Advertisment

କର୍କଟକୁ ମାତ ଦେଇ ଫେରିଥିବା ୬ ଅଭିନେତ୍ରୀଙ୍କ ଯନ୍ତ୍ରଣାର କାହାଣୀ

ବଲିଉଡ୍ ଅଭିନେତ୍ରୀ ମହିମା ଚୌଧୁରୀ କର୍କଟ ଭଳି ମାରାତ୍ମକ ରୋଗ ସହ ଯୁଦ୍ଧ କରି ବିଜୟ କରିଛନ୍ତି। ତାଙ୍କ ସଂଘର୍ଷର ଜୀବନକୁ ନେଇ ସେ ଏକ ଭାବ ପ୍ରବଣ ପୋଷ୍ଟ୍ କରିଛନ୍ତି। ଖାଲି ମହିମା ନୁହଁନ୍ତି ଏମିତି ଆହୁରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଏହି ରୋଗରୁ ନିଜକୁ ରକ୍ଷା କରିଛନ୍ତି। ତେବେ ଆସନ୍ତୁ ସେଭଳି ୧୦ଜଣଙ୍କ ଉପରେ ନଜର ପକେଇ ନେବା।

Cancer in bollywood actress

Cancer in bollywood actress

Advertisment

ବଲିଉଡ୍‌ର ସବୁଠାରୁ ସୁନ୍ଦର ଏବଂ ଦକ୍ଷ ଅଭିନେତ୍ରୀ ମହିମା ଚୌଧୁରୀ ଯେତେବେଳେ ତାଙ୍କୁ କର୍କଟ ହୋଇଯାଇଥିବା କଥା କହିଲେ, ସେତେବେଳେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସ୍ତନ କର୍କଟ ସହିତ ମହିମା ଚୌଧୁରୀ ଲଢିଛନ୍ତି। ଏକ ଭାବପ୍ରବଣ ପୋଷ୍ଟ୍‌ ମାଧ୍ୟମରେ ସେ ତାଙ୍କର ଯନ୍ତ୍ରଣାଦାୟକ କାହାଣୀ କହିଛନ୍ତି। ମହିମା କର୍କଟ ଭଳି ମାରାତ୍ମକ ରୋଗ ସହ ଲଢେଇ କରି ଜିତିଛନ୍ତି। ତେବେ ଆସନ୍ତୁ ଏମିତି ୧୦ ଜଣ ଅଭିନେତ୍ରୀଙ୍କ ବିଷୟରେ ଜାଣିବା ଯେଉଁମାନେ କର୍କଟ ଭଳି ରୋଗ ସହିତ ଜବରଦସ୍ତ ଲଢେଇ କରିଛନ୍ତି।

Advertisment

ଛବି ମିତ୍ତଲ:

ନିକଟରେ ଟିଭି ଅଭିନେତ୍ରୀ ଏବଂ ୟୁଟ୍ୟୁବର୍ ଛବି ମିତ୍ତଲ ମଧ୍ୟ ସ୍ତନ କର୍କଟ ସହିତ ଯୁଦ୍ଧରେ ବିଜୟୀ ହୋଇ ନିଜ ପରିବାରକୁ ଫେରିଥିଲେ। ରୁଟିନ୍ ଚେକ୍‌ଅପ୍ ପରେ ଚିହ୍ନଟ ହୋଇଥିବା ସ୍ତନ କର୍କଟ ପାଇଁ ସେ ଚିକିତ୍ସା ହେଉଥିଲେ। ସମ୍ପ୍ରତି, ଡାକ୍ତରଖାନାର ଅନେକ ଫଟୋ ଶେୟାର କରି ସେ କିପରି ଏହି ଯୁଦ୍ଧକୁ ବିଜୟ କରିଛନ୍ତି ସେ ବିଷୟରେ କହିଥିଲେ। ବର୍ତ୍ତମାନ ଛବିଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଛି ଏବଂ ସେ କର୍କଟ ରୋଗକୁ ମାତ ଦେଇଛନ୍ତି।

କିରଣ ଖେର:

Cancer in bollywood actressଅନୁପମ ଖେରଙ୍କ ପତ୍ନୀ କିରଣ ଖେର୍

ଅନୁପମ ଖେରଙ୍କ ପତ୍ନୀ ତଥା ବିଜେପି ସାଂସଦ କିରଣ ଖେର୍‌ ମଧ୍ୟ କର୍କଟ ସହିତ ମୁହାଁମୁହିଁ ହୋଇଛନ୍ତି। ୨୦୨୧ ମସିହାରେ ଜଣାପଡିଥିଲା ଯେ କିରଣ ଖେର ରକ୍ତ କର୍କଟ ସହିତ ଲଢୁଛନ୍ତି। ଯେତେବେଳେ ଏହି ଖବର ନିଆଁ ପରି ମାଡିଯାଇଥିଲା। ଅନୁପମ ଖେର ଏବଂ ତାଙ୍କ ପୁଅ ସିକନ୍ଦର ଖେର ଏହି ଖବରକୁ ନିଶ୍ଚିତ କରିଥିଲେ। ଏହି ସମୟରେ କିରଣ ହସି ହସି ସହ କର୍କଟକୁ ସମ୍ମୁଖୀନ ହୋଇଥିଲେ ଏବଂ ଆଜି ସେ କର୍କଟ ରୋଗକୁ ପରାସ୍ତ କରିଛନ୍ତି।

Advertisment

ହାମସା ନନ୍ଦିନୀ:

୨୦୨୧ ମସିହାରେ ନିଜ ଜନ୍ମଦିନରେ ତେଲୁଗୁ ଅଭିନେତ୍ରୀ ହାମସା ନନ୍ଦିନୀ ଏକ ବୋଲ୍ଡ ଫଟୋ ସହିତ ଏକ ମେସେଜ୍ ଲେଖି ତାଙ୍କ କର୍କଟ ଯୁଦ୍ଧ ବିଷୟରେ କହିଥିଲେ। ସେ କହିଥିଲେ ଯେ ୪୦ ବର୍ଷ ପୂର୍ବେ ସେ ଏହି ରୋଗରେ ନିଜ ମାଆଙ୍କୁ ହରାଇଥିଲେ, ସେବେଠାରୁ ସେ ଭୟଭୀତ ହୋଇଯାଇଥିଲେ। କିନ୍ତୁ ଯେତେବେଳେ ସେ ନିଜ ବିଷୟରେ ଜାଣିଲେ ସେତେବେଳେ ନିଜ ସାହସ ଫେରି ପାଇଲେ। ସେତେବେଳେ ସେ କହିଥିଲେ, “ମୁଁ ଏହି ଯୁଦ୍ଧକୁ ହସି ହସି ଲଢିବି ଏବଂ ଏହାକୁ ଜିତି ଦେଖାଇବି।”

ସୋନାଲୀ ବେନ୍ଦ୍ରେ:

୨୦୧୮ରେ ସୋନାଲୀ ବେନ୍ଦ୍ରେ ମେଟାଷ୍ଟାଟିକ୍ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହି ରୋଗ ବିଷୟରେ ଜାଣିବା ମାତ୍ରେ ସେ ଚିକିତ୍ସା ପାଇଁ ନ୍ୟୁୟର୍କ ଯାଇଥିଲେ। ତେବେ ସୋନାଲି ବର୍ତ୍ତମାନ କର୍କଟ ରୋଗକୁ ପରାସ୍ତ କରିଛନ୍ତି। ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ ଯେ ସେ ବହୁତ ଖୁସି ଯେ କର୍କଟ ଭଳି ରୋଗରୁ ସେ ମୁକ୍ତି ପାଇବା ପରେ ସେ ନିଜ ପିଲାମାନଙ୍କ ଯତ୍ନ ନେଇପାରିବେ, ବାପା-ମାଆଙ୍କ ସହ ରହିବେ ଏବଂ ନିଜ ପସନ୍ଦର କାମ କରିପାରିବେ।

Advertisment

ମନୀଷା କୋଇରାଲା:

ମନୀଷା କୋଇରାଲା ମଧ୍ୟ ଗର୍ଭାଶୟ କର୍କଟରେ ପୀଡିତ ଥିଲେ। ୨୦୧୨ ମସିହାରେ, ସେ ଏହି କର୍କଟରେ ଆକ୍ରାନ୍ତ ହୋଇଥିଲେ। ସେ କର୍କଟର ଚତୁର୍ଥ ପର୍ଯ୍ୟାୟରେ ଥିଲେ ମଧ୍ୟ ନିଜର ସାହସ ଏବଂ ଧୈର୍ଯ୍ୟ ଯୋଗୁଁ ଏହାକୁ ପରାସ୍ତ କରିଥିଲେ।

Bollywood Cancer In Bollywood Actress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ