂଳାପ ସହିତ ତାରକାମାନଙ୍କ କେମେଷ୍ଟ୍ରୀକୁ ପସନ୍ଦ କରିଛନ୍ତି। ରୋମାନ୍ସ ଓ ଡ୍ରାମା ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ବିଷୟବସ୍ତୁ ପ୍ରଶଂସକଙ୍କ ହୃଦୟ ଜିତିଛି।

ଚଳଚ୍ଚିତ୍ରର ଶୁକ୍ରବାର ସଂଗ୍ରହ ୩.୭୫ କୋଟି ଥିଲା ବେଳେ ଶନିବାର ଏହା ୪.୮୭ କୋଟି ଟଙ୍କା ରୋଜଗାର କରିଛି। ପ୍ରଥମରୁ ଚଳଚ୍ଚିତ୍ରର ମନ୍ଥର ଗତି ପରେ ଏବେ ଫିଲ୍ମର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଏହି ଫିଲ୍ମ ଖୁବ ଶୀଘ୍ର ୨୫ କୋଟି ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଏପର୍ଯ୍ୟନ୍ତ ଚଳଚ୍ଚିତ୍ରର ମୋଟ ରୋଜଗାର ୮.୬୨ କୋଟି ଛୁଇଁଛି। ଆୟୁଷ୍ମାନ ଖୁରାନା ଓ ବାଣୀ କପୁରଙ୍କ ଏହି ଫିଲ୍ମ ଭାରତର ୨୫୦୦ ପରଦାରେ ମୁକ୍ତିଲାଭ କରିଥିବାବେଳେ ଏହା ବିଦେଶରେ ୫୦୦ ପରଦାରେ ମୁକ୍ତିଲାଭ କରିଛି।

Advertisment

କ’ଣ ରହିଛି କାହାଣୀ:

ମେଟ୍ରୋ ସିଟିର ଦର୍ଶକଙ୍କୁ ଧ୍ୟାନରେ ରଖି ଫିଲ୍ମର କାହାଣୀ ପ୍ରସ୍ତୁତ କରାଯାଇଛି। ଏଥିରେ ମନବିନ୍ଦର ଓରଫ୍ ମନୁ (ଆୟୁଷ୍ମାନ ଖୁରାନା) ଜଣେ ବଡି ବିଲ୍‌ଡର୍‌, ଯିଏ ସ୍ଥାନୀୟ ଚାମ୍ପିଅନ୍‌ସିପ୍ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ। ଏହି ସମୟରେ ଜୁମ୍ବା ପ୍ରଶିକ୍ଷକ ମନ୍‌ଭି ବରାର (ବାଣୀ କପୁର) ତାଙ୍କ ଜିମ୍‌ରେ ପ୍ରବେଶ କରନ୍ତି। ଦୁହେଁ ପ୍ରେମରେ ପଡ଼ନ୍ତି। କିନ୍ତୁ କାହାଣୀରେ ସେତେବେଳେ ମୋଡ ଆସେ ଯେତେବେଳେ ଜଣାପଡେ ଯେ ମାନବୀ ଜଣେ ଟ୍ରାନ୍ସଜେଣ୍ଡର୍‌ ମହିଳା। ପ୍ରକାଶଥାଉ ଯେ ଏହି ଫିଲ୍ମ ଡିସେମ୍ବର ୧୦ରେ ରିଲିଜ୍ ହୋଇଥିଲା।

Advertisment
Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ