Advertisment

କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୧ : 'ଟାଇଟନ'କୁ ସର୍ବଶ୍ରେଷ୍ଠ ପୁରସ୍କାର

୭୪ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କାର ଘୋଷଣା କରାଯାଇଥିଲା। କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୧ରେ 'ଟାଇଟନ' ଫିଲ୍ମର ଧୁମ୍ ଦେଖିବାକୁ ମିଳିଥିଲା ​। ସେକ୍ସ ଏବଂ ରକ୍ତପାତରେ ପରିପୂର୍ଣ୍ଣ ଏହି ଚଳଚ୍ଚିତ୍ର ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପୁରସ୍କାର ଲାଭ କରିଥିଲା ​​।

କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୧ : 'ଟାଇଟନ'କୁ ସର୍ବଶ୍ରେଷ୍ଠ ପୁରସ୍କାର

Cannes Festival

Advertisment

ନୂଆଦିଲ୍ଲୀ : ୭୪ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କାର ଘୋଷଣା କରାଯାଇଥିଲା। କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୧ରେ 'ଟାଇଟନ' ଫିଲ୍ମର ଧୁମ୍ ଦେଖିବାକୁ ମିଳିଥିଲା ​। ସେକ୍ସ ଏବଂ ରକ୍ତପାତରେ ପରିପୂର୍ଣ୍ଣ ଏହି ଚଳଚ୍ଚିତ୍ର ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପୁରସ୍କାର ଲାଭ କରିଥିଲା ​​। ଏହା ସହିତ ଫିଲ୍ମର ନିର୍ଦ୍ଦେଶକ ଜୁଲିଆ ଡୁକୋର୍‌ନାଓ ପାଲ୍ମ ଡି’ଓର୍ (କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ପୁରସ୍କାର) ଜିତିବାରେ ଦ୍ୱିତୀୟ ମହିଳା ନିର୍ଦ୍ଦେଶକ ହୋଇଥିଲେ ଏବଂ ଏକାକୀ ଟାଇଟଲ୍ ଜିତିଥିବା ପ୍ରଥମ ମହିଳା ହୋଇଥିଲେ।

Advertisment

ଏହା ହେଉଛି ଡୁକୋର୍‌ନାଓଙ୍କର ଦ୍ୱିତୀୟ ଫିଚର ଫିଲ୍ମ। ଏହି ପୁରଷ୍କୃତ ଫିଲ୍ମଟି ପିଲାଦିନେ ଏକ ସଡ଼କ ଦୁର୍ଘଟଣାରୁ ବଞ୍ଚିବା ପରେ କାରକୁ ଭଲ ପାଉଥିବା ଜଣେ ହତ୍ୟାକାରୀଙ୍କ କାହାଣୀ ବର୍ଣ୍ଣନା କରେ। କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ସର୍ବୋତ୍ତମ ଚଳଚ୍ଚିତ୍ର ଘୋଷଣା ସମୟରେ ଏକ ଅଜବ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା। ଯେଉଁଠାରେ ଜୁରି ସଭାପତି ସ୍ପାଇକ୍ ଲି ଭୁଲରେ ଟାଇଟନକୁ ପାଲ୍ମେ ଡି’ଓର୍‌ ପୁରସ୍କାର ବିଜେତା ଭାବରେ ଘୋଷଣା କରିଦେଇଥିଲେ। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। କିନ୍ତୁ, ସେ ନିଜ ଭୁଲକୁ ଅନୁଭବ କରିବା ମାତ୍ରେ ସେ ନିଜ ଭୁଲକୁ ସଂଶୋଧନ କଲେ।

Advertisment

ଆଉ ଏକ କଥା ମଧ୍ୟ ଫିଲ୍ମ 'ଟାଇଟନ'କୁ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଥିବାବେଳେ କାଲେବ ଲ୍ୟାଣ୍ଡ୍ରି ଜୋନ୍ସ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ହାତେଇ ନେଇଛନ୍ତି। ଏହା ବ୍ୟତୀତ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ନରୱେର ରେନେଟ୍‌ ରିନ୍ସୱେକୁ ପ୍ରଦାନ କରାଯାଇଥିଲା। ସେହିଭଳି ଏହି ଫେଷ୍ଟିଭାଲ୍‌ରେ ନିର୍ଦ୍ଦେଶକ ପାୟଲ କାପାଡିଆଙ୍କ 'ଏ ନାଇଟ୍ ଅଫ୍‌ ନୋଇଙ୍ଗ୍ ନଥିଙ୍ଗ୍'ର ଜଲ୍‌ୱା ମଧ୍ୟ ଦେଖିବାକୁ ମିଳିଥିଲା। ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ପାଇଁ ଏହାକୁ ଓଇଲ୍ ଡି’ଓର୍ (ଗୋଲ୍‌ଡେନ୍ ଆଇ) ପୁରସ୍କାର ପ୍ରଦାନ କରାଯାଇଥିଲା।

ପ୍ରକାଶଥାଉ ଯେ କୋରୋନା ମହାମାରୀ କାରଣରୁ ୨୦୨୦ରେ ଏହି ଫେଷ୍ଟିଭାଲକୁ ବାତିଲ କରିଦିଆଯାଇଥିଲା। ଏନେଇ ୨୦୧୯ ରେ ପାଲ୍ମେ ଡି’ଓର୍ (ଚଳଚ୍ଚିତ୍ର ମହୋତ୍ସବର ସର୍ବୋଚ୍ଚ ପୁରସ୍କାର) ନେଇଥିବା ଶେଷ ଚଳଚ୍ଚିତ୍ର “ପେରାସାଇଟ୍” ଥିଲା। ଏହା ଏକ ଏଭଳି ଚଳଚ୍ଚିତ୍ର ଥିଲା ଯାହା ଓସ୍କାର ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା।

Advertisment
Hollywood Cannes International Film Festival Entertainment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ